ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ର ସ୍ୱତନ୍ତ୍ର ବଜେଟ୍ ଅଧିବେଶନ ୨୦୨୬-୨୭ ପାଇଁ ଆଜି ମୁଖ୍ୟାଳୟସ୍ଥିତ ଏକାମ୍ର ହଲରେ ଅନୁଷ୍ଠିତ ହୋଇଯାଇଛି। ମେୟର ଶ୍ରୀମତୀ ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ୱତନ୍ତ୍ର ବଜେଟ୍ ଅଧିବେଶନରେ ଫାଇନାନ୍ସ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ରାଜକିଶୋର ଦାସ ବଜେଟ୍ ଉପସ୍ଥାପନ କରିଥିଲେ।
୨୦୨୬-୨୭ ଆର୍ଥିକ ବର୍ଷ ନିମନ୍ତେ ଶ୍ରୀ ଦାସ ୧୦୫୦ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି। ବଜେଟର ରୂପରେଖ ସହ କେଉଁ କେଉଁ କ୍ଷେତ୍ରରେ କେତେ ଅର୍ଥବ୍ୟୟ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି, ତାର ବିସୃତ ତଥ୍ୟ ଉପସ୍ଥାପନ କରିଥିଲେ। ବିଏମ୍ସି ମୁଖ୍ୟତଃ କେନ୍ଦ୍ରୀୟ ଅନୁଦାନ ଓ ରାଜ୍ୟ ସରକାରଙ୍କ ଅନୁଦାନ ଉପରେ ନିର୍ଭର କରେ। ପୂର୍ବରୁ ଏଥିପାଇଁ କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କର କୌଣସି ସର୍ତ୍ତ ନଥିଲା। ମାତ୍ର ଏବେ ସରାକର ଅନୁଦାନ ପାଇଁ ବାର୍ଷିକ ଶତକଡା ୧୨.୬୫ ପ୍ରତିଶତ ଆୟ ବୃଦ୍ଧି ପାଇଁ ସର୍ତ୍ତ ରଖିଛନ୍ତି। ତେଣୁ ବିଏମ୍ସିକୁ ସରକାରୀ ଅନୁଦାନ ପାଇଁ ଚଳିତ ଆର୍ଥିକ ବର୍ଷ ଆମକୁ ନିଜସ୍ୱ ଆୟ ବୃଦ୍ଧି କରିବାକୁ ପଡିବ ବୋଲି ବଜେଟ୍ ଉପସ୍ଥାପନ ଅଭିଭାଷଣରେ ଶ୍ରୀ ଦାସ କହିଥିଲେ।
ଭୁବନେଶ୍ୱରକୁ ସୁସ୍ଥ, ସମୃଦ୍ଧ, ସ୍ୱଚ୍ଛ, ସବୁଜ, ସୁନ୍ଦର ଏବଂ ପରିବେଶ ଅନୁକୂଳ ସହିତ ସୁଦୃଢ ଭିତ୍ତିଭୂମି ପ୍ରତିଷ୍ଠା କରିବାରେ ଏହି ବଜେଟ୍ ବେଶ୍ ସହାୟ ହେବ। ଏହା ଏକ ଲୋକାଭିମୁଖି, ସୁସ୍ଥ, ସମୃଦ୍ଧ ବୃହତ୍ତ ଏବଂ ସମସ୍ତଙ୍କୁ ସୁହାଇବା ଭଳି ବଜେଟ୍ ବୋଲି କହିଛନ୍ତି ମେୟର ଶ୍ରୀମତୀ ଦାସ। ଏହି ବଜେଟ ୨୦୨୬-୨୭ ଆର୍ଥିକ ବର୍ଷରେ ବିଏମ୍ ସିର ନିଜସ୍ୱ ଆୟ ୩୦୦ କୋଟି ଟଙ୍କା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ସରକାରୀ ଅନୁଦାନରୁ ୭୫୦କୋଟି ଟଙ୍କା ମିଳିବାର ଆକଳନ କରାଯାଇଛି। ଏହା ଦ୍ୱାରା ରାସ୍ତାଘାଟ, ଡ୍ରେନ, ସୌନ୍ଦର୍ଯ୍ୟକରଣ, ବର୍ଜ୍ୟ ପରିଚାଳନା ଆଦି ସୁଗମ ହୋଇପାରିବ ବୋଲି ସେ କହିଛନ୍ତି।
ଆହୁରି ପଢ଼ନ୍ତୁ: BJD: ଅନ୍ତଃସାରଶୂନ୍ୟ ଓ ପ୍ରଚାରଧର୍ମୀ ବଜେଟ୍: ବିଜେଡି
ବଜେଟ୍ ସାରାଂଶ
- ନିଜସ୍ୱ ଆୟ ୩୦୦ କୋଟି ଟଙ୍କା
- କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁଦାନ ୭୫୦ କୋଟି ଟଙ୍କା
- ମୋଟ ଆୟ ୧୦୫୦ କୋଟି ଟଙ୍କା
ବ୍ୟୟ: ପ୍ରଶାସନିକ ସେବା, ପରିମଳ ଓ ଆନୁସଂଗିକ ବ୍ୟୟ ବରାଦ-
- ବିଭିନ୍ନ ଆନୁସଂଗିକ ଓ ପ୍ରଶାସନିକ ବ୍ୟୟ 639.41 କୋଟି ଟଙ୍କା
- ଦରମା ଓ ପେନସନ୍ ବାବଦରେ ବ୍ୟୟ 132.19 କୋଟି ଟଙ୍କା
- ପ୍ରଶାସନିକ ବ୍ୟୟ 33.28 କୋଟି ଟଙ୍କା
- ପରିମଳ ଓ ସଫେଇ ବାବଦରେ ବ୍ୟୟ 182.00 କୋଟି ଟଙ୍କା
- ବାୟୋ ମାଇନିଂ କାର୍ଯ୍ୟ ବାବଦରେ ବ୍ୟୟ 24.61 କୋଟି ଟଙ୍କା
ସେହିପରି ବଜେଟରେ ଭିତ୍ତିଭୂମିର ବିକାଶ ପାଇଁ
- ନୂତନ ରାସ୍ତା ନିର୍ମାଣ ପାଇଁ ବ୍ୟୟ 90.00 କୋଟି ଟଙ୍କା
- ନାଳ ଓ ଡ୍ରେନେଜ୍ ବ୍ୟବସ୍ଥା ପାଇଁ 75.00 କୋଟି ଟଙ୍କା
- ବର୍ଜ୍ୟ ପରିଚାଳନା କେନ୍ଦ୍ର ପାଇଁ 10.28 କୋଟି ଟଙ୍କା
- ଶ୍ମଶାନ ଉନ୍ନତି ପାଇଁ 15.75 କୋଟି ଟଙ୍କା
ଆହୁରି ପଢ଼ନ୍ତୁ: Budget 2026-27: ବଜେଟ୍ ୨୦୨୬-୨୭: ଶୈଳବାଳାକୁ ବିଶ୍ବବିଦ୍ୟାଳୟ ଘୋଷଣା ନୋହିଲା
ରକ୍ଷଣାବେକ୍ଷଣ, ସଫେଇ କାର୍ଯ୍ୟ ଓ ଅନ୍ୟାନ୍ୟ ନାଗରିକ ସେବାପାଇଁ ଏହି ବଜେଟରେ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସହରର ଭିତ୍ତିଭୂମି ବିକାଶ, ପାର୍କ ଓ ସବୁଜ ପରିବେଶ ସୃଷ୍ଟି ପାଇଁ ମଧ୍ୟ ବଜେଟରେ ଆର୍ଥିକ ବ୍ୟବସ୍ଥା ରହିଅଛି। କେବଳ ସେତିକି ନୁହେଁ ଡିଜିଟାଲ ସେବାର ସଂପ୍ରସାରଣ, ସଫେଇ ବ୍ୟବସ୍ଥାର ସୁଦୃଢିକରଣ, ପରିବେଶ ସୁରକ୍ଷା ଓ ସମସ୍ତ ବର୍ଗଙ୍କ ପାଇଁ ଉତ୍ତମ ଧରଣର ବାସୋପଯୋଗୀ ପରିବେଶ ପ୍ରଦାନ କରିବା ପାଇଁ ଏହି ବଜେଟରେ ଗୁରୁତ୍ୱାରୋପ କରାଯାଇଛି। ଏହି ବଜେଟ୍ ସହରର ସ୍ଥାୟୀ ଉନ୍ନତି, ସୁସ୍ଥ ଅର୍ଥନୀତି ଓ ନାଗରିକଙ୍କ ଜୀବନ ଧାରଣମାନ ଉନ୍ନତି କରିବା ପାଇଁ ଏକ ଯୁଗାନ୍ତକାରୀ ମାଇଲଖୁଣ୍ଟ ପ୍ରତିଷ୍ଠା କରିବାରେ ବେଶ ସହାୟକ ହେବ ବୋଲି କହିଛନ୍ତି ସମସ୍ତ ସଦସ୍ୟ ସଦସ୍ୟା ଆଶାବ୍ୟକ୍ତ କରିଛନ୍ତି ଏବଂ ସମସ୍ତେ ଏହି ବଜେଟକୁ ସ୍ୱାଗତ ଜଣାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2025/06/21/bmc-2025-06-21-02-15-45.jpg)