Toy Seller Jhuma Majhi: ଜୀବନ କ’ଣ ଜାଣିବା ପୂର୍ବରୁ ଦାୟିତ୍ବ କ’ଣ ବୁଝିଥିଲେ ଝୁମା

Advertisment

ଝୁମା ନିଜ ବାପାମା’ଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଛନ୍ତି। ବିବାହ କରିବା କଥା ଭୁଲିଯାଇଛନ୍ତି। ଦେଖୁଦେଖୁ ତାଙ୍କ ବିବାହ ବୟସ ବି ଅତିକ୍ରମ କରିଯାଇଛି। ବିବାହ ନୁହେଁ, ବାପାମା’ଙ୍କ ପେଟକୁ ଦାନା ଯୋଗାଡ଼ିବା ତାଙ୍କର ପ୍ରାଥମିକତା ପାଲଟି ଯାଇଛି। 

ଝୁମା ନିଜ ବାପାମା’ଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଛନ୍ତି। ବିବାହ କରିବା କଥା ଭୁଲିଯାଇଛନ୍ତି। ଦେଖୁଦେଖୁ ତାଙ୍କ ବିବାହ ବୟସ ବି ଅତିକ୍ରମ କରିଯାଇଛି। ବିବାହ ନୁହେଁ, ବାପାମା’ଙ୍କ ପେଟକୁ ଦାନା ଯୋଗାଡ଼ିବା ତାଙ୍କର ପ୍ରାଥମିକତା ପାଲଟି ଯାଇଛି। 

Untitled-20

toy seller jhuma majhi Photograph: (@sambad.in)

ରାଉରକେଲା(ରୀନା ରାମ ଭୂୟାଁ): କାହିଁକି ଏମିତି ହୁଏ! ଜୀବନର ରଙ୍ଗ ଫିକା ପଡ଼ିଯାଏ। ତାକୁ ଯେତେ ସଜାଡ଼ିଲେ ବି କେଉଁଠି କିନ୍ତୁଟିଏ ରହିଯାଏ। କେଉଁଠି ସେଇ ଚୋରାବାଟ ଖୋଜି ମିଳେନାହିଁ। ଜୀବନକୁ ସଜାଡ଼ୁସଜାଡ଼ୁ ଅଧାବୟସ ବିତିଯାଏ, ନୂଆ କାହାଣୀଟିଏ ତିଆରିହୁଏ।

ଏଭଳି ଅନେକ କାହାଣୀ ଭିତରୁ ରାଉରକେଲାର ସେକ୍ଟର-୬ ଅଞ୍ଚଳର ଝୁମା ତନ୍ତୀ(୪୦) ଗୋଟିଏ। ଝୁମା ନିଜ ବାପାମା’ଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଛନ୍ତି। ବିବାହ କରିବା କଥା ଭୁଲିଯାଇଛନ୍ତି। ଦେଖୁଦେଖୁ ତାଙ୍କ ବିବାହ ବୟସ ବି ଅତିକ୍ରମ କରିଯାଇଛି। ବିବାହ ନୁହେଁ, ବାପାମା’ଙ୍କ ପେଟକୁ ଦାନା ଯୋଗାଡ଼ିବା ତାଙ୍କର ପ୍ରାଥମିକତା ପାଲଟି ଯାଇଛି। 

ଅଧିକପଢ଼ନ୍ତୁ:ଇପିଏଫ୍‌ଓ ମେମ୍ବର‌ ପୋର୍ଟାଲ୍‌କୁ ଆକ୍ସେସ୍‌ କରିବା ଏବେ ସହଜ...

ସଂଘର୍ଷରେ ଭରା ଝୁମା ତନ୍ତୀଙ୍କ ଜୀବନ

ଝୁମାଙ୍କ ଜୀବନ କଷ୍ଟ, ଯନ୍ତ୍ରଣା ଓ ସଂଘର୍ଷରେ ଭରା। ଜୀବନ କ’ଣ ଜାଣିବା ପୂର୍ବରୁ ଦାୟିତ୍ବ କ’ଣ ବୁଝିଥିଲେ। ଘରେ ଭାଇଭଉଣୀ ସମସ୍ତେ ଥିଲେ। ତଥାପି ଅବହେଳିତ ହେଉଥିଲେ ବାପାମା’। ଏହାକୁ ଦେଖି ସହି ପାରି ନଥିଲେ ଝୁମା। ଏହାରି ଭିତରେ ବଡ଼ ଭାଇଭଉଣୀଙ୍କ ବିବାହ ହୋଇଗଲା। ବାପାମା’ ଘରେ ଏକା ରହିଗଲେ। ତାଙ୍କର ଦେଖାଶୁଣା ପାଇଁ ଝୁମାଙ୍କ ଛଡ଼ା ଆଉ କେହି ନଥିଲେ। ଅସୁସ୍ଥ ବାପାମା’ଙ୍କୁ ଭଲ କରିବା ପାଇଁ ଅଣ୍ଟା ଭିଡ଼ିଥିଲେ ସେ। କିନ୍ତୁ ଆଗରେ ବାଟ ଓଗାଳିଥିଲା ଅର୍ଥ। ହତାଶ ନହୋଇ ଏ ସମସ୍ୟାର ବି ସାମ୍ନାକଲେ ସେ। ପିଲାଦିନରୁ ସଞ୍ଚିତ ଅର୍ଥ ତାଙ୍କର ସାହାରା ପାଲଟିଥିଲା। ସେଥିରେ ଛୋଟଛୋଟ ପିଲାଙ୍କ ଖେଳଣା କିଣି ବିଭିନ୍ନ ଛକରେ ଉଠାଦୋକାନୀ ଭାବେ ବ୍ୟବସାୟ ଆରମ୍ଭ କରିଥିଲେ। ଏ ବ୍ୟବସାୟରୁ ରୋଜଗାର ଉପରେ ତିନିପ୍ରାଣୀ ନିର୍ଭର। 

‘ଅର୍ଥାଭାବ କଷ୍ଟ‌ଦେଇଛି, କିନ୍ତୁ ବାପାମା’ଙ୍କ ସେବାରେ ଯେଉଁ ଆତ୍ମସନ୍ତୋଷ ମିଳିଛି ତାହା ଅନନ୍ୟ’ କହନ୍ତି ଝୁମା। କିଛିମାସ ପୂର୍ବରୁ ତାଙ୍କ ମା’ଙ୍କ ମୃତ୍ୟୁ ହୋଇଯାଇଛି। ଏବେ ତାଙ୍କ ପାଖରେ ଅଛନ୍ତି ଅସୁସ୍ଥ ବାପା।

ଅଧିକପଢ଼ନ୍ତୁ:ସୁନାବେଡ଼ା ୨୬ ନମ୍ୱର୍ ଜାତୀୟ ରାଜପଥରେ ଭୟାନକ ଦୁର୍ଘଟଣା, ଟ୍ରକ୍ ଚାଳକ ଗୁରୁତର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe