Advertisment

Two Bikers Death: ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଦୁଇ ବାଇକ୍ ଆରୋହୀଙ୍କ ଜୀବନ

Advertisment

ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଥାନା ଅନ୍ତର୍ଗତ ୧୪୩ ନମ୍ବର ଜାତୀୟ ରାଜପଥର ଗୌଡ଼ୁଣୀପୋଷ ଛକ ନିକଟରେ ଅଜଣାଗାଡ଼ି ପଛରେ ଧକ୍କାଦେଇ ୨ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି।

ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଥାନା ଅନ୍ତର୍ଗତ ୧୪୩ ନମ୍ବର ଜାତୀୟ ରାଜପଥର ଗୌଡ଼ୁଣୀପୋଷ ଛକ ନିକଟରେ ଅଜଣାଗାଡ଼ି ପଛରେ ଧକ୍କାଦେଇ ୨ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି।

Untitled-3.jpg

Two bikers dled as unknown truck hit them Photograph: (sambad.in)

ରାଜାମୁଣ୍ଡା/ବଣାଇ: ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ଥାନା ଅନ୍ତର୍ଗତ ୧୪୩ ନମ୍ବର ଜାତୀୟ ରାଜପଥର ଗୌଡ଼ୁଣୀପୋଷ ଛକ ନିକଟରେ ଅଜଣାଗାଡ଼ି ପଛରେ ଧକ୍କାଦେଇ ୨ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ଜଣକର ଘଟଣାସ୍ଥଳରେ ଓ ଜଣକର ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି। ଅନ୍ୟଜଣକୁ ଗୁରୁତର ଅବସ୍ଥା‌ରେ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକଙ୍କ ପରିଚୟ ମିଳିନଥିବାବେଳେ ସେମାନେ ଚାନ୍ଦିପୋଷ ଓ କେବଲାଙ୍ଗ ଅଞ୍ଚଳର ବୋଲି କୁହାଯାଉଛି। ଗୁରୁତରଜଣକ ଚାନ୍ଦିପୋଷ ମୁଣ୍ଡା ସାହିର ଦାମୁ ମୁଣ୍ଡା ବୋଲି କୁହାଯାଉଛି। ଲହୁଣିପଡ଼ା ପୁଲିସ ଶବ ଜବତକରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଦୁର୍ଘଟଣାଗ୍ରସ୍ତ ବାଇକ୍‌ ଜବତକରି ତଦନ୍ତ କରୁଛି।

ଗୌଡ଼ୁଣୀପୋଷ ଛକ ନିକଟରେ ଅଜଣାଗାଡ଼ି ପଛରେ ଧକ୍କା ଦେଇଥିଲେ

ସୂଚନା ଅନୁସାରେ, ଓଡି ୧୪ ଡବ୍‌ଲୁ ୪୩୨୭ ବାଇକ୍‌ ଯୋଗେ ୩ ଯୁବକ ରାଜାମୁଣ୍ଡାରୁ ଯାଉଥିବାବେଳେ ଗୌଡ଼ୁଣୀପୋଷ ଛକ ନିକଟରେ ଭାରସାମ୍ୟ ହରାଇ ଏକ ଅଜଣାଗାଡ଼ି ପଛରେ ଧକ୍କା ଦେଇଥିଲେ। ୩ ଜଣ ରାସ୍ତାରେ ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ ଜଣକର ମୃତ୍ୟୁ ହୋଇଯାଇଥିଲା। 

Darlipali Villagers: ଆଦିବାସୀ ପରିବାରଙ୍କ ଲଢ଼େଇ: ଚାରିପଟେ ଖଣି, ମଝିରେ ଅଣନିଃଶ୍ବାସୀ ଦର୍ଲିପାଲି

ସ୍ଥାନୀୟଲୋକେ ସେମାନଙ୍କୁ ଉଦ୍ଧାରକରି ଲହୁଣିପଡ଼ା ଡାକ୍ତରଖାନାକୁ ପଠାଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା। ଗୁରୁତର ଦାମୁଙ୍କୁ ପ୍ରାଥମିକ ଚିକିତ୍ସା ପରେ ରାଉକେଲା ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଖବର ଲେଖାଯିବା ପର୍ଯ୍ୟନ୍ତ ମୃତକଙ୍କ ପରିଚୟ ମିଳିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe