ରାଇରଙ୍ଗପୁର ସହରରେ ଟ୍ରାଫିକ୍ ସମସ୍ୟା: ପୌର ପ୍ରଶାସନର ଚେତାବନୀକୁ ବେଖାତିର

ରାଇରଙ୍ଗପୁର ପୌରପରିଷଦ ଜିଲ୍ଲାର ଏକ ପ୍ରମୁଖ ବ୍ୟବସାୟିକ କେନ୍ଦ୍ର। ବାମନଘାଟି ଉପଖଣ୍ଡର ମୁଖ୍ୟାଳୟ ରାଇରଙ୍ଗପୁର ସହର ଚାରିପାଖରେ ୩ଟି ବଡ଼ ଓ ଆଉ କିଛି ଛୋଟ ଲୁହାଖଣି ରହିଛି । ସକାଳୁ ରାତି ପର୍ଯ୍ୟନ୍ତ ସହରଟି ଯାନବାହନ ଚଳାଚଳ ଯୋଗୁ ଜାମ୍ ହୋଇ ରହୁଛି...

Traffic problem in Rairangpur city

Traffic problem in Rairangpur city Photograph: (sambad.in)

ରାଇରଙ୍ଗପୁର: ମୟୂରଭଞ ଜିଲ୍ଲାର ରାଇରଙ୍ଗପୁର ପୌରପରିଷଦ ଜିଲ୍ଲାର ଏକ ପ୍ରମୁଖ ବ୍ୟବସାୟିକ କେନ୍ଦ୍ର। ବାମନଘାଟି ଉପଖଣ୍ଡର ମୁଖ୍ୟାଳୟ ରାଇରଙ୍ଗପୁର ସହର ଚାରିପାଖରେ ୩ଟି ବଡ଼ ଓ ଆଉ କିଛି ଛୋଟ ଲୁହାଖଣି ରହିଛି । ସକାଳୁ ରାତି ପର୍ଯ୍ୟନ୍ତ ସହରଟି ଯାନବାହନ ଚଳାଚଳ ଯୋଗୁ ଜାମ୍ ହୋଇ ରହୁଛି । ବିଶେଷ କରି ପୂର୍ବାହ୍ନ ୯ଟାରୁ ୧୧ଟା ଯାଏଁ ଏବଂ ଅପରାହ୍ନ ୩ ଟାରୁ ସନ୍ଧ୍ୟା ୬ଟା ଯାଏଁ ସହରର ରାସ୍ତାଘାଟ ଜାମ୍ ହୋଇଯାଇଛି ।

ପୁଣି ରାତି ୧୦ଟା ପରେ କେନ୍ଦୁଝର ଜିଲ୍ଲାରୁ ପଡୋଶୀ ଝାଡଖଣ୍ଡ ରାଜ୍ୟକୁ ହଜାର ହଜାର ଆଇରନ୍ ବୋଝେଇ ଟ୍ରକ୍ ଲୁହା ପଥର ନେଇ ଯିବା ଆସିବା କରିଥାନ୍ତି । ଯାହାଫଳରେ ପଥଚାରୀମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହୋଇଥାନ୍ତି ।

ହଜାର ହଜାର ଯାନବାହନ ସହର ମଧ୍ୟଦେଇ ଯାତାୟତ କରିବାରୁ  ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି । ବିଶେଷ କରି କିଛି ବେପରୁଆ ଚାଳକ ଓ ଭାରିଯାନ ପାଇଁ ସମସ୍ୟା ବଢାଉଛି । ସହରରେ ପାର୍କିଂ ସମସ୍ୟା ବି ଅସମ୍ଭାଳ ହେବାରେ ଲାଗିଛି । ଫଳରେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି । ଲୁହାପଥର ବୋଝେଇ ଟ୍ରକ୍ ଦୁର୍ଘଟଣାରେ ବହୁ ଧନଜୀବନ ନଷ୍ଟ ହେଉଛି ।

ରାଇରଙ୍ଗପୁର ସହର ପାଇଁ ବାଇପାସ୍ ନିର୍ମାଣ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଥିଲା ।  ପରବର୍ତ୍ତୀ ସମୟରେ ବାଇପାସ୍ ନିର୍ମାଣ ପାଇଁ ବାଟ ମଧ୍ୟ ଫିଟିଥିଲା । ବାଇପାସ୍ ରାଞ୍ଚି-ବିଜୟୱାଡା ୨୨୦ ନମ୍ବର ଜାତୀୟ ରାଜପଥର ପୁରୁଣାପାଣିଠାରୁ ଆରମ୍ଭ ହୋଇ ଭାଲୁବସାରେ ଶେଷ ହେବାର ଯୋଜନା ଥିଲା। । ତେବେ ବାଇପାସ୍ ପାଇଁ ଭିତ୍ତିପସ୍ତର ସ୍ଥାପନାର ବର୍ଷେ ହେବାକୁ ବସିଲାଣି କିନ୍ତୁ ଇଞ୍ଚେ ବି କାର୍ଯ୍ୟ ଆରମ୍ଭ ହୋଇନାହିଁ । ତେବେ ଜମି ଅଧିଗ୍ରହଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ନଥିବାରୁ ବାଇପାସ୍ ନିର୍ମାଣ କାର୍ଯ୍ୟ ଅଟକି ରହିଥିବା ସୂଚନା ମିଳିଛି ।

ରାଇରଙ୍ଗପୁର ସହରର ମୂଖ୍ୟ ଛକ ହେଉଛି ସହରର ୨୨୦ ନମ୍ବର ଜାତୀୟ ରାଜପଥର ଗୋଲେଇ ଛକ ଓ ଦୁର୍ଗା ମଣ୍ଡପ ଛକ (ବିଜୁ ପଟ୍ଟନାୟକ ଛକ) । ଉକ୍ତ ଦୁଇ ଛକରେ ସବୁ ସମୟରେ ରାସ୍ତାର ଉଭୟ ପାର୍ଶ୍ବରେ ୩୦/୪୦ ଟି ଚାରି ଚକିଆ ଯାନ ବେଆଇନ୍ ଭାବରେ ପାର୍କିଂ କରାଯାଇଥିବା ଦେଖିବାକୁ ମିଳିଥାଏ । ଯାହା ଫଳରେ ରାସ୍ତା ଓଣ ଓସାରିଆ ହୋଇ ଯାଇଛି । ଅଣଓସାରିଆ ରାସ୍ତାରେ ପୂର୍ବ ଦିଗରୁ ବାରିପଦା ପଟୁ,ଉତ୍ତର ଦିଗରେ ଝାଡଖଣ୍ଡ ଟାଟା ନଗର ଓ ଦକ୍ଷିଣ ଦିଗରୁ କେନ୍ଦୁଝର ପଟୁ ହଜାର ହଜାର ଦୁଇ ଚକିଆ, ଚାରି ଚକିଆ ସମେତ ବହୁ ଭାରିଯାନ ଯିବା ଆସିବା କରିବା ସମୟରେ ରାସ୍ତା ଜାମ୍ ରହୁଛି ।

ଉଭୟ ଛକରେ ଟାଉନ ଥାନା ପକ୍ଷରୁ ଦୁଇ ଦୁଇ ଜଣ ଲେଖାଁଏ ହୋମ୍‌ଗାର୍ଡ ନିୟୋଜିତ କରାଯାଇଛି । ତେବେ ହୋମ୍‌ଗାର୍ଡମାନଙ୍କୁ କୌଣସି ଚାଳକ କିମ୍ବା ବେଆଇନ୍ ଭାବେ ପାର୍କିଂ କରୁଥିବା ଚାଳକ କିମ୍ବା ଗାଡି ମାଲିକମାନେ ଖାତିର କରୁ ନଥିବା ଦେଖିବାକୁ ମିଳୁଛି । ନିୟୋଜିତ ଥିବା ହୋମ୍‌ଗାର୍ଡମାନେ ରାସ୍ତା କଡ଼କୁ ଯାଇ ଛାଇରେ ବସି ମୋବାଇଲ ଦେଖିବାରେରେ ବ୍ୟସ୍ତ ରହୁଥିବା ଦେଖାଯାଉଛି।  ଏହା ସହିତ ଛକ ମଧ୍ୟରେ ଥିବା ଟ୍ରାଫିକ୍ ପୋଷ୍ଟକୁ ମଧ୍ୟ ରାସ୍ତାକଡରେ ରଖାଯାଇଛି। ଯାହାଫଳରେ ସେହି ସ୍ଥାନରେ ଅଧିକାଂଶ ସମୟରେ ଦୁର୍ଘଟଣା ଘଟୁଛି ।

Traffic problem in Rairangpur
Traffic problem in Rairangpur Photograph: (sambad.in)

ଦୂର୍ଘଟଣା ଘଟିଲେ ଘଣ୍ଟା ଘଣ୍ଟା ଧରି ରାସ୍ତା ଜାମ୍ ହୋଇ ଯାଉଛି । ତେବେ ପ୍ରତ୍ୟେକ ଦିନ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଥିଲେ ମଧ୍ୟ ସ୍ଥାନୀୟ ପୁଲିସ୍ ପ୍ରଶାସନ କିମ୍ବା ପୌର ପ୍ରଶାସନ ପକ୍ଷରୁ କାହିଁକି କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠୁଛି । ବେଆଇନ୍ ଭାବେ ଘଣ୍ଟା ଘଣ୍ଟା  ଧରି ନୋ ପାର୍କିଂ ଜୋନ୍‌ରେ ଗାଡ଼ି ପାର୍କିଂ କରାଯାଇଥିଲେ ମଧ୍ୟ ପୁଲିସ୍ କିମ୍ବା ପରିବହନ ବିଭାଗ ପକ୍ଷରୁ ଚାଲାଣ ମଧ୍ୟ କଟାଯାଉନାହିଁ ।

ଅଧିକ ପଢ଼ନ୍ତୁ: ଆକ୍ରମଣକାରୀ ପୂର୍ବରୁ ସୈଫଙ୍କ ଘରେ ଲୁଚି ବସିଥିଲେ: ମୁମ୍ବାଇ ପୁଲିସ

ଯାହାଫଳରେ ଚାଳକମାନେ କାହାକୁ ଭୟ ନକରି ଯାନ ପାର୍କିଂ କରୁଛନ୍ତି । ତେବେ ଯଥାଶୀଘ୍ର ଦୁଇଟି ଛକରେ ପୁଲିସ ପ୍ରଶାସନ ପକ୍ଷରୁ ଅଧିକ କର୍ମଚାରୀ ନିୟୋଜିତ କରି ସମସ୍ୟାର ସମାଧାନ କରାଯାଉ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି । ତେବେ କିଛିଦିନ ପୂର୍ବରୁ ରାଇରଙ୍ଗପୁର ପୌର ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ସାହାର୍ଯ୍ୟରେ ନୋ ପାର୍କିଂ ଜୋନ୍‌ରେ ଯାନ ପାର୍କିଂ କଲେ ଚାଲାଣ କଟାଯିବ ଏବଂ ଯାନ ମଧ୍ୟ ଉଠାଇ ନିଆଯିବ ବୋଲି ଚେତାବନୀ ଦେଇଥିଲେ ମଧ୍ୟ କେହି ଖାତିର କରୁ ନଥିବା ଦେଖିବାକୁ ମିଳୁଛି । 

ଅଧିକ ପଢ଼ନ୍ତୁ: ୧୮ ଜାନୁଆରିରୁ ଭିତରକନିକାରେ ପକ୍ଷୀ ଗଣନା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe