massive deforestation for charcoal Photograph: (sambad.in)
କୋରାପୁଟ: ଦିନକୁ ଦିନ ଅଙ୍ଗାର ପାଇଁ ଜଙ୍ଗଲକୁ ବଳି ପକାଉଛନ୍ତି ବନବାସୀ। ଆଜି ବି ସହର ଗୁଡିକରେ ଅଙ୍ଗାରର ଚାହିଦା ରହିଛି। ଏଥି ପାଇଁ ଜଙ୍ଗଲ ପାର୍ଶ୍ବ ଗ୍ରାମବାସୀମାନେ ଜଙ୍ଗଲ ମଧ୍ୟରେ ବଡ ବଡ ଗର୍ତ୍ତ କରି ସେଥିରେ କାଠ କାଟି ପକାଇ ନିଆଁ ଲଗାଇ ଅଙ୍ଗାର ପ୍ରସ୍ତୁତ କରୁଛନ୍ତି।
ଏହାକୁ ପୁରୁଷମାନେ କାଉଡି, ସାଇକେଲରେ ସହରକୁ ବିକ୍ରି କରିବାକୁ ଆଣୁଥିବା ବେଳେ ମହିଳାମାନେ ମୁଣ୍ଡରେ ଭାର କରି ସହରକୁ ଆଣି ବିକ୍ରି କରୁଛନ୍ତି।
ତେବେ ସେମାନଙ୍କୁ ରୋକିବା ପାଇଁ ଥିବା ବନବିଭାଗର କର୍ମଚାରୀମାନେ ସଲାସୁତରା କରି ସେମାନଙ୍କ ଠାରୁ କିଛି ଟଙ୍କା ନେଇ ଛାଡ଼ି ଦେଉନ୍ତି।
ଲୋକେ ପୂର୍ବରୁ କାଠ, ପରେ ଅଙ୍ଗାରରେ ରୋଷଇ କରି ଖାଉଥିଲେ। ଯୁଗ ବଦଳିବା ପରେ କିରୋସିନି ଚୁଲା, ବିଦ୍ୟୁତ ଚୁଲା ଏବଂ ଗ୍ୟାସ ଚୁଲାରେ ରୋଷଇ କରି ଖାଉଛନ୍ତି। ଉଜ୍ଜଳା ଯୋଜନାରେ ଗାଁରୁ ଆରମ୍ଭ କରି ସହରର ବସ୍ତି ପର୍ଯ୍ୟନ୍ତ ଗ୍ୟାସ୍ ସିଲଣ୍ଡର ପହଚିଂବା ସହ ଗ୍ୟାସ୍ ଚୁଲାରେ ରୋଷଇ କରି ଖାଉଛନ୍ତି। ଏହା ବାଦେ ମଧ୍ୟ ଆଜି ସହରରୁ ଆରମ୍ଭ କରି ଗ୍ରାମାଂଚଳରେ କାଠର ଅଙ୍ଗାରର ଚାହିଦା ରହିଛି। ଏବେ ବି କିଛି ନ୍ୟାସ୍ତସ୍ବାର୍ଥ କାଠ କାଠୁରିଆମାନେ ଜଙ୍ଗଲରୁ କାଠ କାଟି ଜଙ୍ଗଲ ମଧ୍ୟରେ ହିଁ ଅଙ୍ଗାର ପ୍ରସ୍ତୁତ କରି ଏହାକୁ ବିକ୍ରୀ କରୁଛନ୍ତି। ଏହା ଦ୍ବାରା ଜଙ୍ଗଲ ନଷ୍ଟ ହେବା ସହ ପରିବେଶ ବି କ୍ଷୟ ହେଉଛି। ତେବେ ବିଭାଗ ସବୁ ଜାଣି ନଜାଣିବା ଅଭିନୟ କରୁଛି।
ଦୁର୍ଗମ ଜଙ୍ଗଲରେ ଥିବା ବହୁ ମୂଲ୍ୟବାନ ଗଛକୁ କାଟି ଦେଉଛନ୍ତି। ଏହି କାଠକୁ ମାଟିର ଗାତରେ ପକାଇ ନିଆଁ ଲଗାଉଛନ୍ତି। ନିଆଁ ଲାଗିଯିବା ପରେ ଏହାକୁ ପୋତି ପକାଉଛନ୍ତି। କିଛି ଦିନ ପରେ ବାହାର କରି କୋରାପୁଟ,ସେମିଳିଗୁଡା, ସୁନାବେଡ଼ା, ଜୟପୁର, ବୋରିଗୁମ୍ମା ସହ ପଡୋଶୀ ଜିଲ୍ଲାର ନବରଙ୍ଗପୁର, ପଡେଶୀ ରାଜ୍ୟର ଜଗଦଲପୁର, ସାଲୁର ପର୍ଯ୍ୟନ୍ତ ଅଙ୍ଗାର କାଉଡି ଏବେ ଯାଉଛି।
ଅଧିକ ପଢ଼ନ୍ତୁ: ଇସ୍ରୋ ଲଞ୍ଚ୍ କଲା ସ୍ପେଡେକ୍ସ ମିସନ, ମହାକାଶରେ ଯୋଡ଼ିହେବ ଦୁଇଟି ସାଟେଲାଇଟ୍
କୋରାପୁଟ ସହରର ଚାରି ପାର୍ଶ୍ବରେ ଥିବା ଗାଁ ଗୁଡିକରୁ ଏଭଳି ଅଙ୍ଗାର କାଉଡି ଲୋକେ ବୋହି କିମ୍ବା ସାଇକେଲରେ ଆଣୁଥିବା ବନବିଭାଗ କର୍ମଚାରୀ ମାନେ ବି ଜାଣୁଛନ୍ତି। କିଛି ସମୟ ଧରୁଛନ୍ତି , ନଚେତ ଏମାନଙ୍କ ସହ ସଲାସୁତରା କରି ଅଳ୍ପ କିଛି ହାତଗୁଞ୍ଜା ନେଇ ଏମାନଙ୍କୁ ଛାଡି ଦେଉଛନ୍ତି।
କୋରାପୁଟ ଜିଲ୍ଲାରେ ଜଙ୍ଗଲ ପଦା ହେବା ପଛରେ ପୋଡୁଚାଷ ଓ କାଠ ଚୋରୀ ପ୍ରମୁଖ କାରଣ। ତା ଠାରୁ ଆହୁରି ଅଧିକା ପରିବେଶକୁ ବିଷାକ୍ତ କରି ଜଙ୍ଗଲକୁ ବଳି ପକାଉଛନ୍ତି ଅଙ୍ଗାର ବିକ୍ରେତା।ଯଦିଓ ନିଜର ଜୀବନ ଜୀବିକା ପାଇଁ କାଳନୁକ୍ରମେ ଏହି ବୃତ୍ତି କରି ଆସୁଛନ୍ତି ତଥାପି ସେମାନଙ୍କୁ ସଚେତନ କରିବ କିଏ ?
ଅଧିକ ପଢ଼ନ୍ତୁ: ସୀମାନ୍ତରେ ୩ ନକ୍ସଲ ଗିରଫ
Follow Us