woman ran away from home to save her life Photograph: (sambad.in)
ବୈଶିଙ୍ଗା: ବେତନଟୀ ରେଞ୍ଜ ତଥା ବୈଶିଙ୍ଗା ଥାନା ଅଧୀନ ସଇତପୁର ପଞ୍ଚାୟତ ଅଧୀନ କୁରାଢ଼ିକ ଗ୍ରାମରେ ସୋମବାର ସକାଳ ୬ଟା ସମୟରେ ବଣୁଆ ହାତୀପଶି ଜନୈକା ମହିଳାଙ୍କ ଘର ଉପରେ ଘନଘନ ଆକ୍ରମଣକରି ଘରକୁ ଭାଙ୍ଗିବା ସହିତ ବ୍ୟାପକ କ୍ଷୟକ୍ଷତି ଘଟାଇଥିବା ବେଳେ ଏହି ଆକ୍ରମଣରୁ ମହିଳା ଜଣକ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ଖାଦ୍ୟ ଅନ୍ୱେଷଣରେ ବଣୁଆହାତୀ କୁରାଢ଼ିକ ଗାଁରେ ପଶିଥିଲା। ଏହାପରେ ଗ୍ରାମରେ ସାଲଗେ ସୋରେନଙ୍କ ଉପରେ ଘନଘନ ଆକ୍ରମଣ କରିବା ଆରମ୍ଭ କରିଦେଇଥିଲା।
ଅଧିକ ପଢ଼ନ୍ତୁ: ତୃଣମୂଳସ୍ତରରୁ କ୍ରୀଡ଼ାର ବିକାଶ ପାଇଁ ପ୍ରସ୍ତୁତ ହେବ ଯୋଜନା: ମନ୍ତ୍ରୀ
ହାତୀ ଆକ୍ରମଣରେ ସାଲଗେଙ୍କ ଘର କାନ୍ଥ ଭାଙ୍ଗିବା ସହିତ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା। ହାତୀ ଆକ୍ରମଣ ସମୟରେ ସାଲଗେ ଘରେ ଶୋଇଥିଲେ। ତେବେ ସେ ଜୀବନ ବଞ୍ଚାଇ ଘରୁ ବାହାରକୁ ଦୌଡ଼ି ପଳାଇଆସି ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଥିଲେ।
ଘର ଭାଙ୍ଗିବା ପରେ ସାଲଗେଙ୍କ ଘରେ ଗଛିତ ରଖିଥିବା ଧାନ ଚାଉଳ ଖାଇବା ସହିତ ଆସବାବପତ୍ର ଭଙ୍ଗାରୁଜା କରି ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା। ଗ୍ରାମବାସୀମାନେ ହୋହଲ୍ଲା କରିବା ପରେ ହାତୀ ଜଙ୍ଗଲ ଭିତରକୁ ପଳାଇ ଯାଇଥିଲା।
ଅଧିକ ପଢ଼ନ୍ତୁ: ଏତେ କୋଟିର ମାଲିକ ସାଉଥ ସୁପରଷ୍ଟାର ପବନ କଲ୍ୟାଣ
Follow Us