ଆତ୍ମସମର୍ପଣ କଲେ ମହିଳା ନକ୍ସଲ

ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନା ରାଜ୍ୟର ଭଦ୍ରାଦି କଥାଗୁଡୁମ ଜିଲ୍ଲା ପୁଲିସ ନିକଟରେ ଛତିଶଗଡର କେରଲାପାଲ ଏରିଆ କମିଟିର ସଦସ୍ୟା କାଲୁମୁ ପାଇକି ଆତ୍ମସମର୍ପଣ କରିଛନ୍ତି...

Mkg mao netri surrender

Mkg mao netri surrender Photograph: (sambad.in)

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନା ରାଜ୍ୟର ଭଦ୍ରାଦି କଥାଗୁଡୁମ ଜିଲ୍ଲା ପୁଲିସ ନିକଟରେ ଛତିଶଗଡର କେରଲାପାଲ ଏରିଆ କମିଟିର ସଦସ୍ୟା କାଲୁମୁ ପାଇକି(୨୮) ଆତ୍ମସମର୍ପଣ କରିଛନ୍ତି।

କାଲୁମୁ ପାଇକିଙ୍କ ଘର ଛତିଶଗଡର ସୁକମା ଜିଲ୍ଲା ଅନ୍ତର୍ଗତ ପୁଲବାଗେଡ ଗ୍ରାମରେ। ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସେ ଆତ୍ମସମର୍ପଣ କରିଛନ୍ତି।

କାଲୁମୁ ପାଇକି ଗତ ୨୦୦୯ ମସିହାରେ କେରଲାପାଲ ଏରିଆ କମିଟିର ମିଲିସିଆ ସଦସ୍ୟା ଭାବେ ଯୋଗ ଦେଇଥିଲେ। ପରେ ସେ ୨୦୧୨ରେ କମାଣ୍ଡର ରମେଶ ନିକଟରେ ରହିବାର ପଦନ୍ନୋତି ପାଇଥିଲେ। ୨୦୧୫ରେ ତାକୁ ସିଙ୍ଗଲ ସଟ୍ ରାଇଫଲ ପ୍ରଦାନ କରାଯାଇଥିଲା। ପରେ ୨୦୧୭ରେ ସେ କରଲାପାଲ ଏରିଆ କମିଟିର ଡେପୁଟି କମାଣ୍ଡର ଭାବେ ପୁଣି ପଦନ୍ନୋତି ପାଇଥିଲେ। ୨୦୨୦ ବେଳକୁ ସେ ଡିଭିଜନାଲ କମିଟି ମେମ୍ବର ଭାବେ ପଦନ୍ନୋତି ପାଇଥିଲେ। କାଲୁମୁଙ୍କ ଉପରେ ସରକାର ୪ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ।

କାଲୁମୁ ପାଇକି ଡିଭିଜନାଲ କମିଟି ସଦସ୍ୟ ଜଗ୍ଗୁଙ୍କ ଅଧୀନରେ ୨୦୨୧ ଜୁନ୍ ମାସରେ କେରଳପାଲ କ୍ଷେତ୍ର କମିଟି ସଦସ୍ୟ ମାଧବୀ ଭୀମ ଗ୍ରାମୋହନଙ୍କୁ ବିବାହ କରିଥିଲେ। ସେ ଛତିଶଗଡ,ତେଲେଙ୍ଗାନା ଏବଂ ଓଡିଶାର ବହୁ ହିଂସାରେ ଜଡିତ ଥିବା ସ୍ବୀକାର କରିଛନ୍ତି। ଲଗାତାର ଛତିଶଗଡ,ଓଡିଶା ଏବଂ ତେଲେଙ୍ଗାନା ପୁଲିସର ଚଢାଉରେ ସେ ବ୍ୟତିବ୍ୟସ୍ତ ହୋଇଯାଇଥିଲେ। ସେ ସ୍ବାସ୍ଥ୍ୟଗତ ସମସ୍ୟା ନେଇ ଯନ୍ତ୍ରଣା ଅନୁଭବ କରୁଥିଲେ।

ଅଧିକ ପଢ଼ନ୍ତୁ: ଘନ କୁହୁଡ଼ି ନେଇ ବିଭିନ୍ନ ଜିଲ୍ଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା

ସଂଗଠନରେ ରହି କାମ କରିବା ତାଙ୍କ ପାଇଁ ସମସ୍ୟା ହୋଇପଡିଥିଲା। ସଂଗଠନରେ ଭେଦଭାବ ଏବଂ ନିର୍ଯାତନାରେ ଅତିଷ୍ଠ ହୋଇଯାଇଥିବା ସେ କହିଛନ୍ତି। ମୁଖ୍ୟସ୍ରୋତରେ ସାମିଲ ହୋଇ ବାକି ଜୀବନ ବିତାଇବେ ବୋଲି ନିଷ୍ପତ୍ତି ନେଇଥିବା ସେ କହିଛନ୍ତି। 

ପୁଲିସ ପକ୍ଷରୁ ଆତ୍ମନିର୍ଭରଶୀଳ ନୀତି ଏବଂ ସହଯୋଗ କରାଯାଉଥିବାରୁ ନକ୍ସଲମାନେ ଧିରେ ଧିରେ ସଂଗଠନ ଛାଡି ମୁଖ୍ୟସ୍ରୋତରେ ସାମିଲ ହେବାରେ ଲାଗିଛନ୍ତି। ଆଗାମୀ ଦିନରେ ମଧ୍ୟ ଯେଉଁ ନକ୍ସଲ ମୁଖ୍ୟସ୍ରୋତରେ ସାମିଲ ହେବେ ସେମାନଙ୍କୁ ସ୍ବାଗତ କରାଯିବ ବୋଲି ତେଲେଙ୍ଗାନା ପୁଲିସ ପକ୍ଷରୁ କୁହାଯାଇଛି।

ଅଧିକ ପଢ଼ନ୍ତୁ: ହୃଦଘାତରେ ଲୋକପ୍ରିୟ ଅଭିନେତାଙ୍କ ମୃତ୍ୟୁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe