ରାଇରଙ୍ଗପୁର: ରାଇରଙ୍ଗପୁରଠାରେ ଥିବା ଭାରତ ଗ୍ୟାସ୍‌ର ଅଗ୍ରଣୀ ଗ୍ୟାସ୍ ଏଜେନ୍ସି ଗଣେଶ ଗ୍ୟାସ୍ ଏଜେନ୍ସି ପକ୍ଷରୁ ସ୍ଥାନୀୟ ପିସିଏମ କଲ୍ୟାଣ ମଣ୍ଡପ ପରିସରରେ ପ୍ରଥମ ଥର ପାଇଁ ମହିଳାମାନଙ୍କ ମଧ୍ୟରେ ରୋଷେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।

Advertisment

ସୂଚନାଯୋଗ୍ୟ, ଭାରତ ଗ୍ୟାସ କେବଳ ଗ୍ରାହକ ମାନଙ୍କୁ ରୋଷେଇ ସିଲିଣ୍ଡର ଯୋଗାଉଛି ତାହା ନୁହେଁ । ଏହା ମଧ୍ୟ ମହିଳାଙ୍କ ମଧ୍ୟରେ ଲୁକ୍କାୟିତ ସୃଜନଶୀଳତାକୁ ଗୁରୁତ୍ଵ ଦେଇଥାଏ। ଗ୍ୟାସ୍ ଚୁଲାର ବ୍ୟବହାର ,ରକ୍ଷାଣବେକ୍ଷଣ ଉପରେ ମଧ୍ୟ ମହିଳାମାନଙ୍କୁ କର୍ମଶାଳା ମାଧ୍ୟମରେ ସଚେତନ କରାଉଛି। ଏହା ସହିତ ମହିଳାମାନଙ୍କୁ ସୁସ୍ବାଦୁ ଖାଦ୍ୟ, ବ୍ୟଞ୍ଜନ,ଜଳଖିଆ ପ୍ରସ୍ତୁତ କରିବା ପାଇଁ ଉତ୍ସାହିତ କରୁଛି ।

ମହିଳାମାନଙ୍କୁ ରୋଷେଇରେ ଉତ୍ସାହିତ କରାଇବା ପାଇଁ କେଉଁ ମହିଳାଙ୍କର କେଉଁ ଖାଦ୍ୟ ପ୍ରସ୍ତୁତ କରିବାରେ ଶ୍ରେଷ୍ଠ ରୁଚି ଅଛି ଏବଂ ଲୋକଙ୍କ ମନ ଜିଣିପାରୁଛନ୍ତି ତାହାର ସନ୍ଧାନ ପାଇଁ ଏହି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଗ୍ୟାସ୍ ଏଜେନ୍ସିର ପ୍ରୋପାଇଟର  ମିନତୀ ହାଁସଦାଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସିପିବ୍ଲୁଡିର ନିର୍ବାହୀ ଯନ୍ତ୍ରୀ ଇଂ. ଖଗେଶ୍ବର କଳା, ସମ୍ମାନିତ ଅତିଥି ଭାବେ ଯୁବ ସାମ୍ବାଦିକ ତୁଷାରକାନ୍ତ ମହାନ୍ତ, ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ଅଧ୍ୟାପିକା ଯଶୋଧାରା ମହାନ୍ତ, ଅଧ୍ୟାପକ ବିଜୟ ରାମ,ଶୁଭଦର୍ଶିନୀ ମିଶ୍ର,ପ୍ରମୁଖ ଯୋଗ ଦେଇଥିଲେ ।  

ସେମାନେ କହିଥିଲେ ଅନ୍ନ ବା ଖାଦ୍ୟ ହିଁ ଭଗବାନ । ମଣିଷ ସୁସ୍ବାଦୁ ଖାଦ୍ୟ ଖାଇଲେ ଶରୀରର ସୁସ୍ଥ ରହିବା ସହିତ ମନ ପ୍ରଫୁଲ୍ଲିତ ରହିବ । ମନ ପ୍ରଫୁଲ୍ଲ ରହିଲେ ସକାରାତ୍ମକ ଚିନ୍ତା ରହିବ । ବିଭିନ୍ନ ମହିଳା ସ୍ଵୟଂ ସହାୟିକା ଗୋଷ୍ଠୀର ସଦସ୍ୟାଙ୍କ ଦ୍ଵାରା ୧୫ରୁ ଉର୍ଦ୍ଧ୍ବ ଷ୍ଟଲ ପ୍ରଦର୍ଶିତ  ହୋଇଥିଲା ।

ଅଧିକ ପଢ଼ନ୍ତୁ: ନକ୍ସଲଙ୍କ ପିଏଲଜିଏ ସପ୍ତାହ ପାଳନ: ୩ ରାଜ୍ୟର ସିମା ସିଲ୍

ମହିଳାମାନେ ଆରିସାପିଠା, ସିଙ୍ଗଡ଼ା,ଆଳୁଚପ୍, ଗୁଲୁଗୁଲା,ମାଣ୍ଡିଆ ପିଠା, ଆଳୁଚପ, ଚକୁଳି, ନିମିକି, ମଣ୍ଡାପିଠା, କଚୋଡି, ପକୁଡି ପ୍ରଭୃତି ବିଭିନ୍ନ କିସମର ହାତ ତିଆରି ସୁସ୍ଵାଦୁ ଜଳଖିଆ ପ୍ରସ୍ତୁତ କରି ପ୍ରଦର୍ଶିତ କରିଥିଲେ । 

ଅତିଥି ତଥା ଜଜ୍‌ମାନେ ବିଭିନ୍ନ ଷ୍ଟଲ ବୁଲିବା ସହ ବିଭିନ୍ନ ପ୍ରକାରର ଖାଦ୍ୟ ଚାଖିଥିଲେ।  ରୋଷେଇ ପ୍ରତିଯୋଗିତାରେ ରଶ୍ମିତା ନାଏକ ପ୍ରଥମ,ଇନ୍ଦୁ ଶର୍ମା ଦିତୀୟ ଏବଂ ସୁଜାତା ଗିରିଙ୍କୁ ତୃତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା । ସନ୍ତୋଷୀ ରାମ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଅତିଥିଗଣ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । ଶେଷରେ ସମସ୍ତ ପ୍ରତିଯୋଗୀଙ୍କୁ ମିନତୀ ହାଁସଦା ଧନ୍ୟବାଦ ଅର୍ପଣ କରିଥିଲେ।

ଅଧିକ ପଢ଼ନ୍ତୁ: ଦଶ ମାସ ହେଲା ବିଧବା ଭତ୍ତା ପାଇବାରୁ ବଞ୍ଚିତ