Editorial: ଯାତ୍ରୀଙ୍କ କଥା

Advertisment

ଭଡ଼ା ବୃଦ୍ଧି କରିବା ସହିତ ରେଳବାଇ ସେ ପ୍ରଦାନ କରୁଥିବା ସେବାରେ ମଧ୍ୟ ଉନ୍ନତି ଘଟାଇବା ଜରୁରି। ଏଥିରେ ଗାଡ଼ି ଚଳାଚଳରେ ସମୟାନୁବର୍ତ୍ତିତାରୁ ପରିଚ୍ଛନ୍ନତା, ନିରାପତ୍ତା ଓ ସ୍ଥାନ ଉପଲବ୍‌ଧତା ପର୍ଯ୍ୟନ୍ତ ଅନ୍ତର୍ଭୁକ୍ତ।

ଭଡ଼ା ବୃଦ୍ଧି କରିବା ସହିତ ରେଳବାଇ ସେ ପ୍ରଦାନ କରୁଥିବା ସେବାରେ ମଧ୍ୟ ଉନ୍ନତି ଘଟାଇବା ଜରୁରି। ଏଥିରେ ଗାଡ଼ି ଚଳାଚଳରେ ସମୟାନୁବର୍ତ୍ତିତାରୁ ପରିଚ୍ଛନ୍ନତା, ନିରାପତ୍ତା ଓ ସ୍ଥାନ ଉପଲବ୍‌ଧତା ପର୍ଯ୍ୟନ୍ତ ଅନ୍ତର୍ଭୁକ୍ତ।

samp1

ଭଡ଼ା ବୃଦ୍ଧି କରିବା ସହିତ ରେଳବାଇ ସେ ପ୍ରଦାନ କରୁଥିବା ସେବାରେ ମଧ୍ୟ ଉନ୍ନତି ଘଟାଇବା ଜରୁରି। ଏଥିରେ ଗାଡ଼ି ଚଳାଚଳରେ ସମୟାନୁବର୍ତ୍ତିତାରୁ ପରିଚ୍ଛନ୍ନତା, ନିରାପତ୍ତା ଓ ସ୍ଥାନ ଉପଲବ୍‌ଧତା ପର୍ଯ୍ୟନ୍ତ ଅନ୍ତର୍ଭୁକ୍ତ। ନଚେତ ଅତୀତରେ ଆମେରିକାରେ ରେଳ ଯାତ୍ରା ପ୍ରସାରର ଆଦ୍ୟ କାଳରେ ଅନ୍ୟତମ କ୍ଷମତାଶାଳୀ ରେଳପଥ ଉଦ୍ୟୋଗୀ ଜେ ଗୋଲ୍‌ଡ ଏକ ଅନୁରୂପ ସମସ୍ୟାର ସମାଧାନ ସଂପର୍କରେ ପ୍ରଦାନ କରିଥିବା ମନ୍ତବ୍ୟ ପରି ଏକ ଧାରଣା ସୃଷ୍ଟି ହେବ: ‘‘ଜନସାଧାରଣ ନିଜ କଥା ନିଜେ ବୁଝନ୍ତୁ। ରେଳପଥର ଯତ୍ନ ନେବା ପାଇଁ ମୁଁ ଯେତିକି କରିପାରିବା ସମ୍ଭବ କରିଛି।’’

Story Of Jagannath: ‘କଳା ବାନ୍ଧବ’: ମନ ଜିଣୁଛି ମହାପ୍ରଭୁ ଶ୍ରୀଜଗନ୍ନାଥ ଓ କୁନି ମୀରାର ଅଭିମାନ ଭରା କାହାଣୀ…

ଡିସେମ୍ବର ୨୬ ଠାରୁ ଭାରତରେ ଦୂରଗାମୀ ରେଳ ଯାତ୍ରୀମାନଙ୍କୁ ବହନ କରିବାକୁ ପଡୁଥିବା ବ୍ୟୟ ବୋଝରେ ବୃଦ୍ଧି ଘଟିଛି। ଛ’ ମାସ ମଧ୍ୟରେ ଦ୍ବିତୀୟ ଥର ପାଇଁ ଏପରି ଭଡ଼ା ବୃଦ୍ଧି ସୂତ୍ରରୁ ସରକାର ଚଳିତ ବିତ୍ତ ବର୍ଷରେ ୬୦୦ କୋଟି ଟଙ୍କା ଅତିରିକ୍ତ ସମ୍ବଳ ସଂଗ୍ରହ କରିବାକୁ ଯାଉଛନ୍ତି ବୋଲି ରେଳବାଇ ଘୋଷଣା କରିଛି।
ଏମିତିରେ ଦେଖିଲେ ବର୍ତ୍ତମାନର ଏହି ଭଡ଼ା ବୃଦ୍ଧିକୁ ସହନୀୟ ସୀମା ମଧ୍ୟରେ ରଖିବାକୁ ସରକାର ଉଦ୍ୟମ କରିଥିବା ଭଳି ମନେ ହୋଇଥାଏ। ଉଦାହରଣ ସ୍ବରୂପ ୨୧୫ କି.ମି. ଦୂରତା ପର୍ଯ୍ୟନ୍ତ ଯାତ୍ରା ପାଇଁ ଭଡ଼ାରେ କୌଣସି ବୃଦ୍ଧି ଘଟାଯାଇ ନ ଥିବାବେଳେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଯାତାୟାତ କରିବା ପାଇଁ ବ୍ୟବହାର କରୁଥିବା ସବର୍ବାନ୍ ରେଳ ଭଡ଼ାରେ ତଥା ସେମାନଙ୍କ ମଧ୍ୟରୁ ଅନେକ ବ୍ୟବହାର କରୁଥିବା ସିଜନ୍ ଟିକେଟ୍ ମୂଲ୍ୟରେ ମଧ୍ୟ କୌଣସି ବୃଦ୍ଧି କରାଯାଇ ନାହିଁ। ୨୧୬ କି.ମି.ରୁ ୭୫୦ କି.ମି. ଦୂରତା ପର୍ଯ୍ୟନ୍ତ ଯାତ୍ରା ପାଇଁ ଭଡ଼ାରେ ୫ ଟଙ୍କା, ୭୫୧ କି.ମି.ରୁ ୧୨୫୦ କି.ମି. ଦୂରତା ପର୍ଯ୍ୟନ୍ତ ଯାତ୍ରା ପାଇଁ ୧୦ ଟଙ୍କା, ୧୨୫୧ରୁ ୧୭୫୦ କି.ମି. ଦୂରତା ପର୍ଯ୍ୟନ୍ତ ଯାତ୍ରା ପାଇଁ ୧୫ ଟଙ୍କା ଏବଂ ୧୭୫୧ କି.ମି.ରୁ ୨୨୫୦ କି.ମି. ଦୂରତା ପର୍ଯ୍ୟନ୍ତ ଯାତ୍ରା ପାଇଁ ଭଡ଼ାରେ ୨୦ ଟଙ୍କା ଲେଖାଏଁ ବୃଦ୍ଧି ସାଧନ କରାଯାଇଛି। ମେଲ୍ ଓ ଏକ୍‌ସପ୍ରେସ୍ ଗାଡ଼ିମାନଙ୍କ ପାଇଁ ଶ୍ରେଣୀ ନିର୍ବିଶେଷରେ ଭଡ଼ାରେ କି.ମି. ପିଛା ୨ ପଇସା ଲେଖାଏଁ ବୃଦ୍ଧି ଘଟାଯାଇଛି। ରାଜଧାନୀ, ଶତାବ୍ଦୀ, ଦୂରନ୍ତ, ବନ୍ଦେ ଭାରତ, ଗରିବ ରଥ, ଜନଶତାବ୍ଦୀ ଓ ନମୋ ଭାରତ ରାପିଡ୍ ରେଲ୍ ଆଦି ଦେଶର ସମସ୍ତ ଗୁରୁତ୍ବପୂର୍ଣ୍ଣ ରେଳ ଗାଡ଼ିମାନଙ୍କ ପ୍ରତି ଏହି ବର୍ଦ୍ଧିତ ଭଡ଼ା ଲାଗୁ ହୋଇଛି। ଯାତ୍ରୀମାନଙ୍କର ସହନ କ୍ଷମତା ଓ ରେଳବାଇର ସଂଧାରଣୀୟତା ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ପ୍ରାଧାନ୍ୟ ଦେଇ ଏହି ଭଡ଼ା ବୃଦ୍ଧିର ସଂରଚନା କରାଯାଇଛି।
କିନ୍ତୁ ରେଳ ଯାତ୍ରା ହେଉଛି ଭାରତୀୟ ଅର୍ଥନୀତି ଓ ସମାଜର ରକ୍ତପ୍ରବାହକାରୀ ଧମନୀ ଭଳି। ଭାରତୀୟ ରେଳବାଇ ନେଟ୍‌ୱର୍କ ପୃଥିବୀର ଚତୁର୍ଥ ଦୀର୍ଘତମ ହୋଇଥିବା ବେଳେ ‌ଏଥିରେ ଦୈନନ୍ଦିନ ସର୍ବାଧିକ ସଂଖ୍ୟକ ଯାତ୍ରୀ ଯାତାୟାତ କରିଥାନ୍ତି। ତେଣୁ ରେଳ ଭଡ଼ାରେ ବୃଦ୍ଧିର ମାତ୍ରା ଯାହା ହୋଇଥିଲେ ହେଁ, ତାହା ଏଠାରେ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ପରିଣତ ହୋଇଥାଏ। ଭାରତୀୟ ରେଳବାଇ ଆମ ଦେଶରେ ଏକ ବିଶାଳ ଜନସେବା ଯୋଗାଣକାରୀ ସଂସ୍ଥା ହୋଇଥିବା ବେଳେ ଏହା ମଧ୍ୟ ହେଉଛି ଏକ ଅତିକାୟ ଉଦ୍ୟୋଗ। ନିଜର ଏଇ ପ୍ରଥମ ଦାୟିତ୍ବ ନିର୍ବାହ କରିବାର ଅଂଶସ୍ବରୂପ ରେଳବାଇ ପାରମ୍ପରିକ ଭାବରେ ସର୍ବଦା ରେଳ ଭଡ଼ାକୁ ଯାତ୍ରୀମାନଙ୍କର ବହନ କ୍ଷମତା ମଧ୍ୟରେ ସୀମିତ ରଖିବା ପାଇଁ ଚେଷ୍ଟା କରିଆସିଛି, ଯଦିବା ଏଥିଯୋଗୁଁ ତାକୁ ନିର୍ବାହ କରିବାକୁ ପଡୁଥିବା ଦ୍ବିତୀୟ ଦାୟିତ୍ବ ତୁଲାଇବା ସହଜ ହୋଇ ନ ଥାଏ। କାରଣ, ଯାତ୍ରୀ ଭଡ଼ା ସୂତ୍ରରୁ ରେଳବାଇ ଯେତିକି ସମ୍ବଳ ସଂଗ୍ରହ କରିପାରିଥାଏ, ତାହା ତା’ର ମୋଟ ପରିଚାଳନା ଖର୍ଚ୍ଚର ମାତ୍ର କିୟଦାଂଶ ମେଣ୍ଟାଇବା ନିମିତ୍ତ ଯଥେଷ୍ଟ ହୋଇଥାଏ।

Story Of Jagannath: ‘କଳା ବାନ୍ଧବ’: ମନ ଜିଣୁଛି ମହାପ୍ରଭୁ ଶ୍ରୀଜଗନ୍ନାଥ ଓ କୁନି ମୀରାର ଅଭିମାନ ଭରା କାହାଣୀ…

ଏହା ମଧ୍ୟ ଉଲ୍ଲେଖ ଆବଶ୍ୟକ ଯେ ରେଳବାଇର ପରିଚାଳନା ଖର୍ଚ୍ଚରେ ସମୟକ୍ରମେ ନିୟମିତ ଭାବରେ ବୃଦ୍ଧି ଘଟିଚାଲିଛି; ଭିତ୍ତିଭୂମି ରକ୍ଷଣାବେକ୍ଷଣ ଓ ନୂତନ ଭିତ୍ତିଭୂମି ନିର୍ମାଣ ପାଇଁ ଅଧିକରୁ ଅଧିକ ବ୍ୟୟ ଆବଶ୍ୟକ ହୋଇଚାଲିଛି; ନିରାପତ୍ତାରେ ଉନ୍ନତି ସାଧନ ଏକ ବ୍ୟୟବହୁଳ ଆବଶ୍ୟକତା ରୂପେ ଦେଖାଦେବାରେ ଲାଗିଥିବା ବେଳେ ନିରନ୍ତର ଲୋଡ଼ା ହୋଇ ଚାଲିଥିବା ଆଧୁନିକୀକରଣ ପାଇଁ ବିପୁଳ ସମ୍ବଳ ବିନିଯୋଗ ଆବଶ୍ୟକ ହେଉଛି। ଏଥିରୁ ସୃଷ୍ଟ ବିଶାଳ ବ୍ୟୟ ବୋଝ ଯେହେତୁ ସଂପୂର୍ଣ୍ଣ ରୂପେ ରାଜକୋଷ ଉପରେ ଲଦି ଦିଆଯାଇ ପାରିବ ନାହିଁ, ସେଇ କାରଣରୁ ଯାତ୍ରୀ ଭଡ଼ାରେ କିଛି ମାତ୍ରାରେ ବୃଦ୍ଧି ଘଟାଇ ଏଇ ସମସ୍ତ ବ୍ୟୟମାନ ଆଂଶିକ ରୂପେ ଭରଣା କରିବା ପାଇଁ ବେଳେବେଳେ ରେଳବାଇକୁ ଆହ୍ବାନ ଦିଆଯାଇଥାଏ। ଏହାକୁ ଦୃଷ୍ଟିରେ ରଖି ରେଳବାଇର ନୀତି ନିର୍ଦ୍ଧାରଣକାରୀମାନେ ଭଡ଼ାରେ ଏକ ପର୍ଯ୍ୟାୟବାଚୀ ବୃଦ୍ଧିର ଆଶ୍ରୟ ନେଇଥାନ୍ତି। ବର୍ତ୍ତମାନର ଭଡ଼ା ବୃଦ୍ଧିରେ ତାହା ଦେଖାଯାଇଥାଏ: ଯେଉଁମାନେ ଦୀର୍ଘ ପଥ ରେଳ ଯାତ୍ରା କରିବା ପାଇଁ ଆର୍ଥିକ ଦୃଷ୍ଟିରୁ ସମର୍ଥ, ସେମାନଙ୍କ ଉପରେ ଅପେକ୍ଷାକୃତ ଅଧିକ ବୋଝ ଲଦି ଦିଅାଯାଇଥିବା ବେଳେ, ଦୈନନ୍ଦିନ କର୍ମସ୍ଥଳୀକୁ ଯିବାଆସିବା କରୁଥିବା ଯାତ୍ରୀମାନଙ୍କୁ ସୁରକ୍ଷା ପ୍ରଦାନ କରାଯାଇଛି। ବର୍ଦ୍ଧିତ ଭଡ଼ାରୁ ସଂଗୃହୀତ ହେବାକୁ ଯାଉଥିବା ସମ୍ବଳ କେବଳ ପରିଚାଳନା, ନିରାପତ୍ତ‌ାରେ ଉନ୍ନତି ଓ କ୍ଷମତା ସଂପ୍ରସାରଣ ପାଇଁ ବ୍ୟୟ ହେବା ଲାଗି ଚିହ୍ନିତ କରାଯାଇଛି।
କିନ୍ତୁ ଏଥିସତ୍ତ୍ବେ ଭଡ଼ା ବୃଦ୍ଧି ପ୍ରତି ବିରୋଧର ସ୍ବର ନିରବ ହୋଇଯାଇ ନାହିଁ। ବିରୋଧୀମାନେ କହନ୍ତି ଯେ ଭଡ଼ା ବୃଦ୍ଧିର ମାତ୍ରା ଯେତେ କମ୍ ହେଲେ ମଧ୍ୟ ନିୟମିତ ଭାବରେ ବାରମ୍ବାର ରେଳ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ଏହା ବାଧିବ। ବିଶେଷ କରି ଛାତ୍ର, ଶ୍ରମିକ ଓ ଅର୍ଥନୈତିକ ଦୁର୍ବଳ ବର୍ଗର ଲୋକମାନେ ଏଇ ବୃଦ୍ଧି ଦ୍ବାରା ଅଧିକ ପ୍ରଭାବିତ ହେବେ। ଏହା ହେଉଛି ଏକ ସାଧାରଣ ସତ୍ୟ ଯେ ଆମ ଦେଶରେ ରେଳ ସେବାକୁ ଏକ ଲାଭ ଅନୁସରଣକାରୀ ଘରୋଇ କ୍ଷେତ୍ରର ଦ୍ରବ୍ୟ ରୂପେ ବିଚାର କରା ନ ଯାଇ ଏକ ସାର୍ବଜନୀନ ଦ୍ରବ୍ୟ ବା ସେବା ରୂପେ ବିଚାର କରାଯାଇଥାଏ, ଯାହାର ଯୋଗାଣ ଲାଭ-କ୍ଷତି ନିୟମ ଦ୍ବାରା ପରିଚାଳିତ ହୋଇଥାଏ ବୋଲି ବିଶ୍ବାସ କରାଯାଇ ନ ଥାଏ। ତେଣୁ ଭଡ଼ା ବୃଦ୍ଧିର ମାତ୍ରା ଯେତେ ସାମାନ୍ୟ ହୋଇଥିଲେ ମଧ୍ୟ ତାହା ଜନସାଧାରଣଙ୍କ ଠାରେ ପ୍ରତିକୂଳ ପ୍ରତିକ୍ରିୟା ସୃଷ୍ଟି କରିଥାଏ।
କିନ୍ତୁ ନୀତି ନିର୍ଦ୍ଧାରକମାନଙ୍କର ଦୃଷ୍ଟିକୋଣରୁ ଭଡ଼ା ନିର୍ଦ୍ଧାରଣ କେବଳ ଏକ ଦର ନିର୍ଦ୍ଧାରଣ କସରତ ନୁହେଁ, ଏହା ହେଉଛି କାହାକୁ ପ୍ରାଥମିକତା ପ୍ରଦାନ କରାଯିବ, ସେ ସଂପର୍କରେ ଉପଯୁକ୍ତ ନିଷ୍ପତ୍ତି ଗ୍ରହଣ ଉଦ୍ୟମ। ସେମାନେ ସମ୍ମୁଖୀନ ହେଉଥିବା ପ୍ରଶ୍ନଟି ହେଉଛି: ରେଳବାଇ କ’ଣ ଅନିର୍ଦ୍ଦିଷ୍ଟ କାଳ ଧରି ପ୍ରତ୍ୟେକ ଯାତ୍ରୀଙ୍କୁ ରିହାତି ଦରରେ ସେବା ଯୋଗାଇ ଚାଲିଥିବ? ନା କେବଳ ଅର୍ଥନୈତିକ ଦୁର୍ବଳ ଶ୍ରେଣୀଙ୍କର ସ୍ବାର୍ଥ ରକ୍ଷା କରିବା ସହିତ ଅନ୍ୟମାନଙ୍କୁ ବ୍ୟାବସାୟିକ ନିୟମ ଅନୁସରଣ କରି ସେବା ଯୋଗାଇବା ଉଚିତ ହେବ? ଏଇ ଦ୍ବନ୍ଦ୍ବର ଏକ ସହଜ ସମାଧାନର ସୂତ୍ର ଆବିଷ୍କାର ସହଜ ନୁହେଁ‌; କିନ୍ତୁ ରେଳବାଇ ବର୍ତ୍ତମାନ ଯେଉଁ ପର୍ଯ୍ୟାୟଭିତ୍ତିକ ଭଡ଼ା ବୃଦ୍ଧି ଘଟାଇଛି, ତାହା ଏକ ସନ୍ତୋଷଜନକ ସୂତ୍ର ଭଳି ପ୍ରତୀୟମାନ ହୋଇଥାଏ। ଦୈନନ୍ଦିନ ଯାତ୍ରୀ ଓ ସଂକ୍ଷିପ୍ତ-ଦୂରତା ଯାତ୍ରୀମାନଙ୍କୁ ଏଇ ଭଡ଼ା ବୃଦ୍ଧି ପରିସରରୁ ବହିର୍ଭୂତ ରଖିବା ସହିତ ଉଚ୍ଚତର କ୍ରୟ କ୍ଷମତାସଂପନ୍ନ ଅନିୟମିତ ଦୀର୍ଘ-ଦୂରତା ଯାତ୍ରୀମାନଙ୍କ ପାଇଁ ଭଡ଼ାରେ ଏକ ସହନୀୟ ବୃଦ୍ଧି ଘଟାଇ ରେଳବାଇ ଏଇ ଦ୍ବନ୍ଦ୍ବ ସମାଧାନରେ ଏକ ସୂକ୍ଷ୍ମ ସନ୍ତୁଳନ ରକ୍ଷା କରିବାକୁ ଚେଷ୍ଟା କରିଛି।

DRDO : ଦୂରଗାମୀ ଗାଇଡେଡ୍ ରକେଟ ପିନାକର ପ୍ରଥମ ଫ୍ଲାଇଟ୍ ଟେଷ୍ଟ

କିନ୍ତୁ ଏଥିସହିତ ଏହା ମଧ୍ୟ ମନେ ରଖିବା ଆବଶ୍ୟକ ଯେ ଭଡ଼ା ବୃଦ୍ଧି କରିବା ସହିତ ରେଳବାଇ ସେ ପ୍ରଦାନ କରୁଥିବା ସେବାରେ ମଧ୍ୟ ଉନ୍ନତି ଘଟାଇବା ଜରୁରି। ଏଥିରେ ଗାଡ଼ି ଚଳାଚଳରେ ସମୟାନୁବର୍ତ୍ତିତାରୁ ପରିଚ୍ଛନ୍ନତା, ନିରାପତ୍ତା ଓ ସ୍ଥାନ ଉପଲବ୍‌ଧତା ପର୍ଯ୍ୟନ୍ତ ଅନ୍ତର୍ଭୁକ୍ତ। ନଚେତ ଅତୀତରେ ଆମେରିକାରେ ରେଳ ଯାତ୍ରା ପ୍ରସାରର ଆଦ୍ୟ କାଳରେ ଅନ୍ୟତମ କ୍ଷମତାଶାଳୀ ରେଳପଥ ଉଦ୍ୟୋଗୀ ଜେ ଗୋଲ୍‌ଡ ଏକ ଅନୁରୂପ ସମସ୍ୟାର ସମାଧାନ ସଂପର୍କରେ ପ୍ରଦାନ କରିଥିବା ମନ୍ତବ୍ୟ ପରି ଏକ ଧାରଣା ସୃଷ୍ଟି ହେବ: ‘‘ଜନସାଧାରଣ ନିଜ କଥା ନିଜେ ବୁଝନ୍ତୁ। ରେଳପଥର ଯତ୍ନ ନେବା ପାଇଁ ମୁଁ ଯେତିକି କରିପାରିବା ସମ୍ଭବ କରିଛି।’’ ଅର୍ଥାତ୍, ଭଡ଼ା ବୃଦ୍ଧି ମାଧ୍ୟମରେ ରେଳବାଇ ପାଇଁ ଆବଶ୍ୟକ ସମ୍ବଳ ଯୋଗାଡ଼ କରିଦେବା ପରେ ରେଳପଥ କଂପାନିର ଦାୟିତ୍ବ ଶେଷ ହେଲା। ତେଣିକି ଯାତ୍ରୀମାନେ ନିଜ କଥା ନିଜେ ବୁଝିବେ।
ଉଲ୍ଲେଖ ନିଷ୍ପ୍ରୟୋଜନ ‌ଏକ ସରକାରୀ ରେଳବାଇ ଏପରି ଗୋଲ୍‌ଡସୁଲଭ ଆଭିମୁଖ୍ୟ ଗ୍ରହଣ କରିବା କ୍ଷମତାସୀନ ସରକାର ପାଇଁ ରାଜନୈତିକ ଆତ୍ମହତ୍ୟା ସହିତ ସମାନ ହେବ। ତେଣୁ ଏବେ ଯାତ୍ରୀମାନଙ୍କ ଠାରୁ ବର୍ଦ୍ଧିତ ହାରରେ ଭଡ଼ା ଆଦାୟ କରିବା ସହିତ ଭାରତୀୟ ରେଳବାଇ ସେମାନଙ୍କୁ ଅନ୍ତତଃ ଉତ୍ତମ ଗାଡ଼ି, ନିରାପଦ ଯାତ୍ରା ଓ ସମୟାନୁବର୍ତ୍ତୀ ଯାତ୍ରା ଯୋଗାଇବା ନିଶ୍ଚିତ କରିବ ବୋଲି ଆଶା କରାଯାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe