ଶ୍ୟାମସୁନ୍ଦର ଅଗ୍ରୱାଲା
“ଆଜ୍ଞା, ବଡ଼ ଅସୁବିଧାରେ ପଡ଼ିଛି। ମୋତେ ଦଶ ହଜାର ଟଙ୍କା ଉଧାର ଦେଇଥିବେ କି? ମୁଁ ଯଥା ଶୀଘ୍ର ସମ୍ଭବ ଫେରେଇ ଦେବି।” ଆପଣ ତାଙ୍କୁ ଦଶ ହଜାର ଟଙ୍କା ଉଧାର ଦେଇଦେଲେ। ତା’ ପରେ ବର୍ଷେ ଗଲା, ଦୁଇ ବର୍ଷ ଗଲା, ଭଦ୍ର ବ୍ୟକ୍ତି ଟଙ୍କା ଫେରେଇଲେ ନାହିଁ। ଦିନେ ଆପଣ ତାଙ୍କୁ ମନେ ପକେଇ ଦେବାରୁ ସେ କହିଲେ, “ହଁ, ହଁ, ମୋର ମନେ ଅଛି। ମୁଁ ନିଶ୍ଚୟ ଫେରେଇ ଦେବି।” “କେବେ ଫେରେଇବେ?” ଆପଣଙ୍କ ପ୍ରଶ୍ନର ଉତ୍ତର ଦେଇ କହିଲେ “ମୁଁ ଯଥା ଶୀଘ୍ର ସମ୍ଭବ ଫେରେଇ ଦେବି।” ଏମିତି ପାଞ୍ଚ ବର୍ଷ ବିତିଗଲା କିନ୍ତୁ ତାଙ୍କର “ଯଥା ଶୀଘ୍ର ସମ୍ଭବ” ଆସିଲା ନାହିଁ। କଥା କୋର୍ଟ କଚେରିକୁ ଗଲା। ମାଜିଷ୍ଟ୍ରେଟ ଉଧାର ନେଇଥିବା ବ୍ୟକ୍ତିର ଏହି ବିତଣ୍ଡା ଯୁକ୍ତିକୁ ଗ୍ରହଣ ନ କରି ମାସକ ଭିତରେ ଟଙ୍କା ଫେରେଇବାକୁ ନିର୍ଦ୍ଦେଶ ଦେଲେ ଓ ଅନାଦୟେ ଦୁଇ ମାସ ସଶ୍ରମ କାରାଦଣ୍ଡ ଶୁଣେଇ ଦେଲେ।
ଯଦି ଜଣେ ମାଜିଷ୍ଟ୍ରେଟ ସାଧାରଣ ନାଗରିକମାନଙ୍କ ପାଇଁ ଏହି ଭଳି ‘ଯଥା ଶୀଘ୍ର ସମ୍ଭବ’ର ବ୍ୟାଖ୍ୟା କରିପାରିବେ ତେବେ ମାନ୍ୟବର ସୁପ୍ରିମ୍ କୋର୍ଟ ସାଂବିଧାନିକ ପଦରେ ଥିବା ବଡ଼ ବଡ଼ ଲୋକଙ୍କ ପାଇଁ କାହିଁକି ଏହିଭଳି ବ୍ୟାଖ୍ୟା କରିପାରିବେ ନାହିଁ? ଆମ ସଂବିଧାନର ଧାରା ୨୦୦ ଓ ୨୦୧ ଅନୁଯାୟୀ ରାଜ୍ୟ ବିଧାନସଭାରେ ଗୃହୀତ ଯେ କୌଣସି ଅଣ-ଆର୍ଥିକ ବିଲ୍ ରାଜ୍ୟପାଳଙ୍କ ସ୍ୱୀକୃତି ନିମନ୍ତେ ଆସିଥାଏ ଏବଂ ତାଙ୍କ ପାଖରେ ଏଥିନିମନ୍ତେ ତିନିଟି ବିକଳ୍ପ ଥାଏ। ସେ ଏହି ବିଲ୍ଟିକୁ ‘ଯଥା ଶୀଘ୍ର ସମ୍ଭବ’ ସ୍ୱୀକୃତି ଦେଇପାରନ୍ତି କିମ୍ବା ପୁନଃବିଚାର ନିମନ୍ତେ ଏହାକୁ ବିଧାନସଭାକୁ ଫେରେଇ ଦେଇପାରନ୍ତି କିମ୍ବା ଏହାର ସ୍ୱୀକୃତି ନିମନ୍ତେ ରାଷ୍ଟ୍ରପତିଙ୍କ ପାଖକୁ ପଠେଇ ଦେଇପାରନ୍ତି। ଏଥିପାଇଁ ସଂବିଧାନରେ କେବଳ ‘ଯଥା ଶୀଘ୍ର ସମ୍ଭବ’ ଲେଖାଯାଇଛି କିନ୍ତୁ ଏହି ‘ଯଥା ଶୀଘ୍ର ସମ୍ଭବ’ କେତେ ଶୀଘ୍ର ସମ୍ଭବ ତାହାର କୌଣସି ସମୟ ସୀମା ଉଲ୍ଲେଖ କରାଯାଇ ନାହିଁ।
CJI: ନ୍ୟାୟ ପ୍ରଦାନ ସୁନିଶ୍ଚିତ କରିବା ପାଇଁ ମଧ୍ୟସ୍ଥତା ପ୍ରଭାବଶାଳୀ ମାଧ୍ୟମ: ସିଜେଆଇ
ଏହାର ଅର୍ଥ କ’ଣ ରାଜ୍ୟପାଳ ମହାଶୟ ଗୋଟିଏ ଗୋଟିଏ ବିଲ୍କୁ ସ୍ୱୀକୃତି ନ ଦେଇ ବର୍ଷ ବର୍ଷ କାଳ ପକେଇ ରଖିବେ ଆଉ ପଚାରିଲେ କହିବେ ସଂବିଧାନ ଅନୁଯାୟୀ ଏହା ଯଥା ଶୀଘ୍ର ସମ୍ଭବ କରାଯିବ? ଏହିଭଳି ଯୁକ୍ତି ରାଜ୍ୟ ବିଧାନସଭାମାନଙ୍କର ଆଇନ ପ୍ରଣୟନରେ ବାଧା ସୃଷ୍ଟି କରିବ ନାହିଁ କି? ଗଣତନ୍ତ୍ରରେ ଏହା ଲୋକ ପ୍ରତିନିଧିମାନଙ୍କର ଅଧିକାରରେ ଅଯଥା ହସ୍ତକ୍ଷେପ ନୁହେଁ କି?
ଏହାର ସୁଯୋଗ ନେଇ ତାମିଲନାଡୁର ରାଜ୍ୟପାଳ ରାଜ୍ୟ ବିଧାନସଭାରେ ପାରିତ ହୋଇଥିବା ପ୍ରାୟ ଦଶ ବାରଟି ମହତ୍ତ୍ବପୂର୍ଣ୍ଣ ବିଲ୍ ଗତ ପାଞ୍ଚ ବର୍ଷ ହେଲା ବିଭିନ୍ନ ବାହାନାରେ ନିଜ ପାଖରେ ପକେଇ ରଖିଥିଲେ। ଗତ ଏପ୍ରିଲ ମାସରେ ସୁପ୍ରିମ୍ କୋର୍ଟର ଏକ ଦୁଇଜଣିଆ ବେଞ୍ଚ ଏହା ଉପରେ ବିଚାର କରି ରାଜ୍ୟପାଳ ଓ ରାଷ୍ଟ୍ରପତିଙ୍କ ନିମନ୍ତେ ଏହି ‘ଯଥା ଶୀଘ୍ର ସମ୍ଭବ’ର ଏକ ଯୁକ୍ତିଯୁକ୍ତ ସମୟ ସୀମା ଅର୍ଥାତ୍ ମାସେରୁ ତିନି ମାସ ପର୍ଯ୍ୟନ୍ତ ନିର୍ଦ୍ଧାରଣ କରିଦେଲେ। ତେଣୁ ଯେଉଁ ବିଲ୍ ବିଧାନସଭାରେ ପାରିତ ହୋଇ ରାଜ୍ୟପାଳଙ୍କ ସ୍ୱୀକୃତି ନିମନ୍ତେ ଆସିଥିବ ତାହା ଉପରେ ରାଜ୍ୟପାଳ ମାସେରୁ ତିନି ମାସ ଭିତରେ ନିର୍ଣ୍ଣୟ ନେବେ ଏବଂ ଯେଉଁ ବିଲ୍ ରାଜ୍ୟପାଳଙ୍କ ପାଖକୁ ରାଷ୍ଟ୍ରପତିଙ୍କ ସ୍ୱୀକୃତି ନିମନ୍ତେ ପଠାଯାଇଥିବ ତାହା ଉପରେ ରାଷ୍ଟ୍ରପତି ସର୍ବାଧିକ ତିନି ମାସ ଭିତରେ ନିର୍ଣ୍ଣୟ ଦେବେ ଅନ୍ୟଥା ସେହି ବିଲ୍ଗୁଡ଼ିକ ମନକୁ ମନ ସାଂବିଧାନିକ ସ୍ୱୀକୃତିର ମର୍ଯ୍ୟାଦା ହାସଲ କରିବ।
ଏହା ସ୍ୱାଭାବିକ ଥିଲା କିନ୍ତୁ ଏହି ବିଚାରର ସାଂବିଧାନିକତା ଉପରେ ପ୍ରଶ୍ନ ଉଠେଇ ରାଷ୍ଟ୍ରପତି ସଂବିଧାନର ଧାରା ୧୪୩ ଆଧାରରେ ମାନ୍ୟବର ସୁପ୍ରିମ୍ କୋର୍ଟର ବିଶେଷ ପରାମର୍ଶ ଚାହିଁଲେ ଏବଂ ଗତ ନଭେମ୍ବର ମାସରେ ମାନ୍ୟବର ସୁପ୍ରିମ୍ କୋର୍ଟର ଏକ ପାଞ୍ଚଜଣିଆ ବେଞ୍ଚ ଏହିପରି ସମୟ ସୀମା ନିର୍ଦ୍ଧାରଣ ଅଣ-ସାଂବିଧାନିକ କହି ପୂର୍ବରୁ ଦୁଇଜଣିଆ ବେଞ୍ଚର ରାୟକୁ ପ୍ରତ୍ୟାହାର କରିନେଲେ। ଅବସ୍ଥା ବର୍ତ୍ତମାନ ଯଥା ପୂର୍ବମ୍ ତଥା ପରମ୍। ସଂବିଧାନର ‘ଯଥା ଶୀଘ୍ର ସମ୍ଭବ’ ତିନି ବର୍ଷ ହୋଇପାରେ କିମ୍ବା ପାଞ୍ଚ ବର୍ଷ ହୋଇପାରେ ଏବଂ ମାନ୍ୟବର ସୁପ୍ରିମ୍ କୋର୍ଟଙ୍କ ମତରେ ଏଥିପାଇଁ କୌଣସି ସମୟ ସୀମା ନିର୍ଦ୍ଧାରଣର ନିର୍ଦ୍ଦେଶ ଦିଆଯାଇ ପାରିବ ନାହିଁ। ଅଧିକ ବିଳମ୍ବ ହେଲେ ବିଚାର କରାଯାଇ ପାରେ କିନ୍ତୁ ଏଥିପାଇଁ କୌଣସି ନିର୍ଦ୍ଦେଶ ଦିଆଯାଇ ନ ପାରେ।
୩ୟ T-20: ଦକ୍ଷିଣ ଆଫ୍ରିକାକୁ ୭ ୱିକେଟରେ ପରାସ୍ତ କଲା ଭାରତ
ଏକଥା ସତ ଯେ ପ୍ରତ୍ୟେକ ନିୟମର ଦୁଇଟି ପାର୍ଶ୍ବ ଥାଏ। ଜଲି ଏଲ୍.ଏଲ୍.ବି. ନାମକ ଏକ ଚଳଚ୍ଚିତ୍ରର ତୃତୀୟ ଭାଗରେ ମାଜିଷ୍ଟ୍ରେଟ ସୁନ୍ଦର ଲାଲ ତ୍ରିପାଠୀ ଶିଳ୍ପ ପ୍ରତିଷ୍ଠା ନିମନ୍ତେ ଗରିବ କୃଷକମାନଙ୍କର ଜମି ଅଧିଗ୍ରହଣ ସପକ୍ଷରେ ଲଢୁଥିବା ଦିଲ୍ଲୀର ଜଣେ ବରିଷ୍ଠ ଓକିଲଙ୍କୁ କହୁଛନ୍ତି, “ଓକିଲ ମହାଶୟ, ନିୟମର ଗୋଟିଏ ପାର୍ଶ୍ବ ହେଉଛି ଏହାର ଅକ୍ଷର ଯାହା ଦୃଶ୍ୟମାନ ହୋଇଥାଏ କିନ୍ତୁ ଅନ୍ୟଟି ହେଉଛି ଏହାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଯାହା ଏହି ଅକ୍ଷରମାନଙ୍କ ଭିତରେ ଅଦୃଶ୍ୟ ରହିଥାଏ। ଅକ୍ଷର ସହିତ ଏହି ଲକ୍ଷ୍ୟ ଓ ଉଦ୍ଦେଶ୍ୟକୁ ସନ୍ତୁଳିତ କରି ରାୟ ଦେବା ହିଁ ହେଉଛି ପ୍ରକୃତ ନ୍ୟାୟ। କାଗଜପତ୍ର ଅନୁଯାୟୀ ଆପଣଙ୍କ ଜମି ଅଧିଗ୍ରହଣ ହୋଇଥିଲେ ହେଁ ଏହା ନିୟମର ଉଦ୍ଦେଶ୍ୟକୁ ପୂରଣ କରୁନାହିଁ ତେଣୁ ଏହି ଜମି ଅଧିଗ୍ରହଣ ବେଆଇନ ଅଟେ।”
ବନ୍ଧୁଗଣ, ଏହି ବ୍ୟାଖ୍ୟା ଅନୁଯାୟୀ ‘ଯଥା ଶୀଘ୍ର ସମ୍ଭବ’ ଏକ ସୀମିତ ସମୟ ଯାହା କେଭେ ପାଞ୍ଚ ବର୍ଷ କିମ୍ବା ଦଶ ବର୍ଷ ହୋଇ ନ ପାରେ। କଥା ହେଉଛି ଆମ ସଂବିଧାନ ରଚୟିତାମାନେ ଯେତେବେଳେ ରାଜ୍ୟପାଳଙ୍କର ଏହି ସ୍ୱୀକୃତି ଦେବାର ଅଧିକାର ଉପରେ ଲେଖିଥିଲେ ସେତେବେଳେ ସେମାନେ କେବେ ବି ଭାବି ନ ଥିଲେ ଯେ ଭବିଷ୍ୟତରେ ଏହିଭଳି ପରିସ୍ଥିତି ଉପୁଜି ପାରେ ଏବଂ ଏହାର ସୁଯୋଗ ନେଇ ରାଜ୍ୟପାଳମାନେ ବିଧାନସଭାରେ ପାରିତ ହୋଇ ସାରିଥିବା ବିଲ୍ଗୁଡ଼ିକ ଉପରେ କୌଣସି ନିଷ୍ପତ୍ତି ନ ନେଇ ବର୍ଷ ବର୍ଷ କାଳ ଝୁଲେଇ ରଖିବେ ଅନ୍ୟଥା ସେ ନିଶ୍ଚୟ ଏକ ସମୟ ସୀମା ନିର୍ଦ୍ଧାରଣ କରିଦେଇଥାନ୍ତେ ଏବଂ ଆଜି ଆମକୁ ‘ଯଥା ଶୀଘ୍ର ସମ୍ଭବ’ର ବ୍ୟାଖ୍ୟା ପାଇଁ କୋର୍ଟ କଚେରିକୁ ଯିବାକୁୁ ପଡ଼ି ନଥାନ୍ତା।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୬୭୫୬୭
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/14/fsdadgdga-2025-12-14-23-31-21.jpg)