ଧର୍ମଶାଳା : ଧର୍ମଶାଳାଠାରେ ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ୩ୟ ଟି-୨୦ରେ ଦକ୍ଷିଣ ଆଫ୍ରିକାକୁ ୭ ୱିକେଟରେ ପରାସ୍ତ କରିଛି ଭାରତ । ୧୧୮ ରନର ବିଜୟ ଲକ୍ଷ୍ୟକୁ ଭାରତ ୧୫.୫ ଓଭରରେ ୩ ଓ୍ବିକେଟ ହରାଇ ହାସଲ କରିନେଇଥିଲା । ଭାରତ ପକ୍ଷରୁ ଅଭିଷେକ ଶର୍ମା ୩୫ ରନ କରିଥିବାବେଳେ ଶୁଭମନ ଗିଲ୍ ୨୮ ରନ କରିଥିଲେ । ସେହିପରି ତିଳକ ବର୍ମା ୨୫ ରନ କରିଥିଲେ ।
ଆହୁରି ପଢନ୍ତୁ : Rahul Gandhi : ସତ୍ୟର ସହ ମୋଦୀ, ଶାହଙ୍କୁ କ୍ଷମତାରୁ ହଟାଇବୁ : ରାହୁଲ ଗାନ୍ଧି
ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ଆରମ୍ଭରୁ ବାରମ୍ବାର ଓ୍ବିକେଟ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳ ଶେଷ ପର୍ଯ୍ୟନ୍ତ ସେହି ବିପର୍ଯ୍ୟୟରୁ ଉଦ୍ଧାର ପାଇପାରିନଥିଲା ଓ ଏକ ବଡ଼ ସ୍କୋର କରିପାରିନଥିଲା । ଦଳ ପକ୍ଷରୁ କେବଳ ଆଇଡେନ ମାର୍କରାମ ଲଢୁଆ ବ୍ୟାଟିଂ କରି ୬୧ ରନର ଏକ ଭଲ ଇନିଂସ ଖେଳିଥିଲେ । ସେହିପରି ଡୋନୋଭନ ଫରେରା ୨୦ ରନ କରିଥିଲେ ।
ଭାରତ ପକ୍ଷରୁ ହର୍ଷିତ ରାଣା, ବରୁଣ ଚକ୍ରବର୍ତ୍ତି, କୂଳଦୀପ ଯାଦବ ଓ ଅର୍ଶଦୀପ ସିଂ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ସେହିପରି ଶିବମ ଦୁବେ ଓ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।
ଆହୁରି ପଢନ୍ତୁ : Jeypore: ଜମିଲା ପଥୋତ୍ସବ: କଣ୍ଠଶିଳ୍ପୀଙ୍କ ଗୀତରେ ଝୁମିଲେ ଦର୍ଶକ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/12/14/india-2025-12-14-22-28-15.jpg)