Editorial: ବିଚାରର ବିଷୟ

Advertisment

ସାଧାରଣ ଫୌଜଦାରୀ ଆଇନରୁ ‘ୟୁ.ଏ.ପି.ଏ.’ ବା ‘ପି.ଏମ.ଏଲ୍‌.ଏ.’ (ପ୍ରିଭେନସନ ଅଫ ମନି ଲଣ୍ଡରିଂ ଆକ୍‌ଟ) ଭଳି ବିଶେଷ ଆଇନ ଏଥି ଲାଗି ପୃଥକ୍‌ ଯେ ସାଧାରଣ ଫୌଜଦାରୀ ମାମଲାରେ ଦୋଷୀ ସାବ୍ୟସ୍ତ ନ ହେବା ପର୍ଯ୍ୟନ୍ତ ଅଭିଯୁକ୍ତକୁ ନିର୍ଦ୍ଦୋଷ ବୋଲି ଧରା ଯାଇଥାଏ....

ସାଧାରଣ ଫୌଜଦାରୀ ଆଇନରୁ ‘ୟୁ.ଏ.ପି.ଏ.’ ବା ‘ପି.ଏମ.ଏଲ୍‌.ଏ.’ (ପ୍ରିଭେନସନ ଅଫ ମନି ଲଣ୍ଡରିଂ ଆକ୍‌ଟ) ଭଳି ବିଶେଷ ଆଇନ ଏଥି ଲାଗି ପୃଥକ୍‌ ଯେ ସାଧାରଣ ଫୌଜଦାରୀ ମାମଲାରେ ଦୋଷୀ ସାବ୍ୟସ୍ତ ନ ହେବା ପର୍ଯ୍ୟନ୍ତ ଅଭିଯୁକ୍ତକୁ ନିର୍ଦ୍ଦୋଷ ବୋଲି ଧରା ଯାଇଥାଏ....

samp1

ସାଧାରଣ ଫୌଜଦାରୀ ଆଇନରୁ ‘ୟୁ.ଏ.ପି.ଏ.’ ବା ‘ପି.ଏମ.ଏଲ୍‌.ଏ.’ (ପ୍ରିଭେନସନ ଅଫ ମନି ଲଣ୍ଡରିଂ ଆକ୍‌ଟ) ଭଳି ବିଶେଷ ଆଇନ ଏଥି ଲାଗି ପୃଥକ୍‌ ଯେ ସାଧାରଣ ଫୌଜଦାରୀ ମାମଲାରେ ଦୋଷୀ ସାବ୍ୟସ୍ତ ନ ହେବା ପର୍ଯ୍ୟନ୍ତ ଅଭିଯୁକ୍ତକୁ ନିର୍ଦ୍ଦୋଷ ବୋଲି ଧରା ଯାଇଥାଏ, କିନ୍ତୁ ବିଶେଷ ଆଇନ ଦ୍ବୟରେ ଅଭିଯୁକ୍ତକୁ ପ୍ରଥମରୁ ହିଁ ଦୋଷୀ ବୋଲି ଧରି ନିଆଯାଏ, ଯହିଁରେ ନିର୍ଦ୍ଦୋଷତା ପ୍ରମାଣ କରିବା ହେଉଛି ଅଭିଯୁକ୍ତର ଦାୟିତ୍ବ। ଏଣୁ ଏଭଳି ମାମଲାରେ ସାକ୍ଷ୍ୟ-ପ୍ରମାଣ ଯୋଗାଡ଼ଯନ୍ତ୍ରର ଜଟିଳତାରେ ଛନ୍ଦା ଅଭିଯୁକ୍ତ ଦୀର୍ଘ କାଳ ଧରି ବିନା ବିଚାରରେ ଜେଲରେ ପଡ଼ି ରହେ। ତେବେ ଆତଙ୍କବାଦ ଓ ରାଷ୍ଟ୍ରୀୟ ନିରାପତ୍ତା ଭଳି ଅତ୍ୟନ୍ତ ସଂବେଦନଶୀଳ ବିଷୟ ‘ୟୁ.ଏ.ପି.ଏ.’ ସହିତ ଯୋଡ଼ି ହୋଇଥିବାରୁ ଏଭଳି ଏକ ସର୍ବ ସ୍ବୀକୃତ ନିୟମଟିଏର ଆବିର୍ଭାବ ଘଟିବା ମଧ୍ୟ ଏକ ଦୁଷ୍କର ବ୍ୟାପାର।

Pollution: ଡମଶାଳ ନାଳ କୂଳରେ ଧନ୍ବନ୍ତରୀ ଘାସ ରୋପଣ, ଦେଶରେ ପ୍ରଥମ!

ଏହି ସପ୍ତାହକ ମଧ୍ୟରେ ଦେଶର ଉଚ୍ଚ ଅଦାଲତଗୁଡ଼ିକରେ ଅନ୍ତତଃ ତିନିଟି ଅତ୍ୟନ୍ତ ଉଲ୍ଲେଖନୀୟ ଘଟଣାରେ ଜାମିନ ଓ ପାରୋଲ ସମ୍ବନ୍ଧୀୟ ବିଚାର ଓ ନିଷ୍ପତ୍ତିକୁ ନେଇ ଲୋକକ୍ଷେତ୍ର ଓ ବିମର୍ଶକାରଙ୍କ ବୈଠକଖାନାରେ ବିପୁଳ ଚର୍ଚ୍ଚା ଦେଖିବାକୁ ମିଳୁଛି, ଯେଉଁଠି ସଂବିଧାନର ଧାରା ୨୧ ଅନ୍ତର୍ଗତ ନାଗରିକ ସ୍ବାଧୀନତା ଭଳି ମୌଳିକ ଅଧିକାର ପରିପ୍ରେକ୍ଷୀରେ ‘ବେଲ୍‌’ ବା ଜାମିନ ପାଇବାର ଅଗ୍ରାଧିକାର ନେଇ ଯୁକ୍ତି ଓ ପ୍ରତିଯୁକ୍ତିର ପ୍ଳାବନ ସୃଷ୍ଟି ହୋଇଛି। ଉପରୋକ୍ତ ତିନିଟି ଘଟଣା ମଧ୍ୟରୁ ଗୋଟିକରେ ମାନ୍ୟବର ସର୍ବୋଚ୍ଚ ଅଦାଲତର ଏକ ଦୁଇଜଣିଆ ଖଣ୍ଡପୀଠ ଦ୍ବାରା ସି.ଏ.ଏ. ଆନ୍ଦୋଳନକାରୀ ଉମର ଖାଲିଦ ଓ ସର୍ଜିଲ ଇମାମଙ୍କ ପକ୍ଷରୁ ଆଗତ ଜାମିନ ଆବେଦନକୁ ପୁଣି ଥରେ ଅଗ୍ରାହ୍ୟ କରି ଦିଆଯାଇଛି; ଦ୍ବିତୀୟଟିରେ ଏକାଧିକ ଧର୍ଷଣ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ବାବା ରାମ ରହିମକୁ ପୁନର୍ବାର ପାରୋଲ ମିଳିଛି, ଅର୍ଥାତ୍‌ ପଞ୍ଚଦଶତମ ପାରୋଲ ଏବଂ ତୃତୀୟ ମାମଲାରେ ‘ଏନ.ଏସ.ଏ.’ରେ ଗିରଫ ହୋଇ ଯୋଧପୁର ଜେଲରେ ବନ୍ଦୀ ଥିବା ପରିବେଶ କର୍ମୀ ଓ ଶିକ୍ଷାବିତ୍ ସୋନମ ୱାଙ୍ଗଚୁକଙ୍କ ଜାମିନ ସକାଶେ ପ୍ରଥମ ଶୁଣାଣି ଗଲା ଗୁରୁବାର ଦିନ ଆରମ୍ଭ ହୋଇଛି। କହିବା ଅନାବଶ୍ୟକ ଯେ ଅପରାଧର ଭୀଷଣତା ଓ ମାତ୍ରା ତଥା ଅଭିଯୁକ୍ତ ଉପରେ ଲଗା ଯାଇଥିବା ଦଫା ଉପରେ ଜାମିନ କି ପାରୋଲ ମିଳିବା ବା ନ ମିଳିବା ଭଳି ବିଷୟ ନିର୍ଭର କରିଥାଏ; କିନ୍ତୁ ଭାରତୀୟ ଅଦାଲତଗୁଡ଼ିକରେ ମାମଲାର ସ୍ତୂପ ଏବଂ ବିଚାର ପ୍ରକ୍ରିୟାର କଚ୍ଛପ ସୁଲଭ ମନ୍ଥରତା ଦୃଷ୍ଟିରୁ ଜଣେ ବିଚାରାଧୀନ ବନ୍ଦୀ ବିନା ବିଚାରରେ କାରାରୁଦ୍ଧ ହୋଇ ରହି ତା’ର ମାନବିକ ଅଧିକାର ହରାଇବା ମଧ୍ୟ ଚିନ୍ତାର ବିଷୟ ହୋଇଥାଏ। 
ଉପରେ ଉଲ୍ଲିଖିତ ତିନିଟି ମାମଲା ମଧ୍ୟରୁ ସର୍ବାଧିକ ଆଲୋଚିତ ହେଉଛି ‘ୟୁ.ଏ.ପି.ଏ.’(ବେଆଇନ କାର୍ଯ୍ୟକଳାପ ନିରୋଧକ ଆଇନ) ବଳରେ ଗିରଫ ହୋଇଥିବା ଉମର ଖାଲିଦ ଓ ସର୍ଜିଲ ଇମାମଙ୍କ ଜାମିନ ଆବେଦନର ପ୍ରତ୍ୟାଖ୍ୟାନ, ଯେତେବେଳେ କି ତାଙ୍କ ସହିତ ସମାନ ଦଫାରେ ଅଭିଯୁକ୍ତ ଅନ୍ୟ ପାଞ୍ଚ ଜଣଙ୍କୁ ଜାମିନ ମିଳିଛି। ଏ ସଂଦର୍ଭରେ ଖଣ୍ଡପୀଠଙ୍କ ମତ ଅତ୍ୟନ୍ତ ସ୍ପଷ୍ଟ ଯେ ଆତଙ୍କବାଦ ଓ ରାଷ୍ଟ୍ରୀୟ ନିରାପତ୍ତା ସହିତ ସଂଶ୍ଳିଷ୍ଟ ‘ୟୁ.ଏ.ପି.ଏ.’ର ଧାରା ୪୩ଡି(୫) ଅନୁସାରେ ଅଭିଯୁକ୍ତ ବିରୋଧରେ ଯଦି ‘ପ୍ରାଇମା ଫେସାଇ’ ବା ‘ଦେଖିଲା ମାତ୍ରକେ ବିଶ୍ବାସଯୋଗ୍ୟ ହେଉଥିବା ଭଳି’ ପ୍ରମାଣ ଉପଲବ୍‌ଧ ଥାଏ, ତେବେ ଜାମିନ ଦେବାର ଅବକାଶ ନ ଥାଏ, ଯାହା ଉମର ଖାଲିଦ ଓ ସର୍ଜିଲ ଇମାମଙ୍କ କ୍ଷେତ୍ରରେ ଅଛି। ଅନ୍ୟ ପାଞ୍ଚ ଜଣ ଅଭିଯୁକ୍ତଙ୍କ ଉପରେ ‘ୟୁ.ଏ.ପି.ଏ.’ ଲାଗୁ ହୋଇଥିଲେ ହେଁ ଅପରାଧ ସହିତ ଅପେକ୍ଷାକୃତ ଲଘୁ ସଂପୃକ୍ତି ହେତୁ ସେମାନଙ୍କୁ ଜାମିନ ମିଳି ପାରିଛି। ପ୍ରକାଶ ଥାଉ କି ‘ପ୍ରାଇମା ଫେସାଇ’ ପ୍ରମାଣ ଅନୁସାରେ ‘ସି.ଏ.ଏ.’ର ପ୍ରତିବାଦରୁ ସୃଷ୍ଟ ୨୦୨୦ ମସିହାର ଦିଲ୍ଲୀ ଦଙ୍ଗାର ମୁଖ୍ୟ ସୂତ୍ରଧର ଏବଂ କାରକ ହେଉଛନ୍ତି ଉମର ଖାଲିଦ ଓ ସର୍ଜିଲ ଇମାମ, ଯହିଁରେ ୫୦ ଜଣଙ୍କ ପ୍ରାଣହାନି ଘଟିଥିଲା ଏବଂ ୭୦୦ ସରିକି ଆହତ ହୋଇଥିଲେ। ତେବେ ଏଭଳି ନିଷ୍ପତ୍ତି ସହିତ ମତାନୈକ୍ୟର କାରଣ ହେଲା, ଦୀର୍ଘ ୫ ବର୍ଷ ଧରି ବିଚାର ପ୍ରକ୍ରିୟା ଆରମ୍ଭ ହୋଇ ପାରି ନ ଥିବାରୁ ବିନା ବିଚରରେ ଏଭଳି ଦୀର୍ଘକାଳୀନ କାରାବାସ ଫଳରେ ସଂବିଧାନର ଧାରା ୨୧ ଅନ୍ତର୍ଗତ ନାଗରିକ ସ୍ବାଧୀନତା ଭଳି ମୌଳିକ ଅଧିକାର(ଦ୍ରୁତ ବିଚାର ପାଇବାର ଅଧିକାର ସମେତ) କ୍ଷୁଣ୍ଣ ହୋଇଥାଏ। କିନ୍ତୁ ଖଣ୍ଡପୀଠଙ୍କ ମତ ପ୍ରାଂଜଳ ଯେ ‘ୟୁ.ଏ.ପି.ଏ.’ ହେଉଛି ରାଷ୍ଟ୍ରୀୟ ସୁରକ୍ଷା ସମ୍ବନ୍ଧିତ ଏକ ବିଶେଷ ପ୍ରାବଧାନ, ଯହିଁରେ ବିନା ବିଚାରରେ ଦୀର୍ଘ କାରାବାସକୁ ମଧ୍ୟ ଏକ ଦଣ୍ଡ ରୂପେ ଦେଖାଯାଇ ନ ପାରେ; ଅର୍ଥାତ୍‌ ଏହା ହେଉଛି ଏକ ବିଶେଷ ସଂଦର୍ଭରେ ଅବଲମ୍ବନ କରାଯାଉଥିବା ଅତିରିକ୍ତ ସତର୍କତା! 

MGNAREGA: ୨ବର୍ଷ ହେବ ୨୩୧୩୮ ପ୍ରକଳ୍ପର ସରୁନି ନିର୍ମାଣ

ତେବେ ‘ୟୁ.ଏ.ପି.ଏ.’ ଭଳି ଏକ ଅତ୍ୟନ୍ତ କଠୋର ଆଇନ ପରିପ୍ରେକ୍ଷୀରେ ଦୁଇ ପ୍ରକାର ଉଦ୍‌ବେଗ ପ୍ରକଟିତ ହୋଇଥାଏ, ଯହିଁରୁ ଗୋଟିଏ ହେଲା ଆକ୍ରୋଶ ଓ ଅଭିସନ୍ଧି କାରଣରୁ ଏଭଳି ଆଇନକୁ ଅସ୍ତ୍ର ରୂପେ ପ୍ରୟୋଗ କରିବାର ପ୍ରବଣତା ଏବଂ ଦ୍ବିତୀୟଟି ହେଲା ଜାମିନ ଦେବା ବା ନ ଦେବା ପ୍ରସଙ୍ଗରେ ଭିନ୍ନ ଭିନ୍ନ ବିଚାରପତିଙ୍କ ଦ୍ବାରା ‘ୟୁ.ଏ.ପି.ଏ.’ ବିଭିନ୍ନ ରୂପରେ ପରିଭାଷିତ ହେବା; ଯେଉଁ କାରଣରୁ ଜଣେ ଅଭିଯୁକ୍ତ ଜାମିନ ପାଇବା ବା ନ ପାଇବା ହୁଏତ ଭାଗ୍ୟାଶ୍ରିତ ମଧ୍ୟ ହୋଇପାରେ। ଏହି ସଂଦର୍ଭରେ ଭାରତ ସରକାର ବନାମ ଏମ. ଏ. ନାଜିବ ମାମଲା(୨୦୨୧) ପ୍ରଣିଧାନଯୋଗ୍ୟ, ଯେଉଁଥିରେ ‘ୟୁ.ଏ.ପି.ଏ.’ ଆଇନ ଅନୁସାରେ କାରାରୁଦ୍ଧ ହୋଇଥିବା ଏମ. ଏ. ନାଜିବଙ୍କୁ କେରଳ ଉଚ୍ଚ ଅଦାଲତ ଦ୍ବାରା ଏଥି ଲାଗି ଜାମିନ ପ୍ରଦାନ କରାଯାଇଥିଲା, କାରଣ ବିନା ବିଚାରରେ ସେ ପ୍ରାୟ ପାଞ୍ଚ ବର୍ଷ କାଳ ଜେଲରେ ରହି ସାରିଥିଲେ। କେରଳ ହାଇକୋର୍ଟଙ୍କ ମତରେ ଧାରା ୨୧ ଅନୁଯାୟୀ ସଂବିଧାନ ଦ୍ବାରା ପ୍ରଦତ୍ତ ନାଗରିକ ସ୍ବାଧୀନତା ସଂବଳିତ ମୌଳିକ ଅଧିକାର ହେଉଛି ସର୍ବୋପରି, ଯାହା କୌଣସି ଆଇନଗତ ପ୍ରାବଧାନ ଦ୍ବାରା(ବିଶେଷ ଆଇନ ହୋଇଥିଲେ ସୁଦ୍ଧା) ସଂକୁଚିତ ହେବା ଅନୁଚିତ। ହାଇକୋର୍ଟଙ୍କ ଏହି ରାୟ ବିରୋଧରେ କେନ୍ଦ୍ର ସରକାରଙ୍କ ଆବେଦନ ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ଦ୍ବାରା ମଧ୍ୟ ଖାରଜ ହୋଇଥିଲା। ଏଠାରେ ସ୍ମରଣଯୋଗ୍ୟ ଯେ ପ୍ରଶ୍ନପତ୍ରରେ ‘ବ୍ଲାସଫେମି’ ବା ‘ଈଶ୍ବର ଦ୍ରୋହ’ ଅଛି ବୋଲି ଧାରଣାର ବଶୀଭୂତ ହୋଇ ତାକୁ ପ୍ରସ୍ତୁତ କରିଥିବା ଜଣେ ପ୍ରଫେସରଙ୍କ ହାତକୁ ଅଭିଯୁକ୍ତ ସଦଳବଳ ଯାଇ ଛେଦନ କରିଥିଲା। ସେ ଯାହା ହେଉ, ଏଭଳି ବ୍ୟାଖ୍ୟାଗତ ତାରତମ୍ୟ ପରିପ୍ରେକ୍ଷୀରେ ବିଶେଷଜ୍ଞମାନେ କହନ୍ତି ଯେ ସଂବିଧାନ ପ୍ରଦତ୍ତ ମୌଳିକ ଅଧିକାର ଏବଂ ବିଶେଷ ଉଦ୍ଦେଶ୍ୟରେ ପ୍ରସ୍ତୁତ ବିଶେଷ ଆଇନଗୁଡ଼ିକରେ ଥିବା କଠୋର ପ୍ରାବଧାନ ସବୁକୁ ନେଇ ସୂକ୍ଷାତିସୂକ୍ଷ୍ମ ବିଚାର ଓ ବ୍ୟାଖ୍ୟା ମାଧ୍ୟମରେ ଜାମିନ ପ୍ରଦାନ ନେଇ ଏକ ସମତୁଲ ନିୟମର ଉଦ୍ଭବ ଘଟିବା ଏକାନ୍ତ ଆବଶ୍ୟକ। ଉଲ୍ଲେଖଯୋଗ୍ୟ ଯେ ସାଧାରଣ ଫୌଜଦାରୀ ଆଇନରୁ ‘ୟୁ.ଏ.ପି.ଏ.’ ବା ‘ପି.ଏମ.ଏଲ୍‌.ଏ.’ (ପ୍ରିଭେନସନ ଅଫ ମନି ଲଣ୍ଡରିଂ ଆକ୍‌ଟ) ଭଳି ବିଶେଷ ଆଇନ ଏଥି ଲାଗି ପୃଥକ୍‌ ଯେ ସାଧାରଣ ଫୌଜଦାରୀ ମାମଲାରେ ଦୋଷୀ ସାବ୍ୟସ୍ତ ନ ହେବା ପର୍ଯ୍ୟନ୍ତ ଅଭିଯୁକ୍ତକୁ ନିର୍ଦ୍ଦୋଷ ବୋଲି ଧରା ଯାଇଥାଏ, କିନ୍ତୁ ବିଶେଷ ଆଇନ ଦ୍ବୟରେ ଅଭିଯୁକ୍ତକୁ ପ୍ରଥମରୁ ହିଁ ଦୋଷୀ ବୋଲି ଧରି ନିଆଯାଏ, ଯହିଁରେ ନିର୍ଦ୍ଦୋଷତା ପ୍ରମାଣ କରିବା ହେଉଛି ଅଭିଯୁକ୍ତର ଦାୟିତ୍ବ। ଏଣୁ ଏଭଳି ମାମଲାରେ ସାକ୍ଷ୍ୟ-ପ୍ରମାଣ ଯୋଗାଡ଼ଯନ୍ତ୍ରର ଜଟିଳତାରେ ଛନ୍ଦା ଅଭିଯୁକ୍ତ ଦୀର୍ଘ କାଳ ଧରି ବିନା ବିଚାରରେ ଜେଲରେ ପଡ଼ି ରହେ। ତେବେ ଆତଙ୍କବାଦ ଓ ରାଷ୍ଟ୍ରୀୟ ନିରାପତ୍ତା ଭଳି ଅତ୍ୟନ୍ତ ସଂବେଦନଶୀଳ ବିଷୟ ‘ୟୁ.ଏ.ପି.ଏ.’ ସହିତ ଯୋଡ଼ି ହୋଇଥିବାରୁ ଏଭଳି ଏକ ସର୍ବ ସ୍ବୀକୃତ ନିୟମଟିଏର ଆବିର୍ଭାବ ଘଟିବା ମଧ୍ୟ ଏକ ଦୁଷ୍କର ବ୍ୟାପାର। 
ଏ ସଂଦର୍ଭରେ ମାଲେଗାଓଁ ବୋମା ବିସ୍ଫୋରଣ ମାମଲା(୨୦୦୮)ରେ ମହାରାଷ୍ଟ୍ରର ‘ଆଣ୍ଟି ଟେରରିଜମ ସ୍କ୍ବାଡ୍‌’ ଦ୍ବାରା ଗିରଫ ହୋଇଥିବା ସାମରିକ ଅଧିକାରୀ ଲେଫଟନାଣ୍ଟ କର୍ନେଲ ପ୍ରସାଦ ପୁରୋହିତ ମଧ୍ୟ ସ୍ମରଣକୁ ଆସନ୍ତି, ଯିଏ ବିନା ବିଚାରରେ ଦୀର୍ଘ ପ୍ରାୟ ନଅ ବର୍ଷ କାଳର କାରାବାସ ପରେ ୨୦୧୭ ମସିହାରେ ଯାଇ ଜାମିନ ପାଇଥିଲେ। ବିଚାର ପରେ ପ୍ରମାଣ ଅଭାବରୁ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରି ଦିଆଯାଇଥିଲା। ଏକ କର୍ମଠ ଓ ଉତ୍ପାଦନଶୀଳ ଜୀବନରୁ ଅକାରଣେ ଓ ଏକକାଳୀନ ନଅ ବର୍ଷର ଆୟୁଷ ଅପହୃତ ହୋଇଯିବା ହେଉଛି ଏକ ଦାରୁଣ ବିଡ଼ମ୍ବନା। ଏମିତିରେ ଭାରତୀୟ ଜେଲଗୁଡ଼ିକ ମାତ୍ରାଧିକ ଭାବେ ଜନାରଣ୍ୟ, ଯେଉଁଠି ୫.୮୨ ଲକ୍ଷ କଏଦୀଙ୍କ ମଧ୍ୟରୁ ୪.୫ ଲକ୍ଷ ହେଉଛନ୍ତି ବିଚାରାଧୀନ ବନ୍ଦୀ, ଅର୍ଥାତ୍‌ ପ୍ରାୟ ୭୮ ପ୍ରତିଶତ। ଏହି ହତଭାଗ୍ୟମାନଙ୍କ ମଧ୍ୟରୁ ଅଧିକାଂଶ ଦରିଦ୍ର ଏବଂ ଦଳିତ, ଜନଜାତି ଓ ସଂଖ୍ୟାଲଘୁ ସଂପ୍ରଦାୟର। ପୁଣି ଏମାନଙ୍କ ମଧ୍ୟରୁ ଅସଂଖ୍ୟ ବିନା ଦୋଷ ବା ଚାପୁଡ଼ା ମାରିଥିବା ଭଳି ସାମାନ୍ୟ ଅଭିଯୋଗରେ ଜେଲରେ ଦୀର୍ଘ କାଳ ଧରି ବିଚାର ଅପେକ୍ଷାରେ ପଡ଼ି ରହିଛନ୍ତି। ସେମାନଙ୍କ ଦୀର୍ଘଶ୍ବାସର ଅଣଚାଶ ଯେତେବେଳେ ଜେଲ ପ୍ରକୋଷ୍ଠକୁ ଉତ୍ତପ୍ତ କରି ପକାଉଛି ବା ଯୋଧପୁର ଜେଲରେ ସୋନମ ୱାଙ୍ଗଚୁକ ବିସ୍ମୃତ ପ୍ରାୟ ଅବସ୍ଥାରେ; ସେତିକି ବେଳେ ରାମ ରହିମ ଭଳି ଧର୍ଷଣ ଓ ହତ୍ୟା ଅପରାଧୀ ୨୦୧୭ ମସିହାରୁ ଆଜି ମଧ୍ୟରେ ୪୦୫ ଦିନ ପାରୋଲରେ ଆସି ମୁକ୍ତିର ପବନକୁ ପ୍ରଶ୍ବାସରେ ନେଉଛି। ବିଚାର ବିଭାଗର ସ୍ତୂପୀକୃତ ବିଡ଼ମ୍ବନା ମଧ୍ୟରୁ ଏହା ମଧ୍ୟ ଗୋଟିଏ!

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe