ୟୁନିଫାଏଡ଼ ପେନସନ୍‌ ସ୍କିମରୁ ସରକାରୀ କର୍ମଚାରୀ ଲାଭାନ୍ବିତ ହେବେ: ଧର୍ମେନ୍ଦ୍ର

କେନ୍ଦ୍ର କ୍ୟାବିନେଟ ନୂଆ ପେନସନ ଯୋଜନା ‘ୟୁନିଫାଏଡ ପେନ୍‌ସନ୍‌ ଯୋଜନା’ ଉପରେ ମୋହର ମାରିଛନ୍ତି। ଏହି ୟୁନିଫାଏଡ଼ ପେନସନ ସ୍କିମ ଦ୍ୱାରା ସରକାରୀ କର୍ମଚାରୀ ଲାଭାନ୍ବିତ ହେବେ। ଏହି ୟୁନିଫାଏଡ଼ ପେନସନ ସ୍କିମ ଦ୍ୱାରା ୧୦ ବର୍ଷ ଚାକିରି କରିଥିଲେ ସର୍ବନିମ୍ନ ୧୦,୦୦୦ ଟଙ୍କା ପେନସନ ମିଳିବ।

ଅଦ୍ୟତନ ହୋଇଛି
Dharmendra Pradhan

Photo: Business Standard

ଭୁବନେଶ୍ବର: କେନ୍ଦ୍ର ସରକାର ଗତକାଲି କ୍ୟାବିନେଟରେ ନୂଆ ପେନସନ ଯୋଜନା ‘ୟୁନିଫାଏଡ ପେନ୍‌ସନ୍‌ ଯୋଜନା’ ଉପରେ ମୋହର ମାରିଛନ୍ତି। ଏହି ୟୁନିଫାଏଡ଼ ପେନସନ ସ୍କିମ ଦ୍ୱାରା ସରକାରୀ କର୍ମଚାରୀ ଲାଭାନ୍ବିତ ହେବେ। ଏହି ୟୁନିଫାଏଡ଼ ପେନସନ ସ୍କିମ ଦ୍ୱାରା ୧୦ ବର୍ଷ ଚାକିରି କରିଥିଲେ ସର୍ବନିମ୍ନ ୧୦,୦୦୦ ଟଙ୍କା ପେନସନ ମିଳିବ। ପୂର୍ବରୁ ପୁରୁଣା ପେନସନ ଯୋଜନା ଥିଲା। ନୂଆ ପେନସନ ଯୋଜନାକୁ ନେଇ ବିଭିନ୍ନ ରାଜ୍ୟ ମଧ୍ୟରେ ଅସଂଗତି ଥିଲା। ତେବେ ସବୁ ରାଜ୍ୟର କଥା ଶୁଣି ଏହି ୟୁନିଫାଏଡ଼ ପେନସନ ସ୍କିମ  ଲାଗୁ କରାଯାଇଛି। ମୁଁ ଏହି କ୍ୟାବିନେଟ ବୈଠକରେ ଉପସ୍ଥିତ ଥିଲି। ଏହି ୟୁନିଫାଏଡ଼ ପେନସନ ସ୍କିମ ଦ୍ୱାରା ସରକାରୀ କର୍ମଚାରୀ ଉପକୃତ ହେବେ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। 

କେନ୍ଦ୍ର ସରକାର କର୍ମଚାରୀମାନଙ୍କୁ ଖୁସି କରିବା ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ୟୁପିଏସ୍‌ (ୟୁନିଫାଏଡ୍‌ ପେନ୍‌ସନ୍‌ ସ୍କିମ୍‌)କୁ ମଞ୍ଜୁରି ମିଳିଛି। ୟୁପିଏସ୍‌ ଅଧୀନରେ କେନ୍ଦ୍ର ସରକାର ଏହାର କର୍ମଚାରୀମାନଙ୍କୁ ନିଶ୍ଚିତ ପେନସନ, ଫ୍ୟାମିଲି ପେନ୍‌ସନ୍ ଏବଂ ନିଶ୍ଚିତ ସର୍ବନିମ୍ନ ପେନସନ୍‌ ପ୍ରଦାନ କରିବେ। ୟୁପିଏସ୍‌କୁ ଚୟନ କରୁଥିବା କେନ୍ଦ୍ର ସରକାରଙ୍କ କର୍ମଚାରୀମାନଙ୍କୁ ସେମାନଙ୍କ ବେତନର ୫୦ ପ୍ରତିଶତ ପେନ୍‌ସନ୍‌ ପ୍ରଦାନ ନେଇ ପ୍ରତିଶ୍ରୁତି କେନ୍ଦ୍ର ସରକାର ଦେଇଛନ୍ତି। ଏହାଦ୍ବାରା କେନ୍ଦ୍ର ସରକାରଙ୍କ ୨୩ ଲକ୍ଷ କର୍ମଚାରୀ ଉପକୃତ ହେବେ। ଆସନ୍ତାବର୍ଷ ଏପ୍ରିଲ ପହିଲାରୁ ଏହାକୁ ଲାଗୁ କରାଯିବ। ରାଜ୍ୟ ସରକାରଗୁଡ଼ିକୁ ମଧ୍ୟ ୟୁପିଏସ୍‌ ବିକଳ୍ପ ଚୟନ କରିବା ପାଇଁ ସୁଯୋଗ ଦିଆଯିବ। ଯଦି ରାଜ୍ୟ ସରକାର ୟୁପିଏସ୍‌ ବିକଳ୍ପକୁ ଚୟନ କରନ୍ତି ତାହେଲେ ହିତାଧିକାରୀଙ୍କ ସଂଖ୍ୟା ପ୍ରାୟ ୯୦ ଲକ୍ଷକୁ ବୃଦ୍ଧି ପାଇବ।

ଅଧିକ ପଢ଼ନ୍ତୁ: ୟୁପିଏସ୍‌କୁ କେନ୍ଦ୍ର କ୍ୟାବିନେଟ୍‌ର ମଞ୍ଜୁରି

ସୂଚନା ଅନୁଯାୟୀ, ଏରିଅର୍‌ ବାବଦରେ ସରକାରଙ୍କୁ ୮୦୦ କୋଟି ଟଙ୍କା ବ୍ୟୟ କରିବାକୁ ପଡ଼ିବ। ଏଥିସହିତ ପ୍ରଥମ ବର୍ଷରେ ବାର୍ଷିକ ଖର୍ଚ୍ଚ ପ୍ରାୟ ୬୨୫୦ କୋଟି ବୃଦ୍ଧି ପାଇବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।  ଏନ୍‌ପିଏସ୍‌ରେ ବର୍ତ୍ତମାନ ସଦସ୍ୟ ଥିବା କର୍ମଚାରୀମାନେ ମଧ୍ୟ ୟୁପିଏସ୍‌କୁ ଚୟନ କରିପାରିବେ। ଏନ୍‌ପିଏସ୍‌ ପରିବର୍ତ୍ତେ ୟୁପିଏସ୍‌କୁ ଚୟନ କରିଲେ  କେନ୍ଦ୍ର ସରକାରଙ୍କ ଅଧିକାଂଶ କର୍ମଚାରୀ ଉପକୃତ ହେବେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe