ଆମିର-କିରଣ ପୁଣି ଏକାଠି ହେବେ,ଦେଲେ ବଡ଼ ସୂଚନା...

ଆମିର ଖାନଙ୍କ ପୂର୍ବତନ ପତ୍ନୀ କିରଣ ରାଓଙ୍କ ଫିଲ୍ମ 'ଲାପତା ଲେଡିଜ୍'କୁ ଦର୍ଶକ ବେଶ୍ ପସନ୍ଦ କରିଛନ୍ତି। ଏହି ଚଳଚ୍ଚିତ୍ରଟି ଆମିରଙ୍କ ଦ୍ୱାରା ନିର୍ମିତ କରାଯାଇଛି। କିରଣ ତାଙ୍କର ଶେଷ ସାକ୍ଷାତକାରରେ ସୂଚିତ କରିଛନ୍ତି ଯେ ସେ ଆଗାମୀ ପ୍ରୋଜେକ୍ଟରେ ଆମିରଙ୍କ ସହ ପୁଣି ଏକାଠି ହେବେ...

12anmx

ମୁମ୍ବାଇ: ବଲିଉଡ ଚଳଚ୍ଚିତ୍ର ନିର୍ମାତା କିରଣ ରାଓଙ୍କ ଫିଲ୍ମ 'ଲାପତା ଲେଡିଜ୍' ଦର୍ଶକଙ୍କୁ ବହୁତ ପସନ୍ଦ ଆସିଛି। ଏହି ଚଳଚ୍ଚିତ୍ରଟି କିରଣ ରାଓଙ୍କ ପୂର୍ବତନ ସ୍ୱାମୀ ଆମିର ଖାନଙ୍କ ଦ୍ୱାରା ନିର୍ମିତ ହୋଇଥିଲା। 'ଲାପତା ଲେଡିଜ୍‌ର କାହାଣୀକୁ ଦର୍ଶକ ତଥା ସମାଲୋଚକମାନେ ମଧ୍ୟ ପସନ୍ଦ କରିଥିଲେ। 'ଲାପତା ଲେଡିଜ୍' ପରେ କିରଣଙ୍କ ଆଗାମୀ ପ୍ରୋଜେକ୍ଟକୁ ଦର୍ଶକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ତାଙ୍କର ଆଗାମୀ ପ୍ରୋଜେକ୍ଟ ବିଷୟରେ କିରଣ କହିଛନ୍ତି ଯେ ସେ ପୁଣିଥରେ ଆମିରଙ୍କ ସହ ଏକାଠି କାମ କରିବେ।

କିରଣଙ୍କୁ ପଚରାଯାଇଥିଲା କି ସେ ପୁଣି ଆମିରଙ୍କ ସହ କାମ କରିବେ କି? କିରଣ କହିଛନ୍ତି, ହଁ ଅବଶ୍ୟ ଆମେ ଭବିଷ୍ୟତରେ ଏକାଠି କାମ କରିବୁ। ସେହି ପ୍ରୋଜକ୍ଟେ କ’ଣ ହେବ ମୁଁ ଜାଣେ ନାହିଁ । କିନ୍ତୁ ମୁଁ ତାଙ୍କ ସହିତ କାମ କରିବାକୁ ଭଲ ପାଏ। ଆପଣ ଜାଣନ୍ତି ସେ ଜଣେ ନିର୍ମାତା। ଯେତେବେଳେ ଆମିର ସ୍କ୍ରିପ୍ଟକୁ ପସନ୍ଦ କରିବେ, ଆମେ ନିଶ୍ଚିତ ଭାବରେ ଏକାଠି କାମ କରିବୁ ।

ତାଙ୍କୁ ପଚରାଯାଇଥିଲା କି ଆମିର ଜଣେ ନିର୍ମାତା ହେବେ ନା ଆପଣଙ୍କ ଫିଲ୍ମରେ ଜଣେ ଅଭିନେତା ଭୂମିକାରେ ଅଭିନୟ କରିବେ? କିରଣ ଉତ୍ତର ଦେଇଥିଲେ, ମୁଁ ଏପର୍ଯ୍ୟନ୍ତ ଜାଣି ନାହିଁ। ବର୍ତ୍ତମାନ ମୋର ସମ୍ପୂର୍ଣ୍ଣ ଧ୍ୟାନ କାହାଣୀ ଉପରେ ଅଛି। ଏହା ପରେ ଯାହା ଘଟିବ ତାହା ଦେଖିବାକୁ ବାକି ରହିଲା। ଭବିଷ୍ୟତରେ ମୁଁ ନିଶ୍ଚିତ ଭାବେ ତାଙ୍କ ସହିତ କାମ କରିବି। କିରଣ ଲାପତା ଲେଡିଜ୍‌ର ନିର୍ଦ୍ଦେଶନା ଦେଇଥିଲେ। ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ଆମିର ବର୍ତ୍ତମାନ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ସୀତାରେ ଜମିନ୍ ପର’ଉପରେ କାମ କରୁଛନ୍ତି। ଏହି ଚଳଚ୍ଚିତ୍ରରେ ଆମିରଙ୍କ ସହ ମୁଖ୍ୟ ଭୂମିକାରେ ଜେନେଲିଆ ଡି’ସୁଜା ଏବଂ ଦାର୍ଶେଲ ସଫାରି ପ୍ରମୁଖ ଅଭିନୟ କରିଛନ୍ତି।

ଅଧିକ ପଢ଼ନ୍ତୁ:ଜନତା ଅଦାଲତରେ କେଜ୍ରିୱାଲ: କହିଲେ,ମୋ ବିରୋଧରେ ଏକ ଷଡଯନ୍ତ୍ର ରଚାଯାଇଛି

ଏହା ସହିତ ଆମିର‘ଲାହୋର ୧୯୪୭’ ଚଳଚ୍ଚିତ୍ର ମଧ୍ୟ ପ୍ରସ୍ତୁତ କରୁଛନ୍ତି। ଏହି ସିନେମାରେ ସନି ଦେଓଲ ଏବଂ ପ୍ରୀତି ଜିଣ୍ଟା ମୁଖ୍ୟ ଭୂମିକାରେ ଅଛନ୍ତି। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ରାଜକୁମାର ସନ୍ତୋଷୀ। ଏହି ଫିଲ୍ମକୁ ନେଇ ଅନେକ ଗୁଜବ ରହିଛି। ଦୀର୍ଘ ସମୟ ପରେ ଆମିର ଏବଂ ପ୍ରୀତିଙ୍କୁ ପରଦାରେ ଦେଖି ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି।

ଅଧିକ ପଢ଼ନ୍ତୁ:ଇଲିସି କୂଟନୀତି: ଭାରତ ଉପରୁ ମାଛ ରପ୍ତାନୀ ପ୍ରତିବନ୍ଧକ ଉଠାଇଲେ ବାଂଲାଦେଶ ସରକାର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe