Brad Pitt and Angelina Jolie Photograph: (sambad.in)
ନୂଆଦିଲ୍ଲୀ: ହଲିଉଡ ତାରକା ଆଞ୍ଜେଲିନା ଜୋଲି ଏବଂ ବ୍ରାଡ୍ ପିଟ୍ ଆନୁଷ୍ଠାନିକ ଭାବରେ ଛାଡପତ୍ର ହୋଇଯାଇଛି। ସମୟ ଥିଲା ଯେତେବେଳେ ଲୋକେ ଦୁହିଁଙ୍କୁ ହଲିଉଡ ଇଣ୍ଡଷ୍ଟ୍ରିର ପାୱାର କପଲ ନାମରେ ଜାଣୁଥିଲେ। ବର୍ତ୍ତମାନ ଦୁହେଁ ସବୁଦିନ ପାଇଁ ଅଲଗା ହୋଇଯାଇଛନ୍ତି। ଉଭୟଙ୍କ ମଧ୍ୟରେ ଏହି ଛାଡପତ୍ର ବହୁ ବର୍ଷ ଧରି ଚର୍ଚ୍ଚାର ବିଷୟ ପାଲଟିଥିଲା। ଆଞ୍ଜେଲିନା ଜୋଲି ଏବଂ ବ୍ରାଡ୍ ପିଟ୍ ୨୦୧୪ରେ ବିବାହ କରିଥିଲେ ଏବଂ ୨୦୧୬ରେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ। ୨ ବର୍ଷର ବିବାହ ପରେ ୮ ବର୍ଷ ଧରି ଚାଲିଥିବା ମାମଲା ସମସ୍ତଙ୍କୁ ଚକିତ କରି ଦେଇଥିଲା।
ଏହି ଖବର ପଢ଼ନ୍ତୁ: ଆଞ୍ଜେଲିନା ମଦ କମ୍ପାନିର ଅଧା ବିକ୍ରି କରି ବ୍ୟବସାୟରେ କ୍ଷତି ପହଞ୍ଚାଇଛନ୍ତି: ବ୍ରାଡ୍ ପିଟ୍
ଆଞ୍ଜେଲିନା ଜୋଲିଙ୍କ ଓକିଲ ଜେମ୍ସ ସାଇମନ୍ ଡେଲି ମେଲ ସହ ବାର୍ତ୍ତାଳାପରେ କହିଛନ୍ତି ଯେ, ଅଭିନେତ୍ରୀ ତାଙ୍କ ଜୀବନର ଏହି ପର୍ଯ୍ୟାୟରେ ପହଞ୍ଚିବା ପରେ ବହୁତ ଖୁସି ଅନୁଭବ କରୁଛନ୍ତି। ୮ ବର୍ଷରୁ ଅଧିକ ସମୟ ପୂର୍ବରୁ ଆଞ୍ଜେଲିନା ବ୍ରାଡ୍ ପିଟ୍ଙ୍କ ଛାଡପତ୍ର ପାଇଁ ଆବେଦନ କରିଥିଲେ।
ଏହି ଖବର ପଢ଼ନ୍ତୁ: ୨୦ରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ: ପୃଥ୍ବୀରାଜ ହରିଚନ୍ଦନ
ଆଞ୍ଜେଲିନା ଜୋଲି ୨୦୧୪ରେ ଅଭିନେତା ବ୍ରାଡ୍ ପିଟ୍ଙ୍କୁ ବିବାହ କରିଥିଲେ। ଏହି ବିବାହରେ ଦୁହେଁ ବହୁତ ଖୁସି ଥିଲେ। ୨୦୧୬ରେ ଆଞ୍ଜେଲିନା ଜୋଲି ଛାଡପତ୍ର ପାଇଁ ଆବେଦନ କରିଥିଲେ। ଆଞ୍ଜେଲିନା ଅଭିଯୋଗ ଆଣିଥିଲେ ଯେ, ୟୁରୋପରୁ ଫେରୁଥିବା ସମୟରେ ଏକ ଘରୋଇ ବିମାନରେ ବ୍ରାଡ୍ ପିଟ୍ ତାଙ୍କୁ ମାରପିଟ କରିଥିଲେ ଏବଂ ତାଙ୍କ ପିଲାମାନଙ୍କୁ ମଧ୍ୟ ଦୁର୍ବ୍ୟବହାର କରିଥିଲେ।
ଏହି ଖବର ପଢ଼ନ୍ତୁ: ‘ନୂଆବର୍ଷରେ ଆତ୍ମଚିନ୍ତନ, ସୁରକ୍ଷା ପ୍ରତି ଗୁରୁତ୍ବ ଦିଆଯିବା ଦରକାର’
ଆଞ୍ଜେଲିନା ଜୋଲି ୨୦୧୪ ରେ ଅଭିନେତା ବ୍ରାଡ୍ ପିଟ୍ଙ୍କୁ ବିବାହ କରିଥିଲେ। ଏହି ବିବାହରେ ଦୁହେଁ ବହୁତ ଖୁସି ଥିଲେ। ୨୦୧୬ରେ ଆଞ୍ଜେଲିନା ଜୋଲି ଛାଡପତ୍ର ପାଇଁ ଆବେଦନ କରିଥିଲେ। ଆଞ୍ଜେଲିନା ଅଭିଯୋଗ ଆଣିଥିଲେ ଯେ, ୟୁରୋପରୁ ଫେରୁଥିବା ସମୟରେ ଏକ ଘରୋଇ ବିମାନରେ ବ୍ରାଡ୍ ପିଟ୍ ତାଙ୍କୁ ମାରପିଟ କରିଥିଲେ ଏବଂ ତାଙ୍କ ପିଲାମାନଙ୍କୁ ମଧ୍ୟ ଦୁର୍ବ୍ୟବହାର କରିଥିଲେ। ୨୦୧୮ରେ ଜୋଲି ବ୍ରାଡଙ୍କୁ ଦୋଷାରୋପ କରିଥିଲେ ଯେ ଅଲଗା ହେବା ପରେ ପିଲାମାନଙ୍କୁ ଆବଶ୍ୟକ ତଥା ଅର୍ଥପୂର୍ଣ୍ଣ ସହାୟତା ପ୍ରଦାନ କରୁନାହାଁନ୍ତି। ତେବେ ଅଭିନେତାଙ୍କ ଓକିଲ ଏହି ଅଭିଯୋଗକୁ ମିଥ୍ୟା ଓ ଭିତ୍ତିହୀନ ବୋଲି କହିଛନ୍ତି। ଭୋଗ୍ ମାଗାଜିନ ସହିତ ଏକ ବାର୍ତ୍ତାଳାପରେ ଅଭିନେତ୍ରୀ କହିଥିଲେ ଯେ ସେ ନିଜ ପିଲାମାନଙ୍କ ପାଇଁ ଛାଡପତ୍ର ନିଷ୍ପତ୍ତି ନେଇଥିଲେ।
ଏହି ଖବର ପଢ଼ନ୍ତୁ: ଆଗୁଆ ସୂଚନା ପାଇଥିଲେ ଫସଲ, ପ୍ରାଣ ବଞ୍ଚିପାରିଥାନ୍ତା: ଚାଷୀ
Follow Us