actress' marriage with Abhishek broke up due to a kiss scene with Amitabh Photograph: (sambad.in)
ମୁମ୍ବାଇ: ସମ୍ପ୍ରତି ଫିଲ୍ମରେ ନାୟକ ଏବଂ ନାୟିକାଙ୍କ ମଧ୍ୟରେ ବୟସର ବିରାଟ ପାର୍ଥକ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। କିନ୍ତୁ, ଏହା ନୁହେଁ ଯେ, କେବଳ ସଲମାନ ଖାନ ଏବଂ ରଣବୀର ସିଂହ କମ୍ ବୟସର ଅଭିନେତ୍ରୀଙ୍କ ସହ କାମ କରୁଛନ୍ତି।
ଏହି ଧାରା ୮୦ ଦଶକରୁ ଚାଲିଆସୁଛି। କେବଳ ଏତିକି ନୁହେଁ, ବରିଷ୍ଠ ଅଭିନେତା ଅମିତାଭ ବଚ୍ଚନ ମଧ୍ୟ ବଡ଼ ପରଦାରେ ତାଙ୍କଠାରୁ ୩୫ ବର୍ଷ ସାନ ଜଣେ ଅଭିନେତ୍ରୀଙ୍କ ସହ ରୋମାନ୍ସ କରିଛନ୍ତି। କିନ୍ତୁ, ସେହି ଅଭିନେତ୍ରୀଙ୍କ ପାଇଁ ବିଗ୍ ବିଙ୍କୁ ଚୁମ୍ବନ ଦେବା ମହଙ୍ଗା ପଡ଼ିଥିଲା। ଫଳରେ ଅଭିନେତ୍ରୀଙ୍କୁ ବିଗ୍ ବିଙ୍କ ପୁଅ ଅଭିଷେକ ବଚ୍ଚନଙ୍କ ସହିତ ବିବାହ ପ୍ରସ୍ତାବ ଭାଙ୍ଗିବାକୁ ପଡ଼ିଥିଲା।
ସେହି ଅଭିନେତ୍ରୀ ହେଉଛନ୍ତି, ରାଣୀ ମୁଖାର୍ଜୀ । ରାଣୀ ଏବଂ ଅମିତାଭ 'ବୀର-ଜାରା', 'ବଣ୍ଟି ଔର ବବଲି', 'କଭି ଅଲବିଦା ନା କେହନା', 'ବାବୁଲ' ଏବଂ 'କଭି ଖୁସି କଭି ଗମ୍' ଭଳି ଫିଲ୍ମରେ ଏକାଠି କାମ କରିଥିଲେ। କିନ୍ତୁ ଯେତେବେଳେ ଦୁହେଁ 'ବ୍ଲାକ୍'ରେ ଏକ ଚୁମ୍ବନ ଦୃଶ୍ୟ ପାଇଁ ରାଜି ହେଲେ, ବଚ୍ଚନ ପରିବାରରେ ବଡ଼ ଧରଣର ଚର୍ଚ୍ଚା ଆରମ୍ଭ ହୋଇଥିଲା। ସେତେବେଳେ ରାଣୀ ଏବଂ ଅଭିଷେକ ବଚ୍ଚନଙ୍କ ବିବାହକୁ ନେଇ ଚର୍ଚ୍ଚା ମଧ୍ୟ ହେଉଥିଲା। କୁହାଯାଉଥିଲା ଯେ, ଦୁହେଁ ଖୁବ୍ ଶୀଘ୍ର ବିବାହ କରିବେ। ବଚ୍ଚନ ପରିବାର ମଧ୍ୟ ସେମାନଙ୍କ ବିବାହ ପାଇଁ ରାଜି ହୋଇ ଯାଇଥିଲେ।
କିନ୍ତୁ ସେହି ସମୟରେ ଫିଲ୍ମ 'ବ୍ଲାକ୍' ରିଲିଜ୍ ପାଇଁ ପ୍ରସ୍ତୁତ ହୋଇ ଯାଇଥିଲା। ରାଣୀ ଏହି ଫିଲ୍ମରେ ଜଣେ ଦୃଷ୍ଟିହୀନ ଝିଅର ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମଟି ଏକ ବଡ଼ ହିଟ୍ ପ୍ରମାଣିତ ହୋଇଥିଲା। ସଞ୍ଜୟ ଲୀଲା ଭଂସାଲୀଙ୍କ ଫିଲ୍ମଟି ଭାବପ୍ରବଣତାରେ ପରିପୂର୍ଣ୍ଣ ଥିଲା। ଫିଲ୍ମର ଶେଷରେ ରାଣୀ ଏବଂ ଅମିତାଭଙ୍କ ଚୁମ୍ବନ ସିନ୍ ପ୍ରଦର୍ଶିତ ହୋଇଥିଲା।
ଫିଲ୍ମର କାହାଣୀ, ନିର୍ଦ୍ଦେଶନା ଏବଂ ତାରକାମାନଙ୍କ ବଳିଷ୍ଠ ଅଭିନୟ ଦର୍ଶକଙ୍କୁ ବେଶ୍ ପ୍ରଭାବିତ କରିଥିଲା। କିନ୍ତୁ ଅନ୍ୟପକ୍ଷରେ, ଜୟା ବଚ୍ଚନଙ୍କୁ ଏହି ଅଭିନୟ ଆଦୌ ପସନ୍ଦ ଆସି ନଥିଲା। ଜୟା ଚାହୁଁ ନଥିଲେ ଯେ, ରାଣୀ ଏହି ଦୃଶ୍ୟରେ ରାଜି ହୁଅନ୍ତୁ। କିନ୍ତୁ ରାଣୀ କୌଣସି ପ୍ରକାରେ ଏହି ଦୃଶ୍ୟରେ ଆପତ୍ତି କରି ନଥିଲେ।
ଅମିତାଭ-ରାଣୀଙ୍କ ପରଦା ଉପରେ ଚୁମ୍ବନ ସିନ୍ ଦେଖି ଜୟା ଏତେ ବିରକ୍ତ ହୋଇଯାଇଥିଲେ। ଏହି ସିନ୍ ସିଧାସଳଖ ଅଭିନେତ୍ରୀ ଏବଂ ଅଭିଷେକଙ୍କ ମଧ୍ୟରେ ସମ୍ପର୍କକୁ ପ୍ରଭାବିତ କରିଥିଲା। ଜୟା ଚାହୁଁ ନଥିଲେ ଯେ, ରାଣୀ ତାଙ୍କ ଭବିଷ୍ୟତ ଶ୍ୱଶୁରଙ୍କ ସହ ଏକ ଚୁମ୍ବନ ଦୃଶ୍ୟ କରନ୍ତୁ। ପରିଣାମ ସ୍ୱରୂପ ଅଭିଷେକ ଏବଂ ରାଣୀଙ୍କ ମଧ୍ୟରେ ସମ୍ପର୍କ ଭାଙ୍ଗି ଯାଇଥିଲା। ଏହା ପରେ ଐଶ୍ୱର୍ଯ୍ୟା ରାୟ ଅଭିଷେକଙ୍କ ଜୀବନରେ ଆସିଥିଲେ। ପରିବାରର ସହମତିରେ ଉଭୟ ବିବାହ କରିଥିଲେ। ଜୟା ରାଣୀଙ୍କ ଉପରେ ଏତେ ରାଗି ଯାଇଥିଲେ ଯେ, ସେ ତାଙ୍କୁ ବିବାହକୁ ନିମନ୍ତ୍ରଣ ମଧ୍ୟ କରି ନଥିଲେ।
ଅଧିକ ପଢ଼ନ୍ତୁ: ଜୁନିଅର ଏନଟିଆରଙ୍କ ସହ ପ୍ରେମ ସମ୍ପର୍କ ଗୁଜବ: ସମୀରା ରେଡ୍ଡିଙ୍କ ଜୀବନରେ ଘୋଟିଥିଲା ଅନ୍ଧାର
ରାଣୀ ମୁଖାର୍ଜୀ ଆରମ୍ଭରୁ ଅମିତାଭ ବଚ୍ଚନଙ୍କର ଜଣେ ବଡ଼ ପ୍ରଶଂସକ। ସେ ସିମି ଗାରେୱାଲଙ୍କ ଚାଟ୍ ଶୋ’ରେ ପ୍ରକାଶ କରିଥିଲେ ଯେ, ସେ ବିଗ୍ ବିଙ୍କୁ ବିବାହ କରିବାକୁ ଚାହାନ୍ତି। ଅଭିନେତ୍ରୀ କହିଥିଲେ, ସେ ମେଗାଷ୍ଟାରଙ୍କର ଏତେ ବଡ଼ ପ୍ରଶଂସକ ଯେ, ଯଦି ତାଙ୍କୁ ସୁଯୋଗ ମିଳେ, ତେବେ ସେ ନିଶ୍ଚିତ ଭାବରେ ତାଙ୍କୁ ବିବାହ କରିବେ। ତଥାପି, ରାଣୀ ଏହା ମଧ୍ୟ ପ୍ରକାଶ କରିଥିଲେ ଯେ, ସେ ଅମିତାଭ ବଚ୍ଚନଙ୍କୁ ହୃଦୟରୁ ସମ୍ମାନ କରନ୍ତି।
ଅଧିକ ପଢ଼ନ୍ତୁ: ରାହୁଲଙ୍କର ଭାରତ ତୁଳନାରେ ପାକିସ୍ତାନ ପ୍ରତି ଅଧିକ ସହାନୁଭୂତି ଅଛି : ବିଜେପି
amitabh bachchan | Rani Mukerji
Follow Us