Actress's crime caught on CCTV: ଧକ୍କା ଦେଇ ଖସି ପଳାଇଥିଲେ, ସିସିଟିଭି ଧରା ପକାଇ ଦେଲା ଅଭିନେତ୍ରୀଙ୍କ ଅପରାଧ

ଧକ୍କା ଦେଇ ଖସି ପଳାଇଥିଲେ। ସିସିଟିଭି ଧରା ପକାଇ ଦେଲା ଅଭିନେତ୍ରୀ ଦିବ୍ୟା ସୁରେଶଙ୍କ ଅପରାଧ। ଦୁର୍ଘଟଣା ଘଟିବାର କିଛି ଦିନ ପରେ ଅଭିଯୁକ୍ତକୁ ଚିହ୍ନଟ କରିବାରେ ସଫଳ ହେଲା ପୁଲିସ।

Divya Suresh

Divya Suresh got caught by cctv Photograph: (sambad.in)

ବେଙ୍ଗାଲୁରୁ: ଧକ୍କା ଦେଇ ଖସି ପଳାଇଥିଲେ। ସିସିଟିଭି ଧରା ପକାଇ ଦେଲା ଅଭିନେତ୍ରୀ ଦିବ୍ୟା ସୁରେଶଙ୍କ ଅପରାଧ। ଦୁର୍ଘଟଣା ଘଟିବାର କିଛି ଦିନ ପରେ ଅଭିଯୁକ୍ତକୁ ଚିହ୍ନଟ କରିବାରେ ସଫଳ ହେଲା ପୁଲିସ। ଅକ୍ଟୋବର ୪ ତାରିଖ ଦିନ, ରାତି ପ୍ରାୟ ୧:୩୦ ସମୟରେ ବ୍ୟାତରାୟଣପୁରାର ନିତ୍ୟ ହୋଟେଲ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ୩ଜଣଙ୍କୁ ଧକ୍କା ଦେଇ ଖସି ପଳାଇଥିଲେ ଅଭିନେତ୍ରୀ। ଅକ୍ଟୋବର ୭ ତାରିଖରେ ଏନେଇ ଏକ ଏତଲା ରୁଜୁ କରାଯାଇଥିଲା। ତଦନ୍ତ ପରେ ଏବେ ଦୁର୍ଘଟଣା ଘଟିବା ସମୟରେ ଅଭିନେତ୍ରୀ ଦିବ୍ୟା ଗାଡ଼ି ଚଳାଉଥିବା ସାମ୍ନାକୁ ଆସିଛି।

୩ଜଣଙ୍କୁ ଧକ୍କା ଦେଇଥିଲେ ଦିବ୍ୟା

ଦୁର୍ଘଟଣାରେ ଆହତ ହୋଇଥିବା ୩ଜଣ ଯୁବତୀମାନେ ହେଲେ କିରଣ, ଅନୀତା ଓ ଅନୁଷା। କିରଣଙ୍କ ଅଭିଯୋଗ କରିଥିଲେ ଯେ, ଏକ ଦ୍ରୁତଗାମୀ କାର ସେମାନଙ୍କ ବାଇକ୍‌କୁ ଧକ୍କା ଦେଇ ଘଟଣାସ୍ଥଳରୁ ପଳାଇ ଯାଇଥିଲା। କିରଣ ଏବଂ ଅନୁଷା ସାମାନ୍ୟ ଆହତ ହୋଇଥିବା ବେଳେ ଅନୀତାଙ୍କ ଗୋଡ଼ ଭାଙ୍ଗି ଯାଇଥିଲା। ଦୁର୍ଘଟଣା ପରେ ତାଙ୍କୁ ବିଜିଏସ ହସ୍ପିଟାଲରେ ଅସ୍ତ୍ରୋପଚାର ପାଇଁ ଭର୍ତ୍ତି କରାଯାଇଥିଲା।

ଆହୁରି ପଢ଼ନ୍ତୁ:Tejaswi on Modi: ଗୁଜୁରାଟକୁ ବୁଲେଟ ଟ୍ରେନ ଦେଉଛ, ଭୋଟ ପାଇଁ ବିହାର ଆସୁଛ: ତେଜସ୍ୱୀ

ଧରାଇ ଦେଲା ସିସିଟିଭି

କୁହାଯାଉଛି ଯେ, କନ୍ନଡ ଅଭିନେତ୍ରୀ ଦିବ୍ୟାଙ୍କ ପରିଚୟ ସିସିଟିଭି ଫୁଟେଜ୍ ମାଧ୍ୟମରେ ହୋଇଥିଲା। କିରଣ ତାଙ୍କ ବୟାନରେ କହିଥିଲେ ‌ଯେ, ତାଙ୍କୁ ଧକ୍କା ଦେଇଥିବା କାରଟିକୁ ଜଣେ ମହିଳା ଚଲାଉଥିଲେ। ଏହି ବୟାନ ଆଧାରରେ ପୁଲିସ ନିକଟସ୍ଥ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ୍ ମାଧ୍ୟମରେ କାରଟିକୁ ଟ୍ରାକ୍ କରି ନିଶ୍ଚିତ କରିଥିଲା ​​ଯେ, ଏହା ଦିବ୍ୟା ସୁରେଶଙ୍କର। ଏବେ ଘଟଣା ସହ ଜଡିତ କାରଟିକୁ ଜବତ କରି ଅଧିକ ତଦନ୍ତ କରାଯାଉଛି।

ଆହୁରି ପଢ଼ନ୍ତୁ: Gangrape Minor Girls ରାସଗୋବିନ୍ଦପୁରରେ ଚାଞ୍ଚଲ୍ୟ, ଦୁଇ ଆଦିବାସୀ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe