After sharing Saif-Kareena's hospital photo, Sinha became a troll
ମୁ୍ମ୍ବାଇ: ସୈଫ ଅଲି ଖାନଙ୍କ ଉପରେ ଛୁରୀରେ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । କିନ୍ତୁ ସୈଫଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଚିନ୍ତା ଜାରି ରହିଛି। ତାଙ୍କ ଅବସ୍ଥା ସୁଧୁରୁଛି। ଏହି ସମୟରେ, ଶତ୍ରୁଘ୍ନ ସିହ୍ନା ହସ୍ପିଟାଲରୁ ସୈଫ ଏବଂ କରୀନାଙ୍କ ଫଟୋ ସେୟାର କରିଛନ୍ତି। ଏହାକୁ ନେଇ ସେ ଟ୍ରୋଲ୍ ହେବାରେ ଲାଗିଛନ୍ତି।
ସୈଫ ଅଲି ଖାନଙ୍କୁ ତାଙ୍କ ଘରେ ଛୁରୀରେ ଆକ୍ରମଣ କରାଯାଇଥିଲା। ଏନେଇ ଅନ୍ୟ ସେଲିବ୍ରେଟିମାନେ ବହୁତ ଡରି ଯାଇଥିଲେ। ସମସ୍ତେ ଏନେଇ ଭିନ୍ନ ଭିନ୍ନ କଥା କହୁଛନ୍ତି। ଏହି ସମୟରେ ଭେଟେରାନ୍ ଅଭିନେତା ଶତ୍ରୁଘ୍ନ ସିହ୍ନା ମଧ୍ୟ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି। ରବିବାର ଦିନ ଶତ୍ରୁଘ୍ନ ସୋସିଆଲ ମିଡିଆ ଏକ୍ସରେ ହୋଇଥିବା ଆକ୍ରମଣକୁ 'ଦୁଃଖଦାୟକ ଏବଂ ଦୁର୍ଭାଗ୍ୟଜନକ' ବୋଲି କହିଛନ୍ତି।
ଅଧିକ ପଢ଼ନ୍ତୁ: ମନ୍ କି ବାତ୍ରେ ପ୍ରଧାନମନ୍ତ୍ରୀ: ଏଥର ଗଣତନ୍ତ୍ର ଦିବସ ଅତ୍ୟନ୍ତ ସ୍ୱତନ୍ତ୍ର
କିଛି ଦିନ ପୂର୍ବରୁ ସୈଫଙ୍କୁ ତାଙ୍କ ଘରେ ଆକ୍ରମଣ କରାଯାଇଥିଲା। ମୁମ୍ବାଇ ପୁଲିସର ସୂଚନାନୁସାରେ, ରବିବାର ସକାଳେ ଅଭିଯୁକ୍ତଙ୍କୁ ଥାନେରୁ ଗିରଫ କରାଯାଇଛି। ଗୁରୁବାର ସକାଳେ ସୈଫଙ୍କୁ ତାଙ୍କ ବାନ୍ଦ୍ରା ଆପାର୍ଟମେଣ୍ଟରେ ଏକାଧିକ ଥର ଛୁରୀରେ ଆକ୍ରମଣ କରାଯାଇଥିଲା।
ତାଙ୍କ ମେରୁଦଣ୍ଡରେ ଛୁରୀରେ ଆଘାତ ଲାଗି ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ତୁରନ୍ତ ମୁମ୍ବାଇର ଲିଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ସେ ଭଲ ଅଛନ୍ତି।
ଅଧିକ ପଢ଼ନ୍ତୁ: ରୁଷିଆ-ଚୀନ୍ ଯୋଗୁ ଆଣବିକ ଯୁଦ୍ଧର ବିପଦ: ୟୁରୋପରେ ବିପଜ୍ଜନକ ଆଣବିକ ବୋମା ମୁତୟନ କଲା ଆମେରିକା
Follow Us