ସୈଫଙ୍କୁ ଛୁରାମାଡ଼ ପରେ ମୁହଁ ଖୋଲିଲେ ଅକ୍ଷୟ

ଅକ୍ଷୟ କୁମାର ସୈଫଙ୍କ ଉପରେ ହୋଇଥିବା ଛୁରାମାଡ଼ ଘଟଣାକୁ ନେଇ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଖୁବ ଭଲ ଓ ଖୁସିର କଥା କି ସୈଫ ଏତେ ବଡ଼ ଆକ୍ରମଣର ଶିକାର ହେବାପରେ ଭଗବାନଙ୍କ କୃପାରୁ ସେ ଏବେ ସୁରକ୍ଷିତ ଅଛନ୍ତି

yrtyr


ନୂଆଦିଲ୍ଲୀ: ବଲିଉଡ ଷ୍ଟାର ସୈଫ ଅଲି ଖାନଙ୍କୁ ଘର ଭିତରେ ଛୁରାମାଡ଼ ହେବା ଘଟଣା ସମ୍ପୂର୍ଣ୍ଣ ସିନେ ଶିଳ୍ପରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ସୈଫଙ୍କ ଉପରେ ଆକ୍ରମଣକାରୀ ଛଅଥର ଛୁରାମାଡ଼ କରିଥିଲା।  ଛୁରାମାଡ଼ର ଶିକାର ହେବାପରେ ସୈଫ ମୁମ୍ବାଇ ଲୀଳାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଧୀରେଧୀରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନୀତ ଆସୁଛି।

ଅଧିକପଢ଼ନ୍ତୁ:ଏହି କାରଣ ପାଇଁ ଅଭିଷେକଙ୍କ ବିବାହର ମିଠା ଫେରାଇ ଦେଇଥିଲେ ଶତ୍ରୁଘ୍ନ

ଅକ୍ଷୟ କୁମାର ସୈଫଙ୍କ ଉପରେ ହୋଇଥିବା ଛୁରାମାଡ଼ ଘଟଣାକୁ ନେଇ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଖୁବ ଭଲ ଓ ଖୁସିର କଥା କି ସୈଫ ଏତେ ବଡ଼ ଆକ୍ରମଣର ଶିକାର ହେବାପରେ ଭଗବାନଙ୍କ କୃପାରୁ ସେ ଏବେ ସୁରକ୍ଷିତ ଅଛନ୍ତି। ସୈଫ ନିଜ ଜୀବନକୁ ବିପଦରେ ପକାଇ ଗୃହସହାୟିକାଙ୍କ ସୁରକ୍ଷା ଦେଇଥିବା ଘଟଣା ବାସ୍ତବରେ ପ୍ରଶଂସଯୋଗ୍ୟ।’

ପୁଲିସ ସୂତ୍ରରୁ ପ୍ରକାଶ, ସୈଫଙ୍କୁ ଛଅଥର ଛୁରାମାଡ଼ କରିଥିବା ଆକ୍ରମଣକାରୀ ବାଂଲାଦେଶର ବାସିନ୍ଦା ଥିବାବେଳେ ସେ ପୂର୍ବତନ ନାସନାଲ କୁସ୍ତି ଚମ୍ପିୟନ ରହିଛି।

ଅଧିକପଢ଼ନ୍ତୁ:୭୦ ଘଣ୍ଟା କାର୍ଯ୍ୟସପ୍ତାହ ମନ୍ତବ୍ୟ ଉପରେ ସ୍ପଷ୍ଟୀକରଣ ଦେଲେ ନାରାୟଣ ମୂର୍ତ୍ତି

ଅକ୍ଷୟ କୁମାରଙ୍କ ସିନେମା କଥା କହିବାକୁ ଗଲେ ତାଙ୍କ ଅଭିନୀତ ‘ସ୍କାଇ ଫୋର୍ସ’ ୨୪ ଜାନୁୟାରି ୨୦୨୫ରେ ରିଜିଜ୍ ହେବ। ଲୋକଙ୍କ ମଧ୍ୟରେ ଏହାକୁ ନେଇ ଉତ୍ସାହ ଥିବା ବେଳେ ଅଭିନେତା ତାଙ୍କର ବହୁ ପ୍ରତୀକ୍ଷିତ ଫିଲ୍ମ ‘କନ୍ନପ୍ପା’ର ପ୍ରଥମ ଝଲକକୁ ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି, ଯାହା ସୋସିଆଲ ମିଡିଆରେ ଆଲୋଚନାର ବିଷୟ ହୋଇଛି।ପୋଷ୍ଟରରେ ଖିଲାଡି କୁମାର ଭଗବାନ ଶିବଙ୍କ ଅବତାରରେ ନଜର ଆସିଛନ୍ତି। ସେ ଗୋଟିଏ ହାତରେ ଡମ୍ବରୁ ଏବଂ ଅନ୍ୟ ହାତରେ ତ୍ରିଶୁଳ ଧରିଥିବା ନଜର ଆସିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe