ମୁମ୍ବାଇ: ଚିଠି ପଢ଼ିବା ପାଇଁ ଏକ ନିର୍ଦ୍ଦିଷ୍ଟ ବୟସ ଥାଏ। ପିଲାଟିଏ ଅକ୍ଷର ଶିଖିବା ପରେ ଯାଇ କିଛି ପଢ଼ାପଢ଼ି କରିବାକୁ ସମର୍ଥ ହୋଇଥାଏ। ମାତ୍ର ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟ ନିଜର ୩ ବର୍ଷର ଝିଅକୁ ପତ୍ର ଲେଖିବା କଥା ଶୁଣିବାକୁ ଟିକେ ଆଶ୍ଚର୍ଯ୍ୟ ଲାଗୁନାହିଁ କି? ସେମିତି ଲାଗିଲେ ବି କଥାଟି ଏକଦମ୍ ସତ, ଏଥିରେ ନିଜ ଝିଅ ପ୍ରତି ଜଣେ ମାଆର ସ୍ନେହ ଭରି ହୋଇ ରହିଛି ବୋଲି ଆପଣ ଭାବିପାରନ୍ତି।
ଆଲିଆ ତାଙ୍କ ଅକ୍ଷର ଶିଖିନଥିବା ଝିଅ ରାହାଙ୍କୁ ଏବେଠାରୁ ଚିଠି ଲେଖିବା ଆରମ୍ଭ କରିଛନ୍ତି; ଯାହାକୁ ସେ ତାଙ୍କ ୧୮ ଜମ ଜନ୍ମଦିନରେ ଏକାଥରକେ ଦେବେ ବୋଲି ଚିନ୍ତା କରିଛନ୍ତି।
ଆହୁରି ପଢ଼ନ୍ତୁ: ଏ-ଦା-ମାମା ପଛରେ ଆଲିଆ
କାଜଲ ଏବଂ ଟ୍ବିଙ୍କିଳ୍ ଖାନ୍ନାଙ୍କ ଚାଟ୍ ସୋ ’ଠୁ ମଚ୍’ରେ ବରୁଣ ଧୱନଙ୍କ ସହ ପହଞ୍ଚିଥିଲେ ଆଲିଆ। ସେଠାରେ ତାଙ୍କୁ ତାଙ୍କ ଝିଅ ସଂକ୍ରାନ୍ତରେ ପଚରା ଯାଇଥିବା ପ୍ରଶ୍ନରେ ଆଲିଆ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଅନେକ କଥା ବାଣ୍ଟିଥିଲେ। ସେହି ମୁହୂର୍ତ୍ତରେ ସେ ଏପରି ଏକ ନିଆରା କଥାକୁ ପ୍ରକାଶ କରିଛନ୍ତି।
ଆହୁରି ପଢ଼ନ୍ତୁ: ଚିଠି ନିଅ ଚିଠି: ଆଉ ଡାକୁନି ଡାକବାଲା, ଆସୁନି ଚିଠି… ଦିନେ ଲଫାପାରେ ଲେଖୁଥିଲେ ଅଭିମାନ, ଏବେ ଅଭିମାନ କରିଛି ଚିଠି…
ତେବେ ଏହି ଆଇଡିଆ ଆଲିଆଙ୍କୁ କରଣ ଜୋହରଙ୍କ ‘କୁଛ୍ କୁଛ୍ ହୋତା ହୈ’ ସିନେମାରୁ ମିଳିଛି ବୋଲି ପଚରା ଯିବାରୁ ସେ ଏହାକୁ ଅସ୍ବୀକାର କରିଛନ୍ତି। ତାଙ୍କର କିଛି ବନ୍ଧୁ ନିଜ ପିଲାମାନଙ୍କ ପାଇଁ ଏପରି କରିବା ଦେଖି ସେ ଶିଖିଛନ୍ତି ବୋଲି ଆଲିଆ କୁହନ୍ତି। ତେବେ ଆଲିଆ ଏହା ବି କହିଛନ୍ତି ଯେ ହୁଏତ ସେ ଚିଠିଗୁଡ଼ିକୁ ୧୮ ବର୍ଷ ପର୍ଯ୍ୟନ୍ତ ରଖି ନପାରନ୍ତି। ତାଙ୍କ ଝିଅ ବଡ଼ ହୋଇ ଜାଣିବା ପରେ ୧୩-୧୪ ବର୍ଷ ବୟସରୁ ମଧ୍ୟ ମାଗିପାରନ୍ତି।
Alia Bhatt | daughter