ମନମୋହନ ସିଂହଙ୍କ ଭୂମିକାରେ ଅଭିନୟ କରିବା ସହଜ ନଥିଲା

'ଦି ଆକ୍ସିଡେଣ୍ଟାଲ୍ ପ୍ରଧାନମନ୍ତ୍ରୀ' ସିନେମାରେ ଡକ୍ଟର ମନମୋହନ ସିଂହଙ୍କ ଭୂମିକାରେ ଅଭିନୟ କରିବା ଏତେ ସହଜ ନଥିଲା। ସବୁଠାରୁ କଷ୍ଟ ଥିଲା ତାଙ୍କ ନମ୍ର ଭାବେ କହିବାଶୈଳୀ। ଯାହା ମୋର ଅନେକ ଟେକ ପରେ ଯାଇ ଫାଇନାଲ ହେଉଥିଲା: ଅନୁପମ ଖେର

ୗସ


ନୂଆଦିଲ୍ଲୀ:  ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିୟୋଗରେ ନେତା, ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଫିଲ୍ମ ସେଲିବ୍ରିଟିଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି । ସୋସିଆଲ ମିଡିଆ ଜରିଆରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଯାଉଛି। 

ବଲିଉଡ ଅଭିନେତା ଅନୁପମ ଖେର ମନମୋହନ ସିଂହଙ୍କ ପରଲୋକରେ ଶୋକ ବ୍ୟକ୍ତ କରି କହିଛନ୍ତି, ‘ମୁଁ ଏବେ ଦେଶ ବାହାରେ ଅଛି। ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପରଲୋକର ଖବର ପାଇବା ପରେ ଦୁଃଖୀ ହୋଇଯାଇଛି। ମୁଁ ଡକ୍ଟର ମନମୋହନ ସିଂହଙ୍କ ଜୀବନୀ ସହିତ ଦେଢ଼ବର୍ଷ ଧରି ଜଡ଼ିତ ଥିଲି। 

ଅଧିକପଢ଼ନ୍ତୁ:ଚାଷଜମିରେ ବିଦ୍ୟୁତ୍‌ ତାର ଛିଣ୍ଡିଲା: ଜଳିଗଲେ ଚାଷୀ, ଉଜୁଡ଼ିଲା ବ୍ୟାପକ ଫସଲ

'ଦି ଆକ୍ସିଡେଣ୍ଟାଲ୍ ପ୍ରଧାନମନ୍ତ୍ରୀ' ସିନେମା ପାଇଁ ମୋତେ ଚୟନ କରାଯିବା ପରେ ମୁଁ ମନମୋହନ ସିଂହ କେମିତି ବସନ୍ତି, କେମିତି ଉଠନ୍ତି, କେମିତି କଥା ହୁଅନ୍ତୁ ସବୁକିଛି ନୀରିକ୍ଷଣ କରିଥିଲି। କାରଣ'ଦି ଆକ୍ସିଡେଣ୍ଟାଲ୍ ପ୍ରଧାନମନ୍ତ୍ରୀ' ସିନେମା ମନମୋହନ ସିଂହଙ୍କ ଉପରେ ଆଧାରିତ ଥିଲା । 

ମନମୋହନ ସାରଙ୍କ ଭୂମିକା କରିବା ଏତେ ସହଜ ନଥିଲା।  କାରଣ ମୋତେ ଭୟ ଥିଲା ମୁଁ ଯଦି ତାଙ୍କ ଭୂମିକାରେ ଅଭିନୟ କରେ ତେବେ ଲୋକେ ମୋତେ ଟ୍ରୋଲ କରିବେ। ପ୍ରଧାନମନ୍ତ୍ରୀଙ୍କ ମଜାକ ଉଡ଼ାଉଛି ବୋଲି କହି‌ବେ। କିନ୍ତୁ ଯେତେବେଳେ ମୁଁ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲି ତାଙ୍କ ବିଷୟ‌ରେ ଜାଣିଥିଲି। ମୁଁ ତାଙ୍କ ଭୂମିକାରେ ଅଭିନୟ କରିବାକୁ ଯାଉଛି ବୋଲି କହିଥିଲି। ସେ ମୋତେ ତାଙ୍କ ସହ ଜଡ଼ିତ ଅନେକ ବିଷୟକୁ ନେଇ ସ୍ପଷ୍ଟ ଭାବେ ବୁଝାଇ ଦେଇଥିଲେ। ଯାହାଫଳରେ ମୋତେ ସିନେମା କରିବା ସହଜ ହୋଇଯାଇଥିଲା। ନିଜ ଉପରେ ଆତ୍ମବିଶ୍ବାସ ଆସିଥିଲା। କାମକୁ ଏକ ଚ୍ୟାଲେଞ୍ଜ ଭାବେ ନେଇ ଆଗକୁ ବଢ଼ିଥିଲି।

ଅଧିକପଢ଼ନ୍ତୁ:ମୁଁ ମୋର ଗୁରୁ ଓ ମାର୍ଗଦର୍ଶକଙ୍କୁ ହରାଇ ଦେଇଛି

ଡକ୍ଟର ମନମୋହନ ସିଂହଙ୍କ ଭୂମିକା କରିବାରେ ସବୁଠାରୁ କଷ୍ଟ ଥିଲା ତାଙ୍କ ନମ୍ର ଭାବେ କହିବାଶୈଳୀ। ଯାହା ମୋର ଅନେକ ଟେକ ପରେ ଯାଇ ଫାଇନାଲ ହେଉଥିଲା।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe