ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅଭିନେତା ଅଭିଷେକ ବଚ୍ଚନଙ୍କ ଝିଅ ଆରାଧ୍ୟା ବଚ୍ଚନ ବିଭିନ୍ନ କାରଣ ପାଇଁ ପ୍ରାୟତଃ ଚର୍ଚ୍ଚାରେ ରହିଥା’ନ୍ତି। କେଶ ସଜ୍ଜା ହେଉ କି ବେଶ ପୋଷାକ, ସବୁବେଳେ ଆରାଧ୍ୟାଙ୍କୁ ନେଇ ଚର୍ଚ୍ଚା ହୁଏ। ଫିଲ୍ମ ନକରି ବି ସେ ଲୋକପ୍ରିୟ ଷ୍ଟାର କିଡମାନଙ୍କ ମଧ୍ୟରୁ ଜଣେ। ସେ ସବୁବେଳେ ଐଶ୍ୱର୍ଯ୍ୟାଙ୍କ ସହିତ ନଜର ଆସନ୍ତି। ସବୁ କାର୍ଯ୍ୟକ୍ରମରେ ଆରାଧ୍ୟା, ମା’ ଐଶ୍ବର୍ଯ୍ୟାଙ୍କ ସହ ନଜର ଆସୁଥିବାରୁ ଝିଅ ସ୍କୁଲ ଯାଉଛି କି ନାହିଁ ବୋଲି ଅତୀତରେ ପ୍ରଶ୍ନ କରିସାରିଛନ୍ତି ଲୋକେ। ତେବେ ବଚ୍ଚନ ପରିବାର ଝିଅ କେଉଁ ଶ୍ରେଣୀରେ ପଢ଼ୁଛନ୍ତି ଓ ସ୍କୁଲ ଫି’ କେତେ ବୋଲି ସମସ୍ତେ ଜାଣିବାକୁ ଚାହାନ୍ତି। ଏବେ ଏହାର ସୂଚନା ସାମ୍ନାକୁ ଆସିଛି।

Advertisment

ଐଶ୍ୱର୍ଯ୍ୟା ଏବଂ ଅଭିଷେକଙ୍କ ଝିଅ ଆରାଧ୍ୟା ମୁମ୍ବାଇର ଲୋକପ୍ରିୟ ଧୀରଭାଇ ଅମ୍ବାନୀ ଅନ୍ତର୍ଜାତୀୟ ବିଦ୍ୟାଳୟରେ ଅଧ୍ୟୟନ କରନ୍ତି। ଅନେକ ଷ୍ଟାର୍ କିଡମାନେ ଏହି ବିଦ୍ୟାଳୟରେ ଅଧ୍ୟୟନ କରିଛନ୍ତି। ଆରାଧ୍ୟା ଏହି ବିଦ୍ୟାଳୟରେ ନର୍ସରୀରୁ ପଢ଼ୁଛନ୍ତି। ବର୍ତ୍ତମାନ ସେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ବେଳେ ଏହି ବିଦ୍ୟାଳୟର ଫି’ ବହୁତ ଅଧିକ ବୋଲି ଜଣାପଡ଼ିଛି। ଆରାଧ୍ୟାଙ୍କ ସ୍କୁଲ ଫି ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ ନିଶ୍ଚୟ। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆରାଧ୍ୟା ବର୍ତ୍ତମାନ ଅଷ୍ଟମ ଶ୍ରେଣୀର ଛାତ୍ରୀ ହୋଇଥିବା ବେଳେ ପ୍ରତି ମାସରେ ତାଙ୍କର ସ୍କୁଲ ଫି’ ରହିଛି ୪.୫ ଲକ୍ଷ ଟଙ୍କା । ଏହି ସ୍କୁଲରେ ନର୍ସରୀରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଲେ ମାସକୁ ୧.୭୦ଲକ୍ଷ ଟଙ୍କା ଦେବାକୁ ପଡ଼େ।

ଏ ଖବର ପଢନ୍ତୁ- https://sambad.in/entertainment/kapil-sharma-postponed-us-tour-because-of-ic-814-the-kandahar-hijack-7048162

ଏ ଖବର ପଢନ୍ତୁ- https://sambad.in/entertainment/badshah-opens-up-on-his-divorce-from-ex-wife-jasmine-masih-for-the-first-time-7047997