ମୁମ୍ବାଇ: ବଲିଉଡ କଳାକାର ଅକ୍ଷୟ କୁମାର, କରୀନା କପୁର, କିଆରା ଆଡଭାନୀ ଏବଂ ଦିଲଜିତ ଦୋସାଞ୍ଜଙ୍କ ଅଭିନୀତ ଚଳଚ୍ଚିତ୍ର 'ଗୁଡ଼ ନିଉଜ୍' ଅନେକ ଲୋକଙ୍କ ହୃଦୟ ଜିତିଥିଲା। ଚାରି ତାରକାଙ୍କ ଅନନ୍ୟ କାହାଣୀ ଏବଂ କେମେଷ୍ଟ୍ରି ଦର୍ଶକ ବହୁତ ପ୍ରଶଂସା କରିଥିଲେ । କିନ୍ତୁ ଆପଣ ଜାଣନ୍ତି କି ଏହି ଚଳଚ୍ଚିତ୍ରରେ ଦିଲଜିତ ଦୋସାଞ୍ଜଙ୍କ ଭୂମିକା ପ୍ରଥମେ ଜଣେ ପ୍ରସିଦ୍ଧ ପଞ୍ଜାବୀ ରାପରଙ୍କୁ ଦିଆଯାଇଥିଲା। ନିକଟରେ ଏକ ସାକ୍ଷାତକାରରେ ସେ ଏହା ପ୍ରକାଶ କରିଛନ୍ତି।
ଆମେ ରାପର୍ ବାଦଶାହଙ୍କ ବିଷୟରେ କହୁଛୁ, ଯିଏ ସୋସିଆଲ ମିଡିଆରେ ତାଙ୍କର ପ୍ରତ୍ୟେକ ଗୀତ ମାଧ୍ୟମରେ ହଇଚଇ ସୃଷ୍ଟି କରନ୍ତି | ଏହା ବ୍ୟତୀତ ରାପର ତଥା ଗାୟକ ହନି ସିଂଙ୍କ ସହ ବିବାଦ ହେତୁ ସେ ଅନେକ ସମୟରେ ଚର୍ଚ୍ଚାରେ ରହିଥା’ନ୍ତି। ଏବେ ଏକ ସାକ୍ଷାତକାରରେ ସେ ତାଙ୍କ ଅଭିନୟ କ୍ୟାରିୟରକୁ ନେଇ ଅନେକ ବଡ଼ ଖୁଲାସା କରିଛନ୍ତି |
ବାଦଶାହାଙ୍କୁ ସାକ୍ଷାତକାରରେ ପଚରାଯାଇଥିଲା କି ସେ ଅଭିନୟ ବିଷୟରେ କେବେ ଭାବିଛନ୍ତି କି? ଉତ୍ତରରେ ସେ କହିଥିଲେ ଯେ ସେ ଅନେକ ଥର ଫିଲ୍ମ ପାଇଁ ଅଫର ପାଇଛନ୍ତି। କିନ୍ତୁ ବର୍ତ୍ତମାନ ସେ ଗୀତରେ ଧ୍ୟାନ ଦେବାକୁ ଚାହୁଁଛନ୍ତି। ତେଣୁ ଅଫରକୁ ଗ୍ରହଣ କରିନାହାନ୍ତି।
ବାଦଶାହ କହିଥିଲେ ଯେ ଫିଲ୍ମ 'ଗୁଡ୍ ନ୍ୟୁଜ୍'ରେ ଦିଲଜିତ ଦୋସାଞ୍ଜଙ୍କ ଭୂମିକା ତାଙ୍କୁ ପ୍ରଥମେ ଅଫର କରାଯାଇଥିଲା। ପ୍ରଥମେ ଫିଲ୍ମରେ ମୋର ଏବଂ ରାଜକୁମାର ରାଓଙ୍କ ଯୋଡି ନଜର ଆସିଥାନ୍ତା। ହେଲେ ଫିଲ୍ମରେ ମୋତେ ଅଫର କରାଯାଇଥିବା ଚରିତ୍ର ପିଲା ଜନ୍ମ କରିପାରୁନଥିବା ଜାଣି ମୁଁ ଫିଲ୍ମ କରିବାକୁ ମନା କଲି । ଏହା ପରେ ଫିଲ୍ମର ପୂରା କାଷ୍ଟ ବଦଳିଯାଇଥିଲା।
Follow Us