ମୁମ୍ବାଇ: ବଲିଉଡର ଅଭିନେତ୍ରୀମାନେ କେବଳ ସେମାନଙ୍କ ଅଭିନୟ ପାଇଁ ନୁହେଁ ବରଂ ସେମାନଙ୍କର ସୌନ୍ଦର୍ଯ୍ୟ ପାଇଁ ମଧ୍ୟ ଚର୍ଚ୍ଚାରେ ଅଛନ୍ତି । ଯଦି ଆପଣ ସେମାନଙ୍କର ପୁରୁଣା ଫଟୋ ଦେଖିବେ ତେବେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ତାଙ୍କ ଚେହେରା ବର୍ତ୍ତମାନ ବହୁତ ବଦଳିଯାଇଛି ।

Advertisment

ଅଭିନେତ୍ରୀମାନେ କେବଳ ସୁନ୍ଦର ଦେଖାଯିବା ପାଇଁ ବିଭିନ୍ନ ପ୍ରକାରର ମେକଅପ୍ ବ୍ୟବହାର କରନ୍ତି ତାହା ନୁହେଁ, ବରଂ ସୁନ୍ଦର ଦେଖାଯିବା ପାଇଁ ପ୍ଲାଷ୍ଟିକ୍ ସର୍ଜରୀ ମଧ୍ୟ କରାଇଛନ୍ତି । ଜାଣନ୍ତୁ ଏହି ଅଭିନେତ୍ରୀମାନଙ୍କ ସମ୍ପର୍କରେ...

ଅଧିକପଢ଼ନ୍ତୁ:ଏବେ ଭାରତୀୟ କ୍ରିକେଟର ନୂଆ କିଙ୍ଗ ହେଉଛନ୍ତି ଏହି କ୍ରିକେଟର

ଅଦିତି ରାଓ ହୈଦରୀ:
ଅଦିତି ରାଓଙ୍କର ପୁରୁଣା ଏବଂ ଏବେର ଫଟୋ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ପ୍ରଶଂସକମାନେ ବିଶ୍ୱାସ କରନ୍ତି ଯେ, ଅଭିନେତ୍ରୀ ନାକର ପ୍ଲାଷ୍ଟିକ୍‌ ସର୍ଜରୀ କରାଇଛନ୍ତି । ତେବେ ଅଭିନେତ୍ରୀ ଏହାକୁ କେବେ ଗ୍ରହଣ କରିନାହାଁନ୍ତି । ଆଜି ସେ ଇଣ୍ଡଷ୍ଟ୍ରିରେ ବହୁତ ଲୋକପ୍ରିୟ ଅଛନ୍ତି । 

ଶ୍ରୁତି ହାସନ:  
ସାଉଥ ଲୋକପ୍ରିୟ ଅଭିନେତ୍ରୀ ତଥା ଗାୟିକା ଶ୍ରୁତି ହାସନ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଶ୍ରୁତି ହାସନ ସୁନ୍ଦର ଦେଖାଯିବା ପାଇଁ ନାକର ପ୍ଲାଷ୍ଟିକ୍‌ ସର୍ଜରୀ କରାଇଛନ୍ତି । ଅଭିନେତ୍ରୀ ନିଜେ ଏକ ସାକ୍ଷାତକାରରେ ପ୍ରକାଶ କରିଛନ୍ତି ।  

ଅଧିକପଢ଼ନ୍ତୁ: ସୋନପୁର କଲେଜ ରାସ୍ତାରେ ଗଛରେ ପିଟିହେଲା ବାଇକ୍, ଗଞ୍ଜେଇ ଚାଲାଣକାରୀ ମୃତ

ଅନୁଷ୍କା ଶର୍ମା: 
ବଲିଉଡ୍‌ର ସୁନ୍ଦରୀମାନଙ୍କ ମଧ୍ୟରୁ ଅନୁଷ୍କା ହେଉଛନ୍ତି ଜଣେ । ସେ ତାଙ୍କ ଓଠର ସର୍ଜରୀ କରାଇଛନ୍ତି । ଏହାପରେ ତାଙ୍କ ଲୁକ୍‌ରେ କିଛି ପରିବର୍ତ୍ତନ ଆସିଥିଲା । ସେ ନିଜେ ୨୦୧୭ରେ ଏକ ସାକ୍ଷାତକାରରେ ଏହା ସ୍ୱୀକାର କରିଛନ୍ତି ।

ପ୍ରିୟଙ୍କା ଚୋପ୍ରା: 
ବଲିଉଡ୍‌ଠାରୁ ଆରମ୍ଭ କରି ହଲିଉଡ୍‌ ପର୍ଯ୍ୟନ୍ତ ପ୍ରିୟଙ୍କା ଚୋପ୍ରା ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ସୁନ୍ଦର ଦେଖାଯିବା ପାଇଁ ପ୍ରିୟଙ୍କା ଥରେ ନୁହଁ ବହୁବାର ପ୍ଲାଷ୍ଟିକ୍‌ ସର୍ଜରୀ କରାଇଛନ୍ତି । ସେ ତାଙ୍କ ନାକ ଏବଂ ଓଠର ପ୍ଲାଷ୍ଟିକ୍‌ ସର୍ଜରୀ କରାଇଛନ୍ତି ।