ସୌରଭ ପାଢ଼ୀଙ୍କ ପ୍ରଯୋଜିତ ତଥା ପିନୁ ନାୟକଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ‘ଚକ୍ରାନ୍ତ’ ୨୦୨୬ ଜାନୁଆରି ୧୬ ତାରିଖରେ ମୁକ୍ତିଲାଭ କରିବ ବୋଲି ଜଣାଯାଇଛି। ଏଥିରେ ପ୍ରଥମ ଥର ଲାଗି ମଣ୍ଟୁ-ଭୂମିକାଙ୍କ ଯୋଡ଼ିକୁ ଦର୍ଶକ ଦେଖିବାକୁ ପାଇବେ। ହରିହର ମହାପାତ୍ର, ଚୌଧୁରୀ ଜୟପ୍ରକାଶ ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ଧରିତ୍ରୀ ଖଣ୍ଡୁଆଳ, ସୁରଭି, ସୌମ୍ୟ ଶତପଥୀ, ଶୁଭମ୍ ପାଢ଼ୀ, ସୁମନ ମହାନ୍ତି, କୁସୁମ ତ୍ରିପାଠୀ, ପ୍ରମୋଦ, ତୁଷାର, ଉମାକାନ୍ତ, ନିରଞ୍ଜନ ନିରୁଆ ଓ କୃଷ୍ଣାରାଣୀ ଦାଶ ପ୍ରମୁଖ ଏଥିରେ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଛନ୍ତି।
Cold Waves: ଅସହ୍ୟ ଥଣ୍ଡା ଯୋଗୁଁ ଓଡ଼ିଶାର ଦାର୍ଜିଲିଂରେ ଲୋକେ କଲବଲ
‘ଚକ୍ରାନ୍ତ’ର କାହାଣୀ ଦିଶା ପାଢ଼ୀ ଲେଖିଥିବା ବେଳେ ପୁଣ୍ୟତୋୟା ମିଶ୍ର ଏହାର ସହ-ପ୍ରଯୋଜନା କରିଛନ୍ତି। ଡକ୍ଟର ନିର୍ମଳ ନାୟକ ଓ ଡକ୍ଟର ରଘୁନାଥ ସାହୁଙ୍କ ଗୀତକୁ ସ୍ବରରେ ସଜାଇଛନ୍ତି ଅଭିଜିତ ମଜୁମଦାର। ଅମିତ ନାୟକ ଓ କବୀର ନୃତ୍ୟ ନିର୍ଦ୍ଦେଶନା ଦେଇଥିବା ବେଳେ ସିନେମାଟୋଗ୍ରାଫି କରିଛନ୍ତି ସୁଦର୍ଶନ ସେନାପତି। ଏହାର ବିତରଣ ଦାୟିତ୍ବ ବହନ କରିଛନ୍ତି ପ୍ରକାଶ ଫିଲ୍ମସ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/12/12/fsfsxvbv-2025-12-12-23-27-49.jpg)