ଡାକ୍ତରଖାନାରେ ଭର୍ତ୍ତି ହେଲେ ଦୀପିକା, ମିଳିପାରେ ଖୁସି ଖବର !

ଗର୍ଭାବସ୍ଥାର ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଦୀପିକା ପାଦୁକୋନଙ୍କୁ ମୁମ୍ବାଇର ଏଚଏନ ରିଲାଏନ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଖବର ରହିଛି। ଅଭିନେତ୍ରୀ ଶୀଘ୍ର ଭଲ ଖବର ଦେଇପାରନ୍ତି |

deepika

ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତ୍ରୀ ଦୀପିକା ପାଦୁକୋନ୍ ତାଙ୍କ ଗର୍ଭଧାରଣକୁ ନେଇ ଦୀର୍ଘ ଦିନ ହେଲାଣି ଚର୍ଚ୍ଚାରେ ରହିଥିଲେ | କୁହାଯାଉଥିଲା ଯେ, ଦୀପିକା ପାଦୁକୋନ ସେପ୍ଟେମ୍ବରରେ ନିଜ ସନ୍ତାନକୁ ଜନ୍ମ ଦେଇପାରନ୍ତି | ଏବେ ଏହି ଅଭିନେତ୍ରୀଙ୍କ କାର ମୁମ୍ବାଇର ଏଚ୍.ଏନ୍ ରିଲାଏନ୍ସ ଫାଉଣ୍ଡେସନ୍ ହସ୍ପିଟାଲ ଭିତରକୁ ଯାଉଥିବା ଦେଖିବାକୁ ମିଳିଛି।

କୁହାଯାଉଛି ଯେ ଦୀପିକା ପାଦୁକୋନଙ୍କୁ ଏଚ୍.ଏନ୍ ରିଲାଏନ୍ସ ଫାଉଣ୍ଡେସନ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୀପିକା ପାଦୁକୋନଙ୍କ ସହ ତାଙ୍କ ପରିବାରର ଅନ୍ୟ କିଛି ସଦସ୍ୟ ମଧ୍ୟ ନଜର ଆସିଛନ୍ତି। ଅଭିନେତ୍ରୀ ଯେକୌଣସି ସମୟରେ ମା' ବନିପାରନ୍ତି ବୋଲି ଚର୍ଚ୍ଚା ହେଉଛି |

ପୂର୍ବରୁ ଦୀପିକାଙ୍କ ପ୍ରସବ ସେପ୍ଟେମ୍ବର ୨୮, ୨୦୨୪ରେ ଦକ୍ଷିଣ ବମ୍ବେର ଏକ ଡାକ୍ତରଖାନାରେ ହେବାର ସମ୍ଭାବନା ରହିଥିବା ନେଇ ଚର୍ଚ୍ଚା ହୋଇଥିଲା | ଏହି ତାରିଖ ସାମ୍ନାକୁ ଆସିବା ପରେ ଜଣାପଡ଼ିଥିଲା ଯେ, ବଲିଉଡ ଅଭିନେତା ରଣବୀର କପୁରଙ୍କ ଜନ୍ମ ମଧ୍ୟ ସେପ୍ଟେମ୍ବର ୨୮ରେ ହୋଇଥିଲେ। ରଣବୀର, ଦୀପିକାଙ୍କ ପୂର୍ବ ପ୍ରେମିକ ହୋଇଥିବାରୁ  ତାଙ୍କ ଜନ୍ମଦିନରେ ଦୀପିକାଙ୍କ ପ୍ରସବ ହେବା ଏକ ସଂଯୋଗ ବୋଲି ଲୋକେ ଦାବି କରିଥିଲେ। ହେଲେ ଏବେ ଲାଗୁଛି ସେପ୍ଟେମ୍ବର ୨୮ ପୂର୍ବରୁ ହିଁ ଦୀପିକା ମା' ହେବେ |

ଏ ଖବର ପଢନ୍ତୁ-https://sambad.in/entertainment/kapil-sharma-postponed-us-tour-because-of-ic-814-the-kandahar-hijack-7048162

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe