ବନ୍ୟା ପ୍ରପୀଡ଼ିତଙ୍କୁ ଏତେ କୋଟିର ସହାୟତା ରାଶି ଦେଲେ ଜୁନିୟର ଏନଟିଆର

ପ୍ରବଳ ବର୍ଷା ପରେ ଏବେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ବନ୍ୟାସ୍ଥିତି ଉପୁଜିଛି। ଏକାଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ଅନେକ ଲୋକ ବନ୍ୟା ଜଳରେ ଫସି ରହିଛନ୍ତି। ଏହାକୁ ଦେଖି ଏବେ ସହାୟତାର ହାତ ବଢ଼ାଇଛନ୍ତି ଜୁନିୟର ଏନଟିଆର।

ntr

ମୁମ୍ବାଇ: ୨୦୨୨ରେ ସମସ୍ତ ରେକର୍ଡ ଭାଙ୍ଗିଥିଲା ନିର୍ଦ୍ଦେଶକ ଏସଏସ ରାଜାମୌଲୀଙ୍କ ଫିଲ୍ମ 'ଆରଆରଆର' । ଏହି ଫିଲ୍ମର ସଫଳତା ସହ ଏଥିରେ ଅଭିନୟ କରିଥିବା ଅଭିନେତ‌ା ରାମଚରଣ ଓ ଜେଆର ଏନଟିଆରଙ୍କ ବ୍ରାଣ୍ଡ ଭ୍ୟାଲୁ ବଢ଼ିଥିଲା । 'ଆରଆରଆର'ରେ ଥିବା ଗୀତ ନାଟୁ ନାଟୁୁକୁ ଓସ୍କାର ପୁରସ୍କାର ମିଳିବା ପରେ ଏହି ଫିଲ୍ମର ଚାହିଦା ଆହୁରି ବଢ଼ିଥିଲା । ଏବେ ବ୍ରାଣ୍ଡ ଭ୍ୟାଲୁ ବଢ଼ିବା ପରେ ଜେଆର ଏନଟିଆର ନିଜର ଆଗାମୀ ଫିଲ୍ମ 'ଦେବରା'କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏମଧ୍ୟରେ ସେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ବନ୍ୟା ପ୍ରପୀଡ଼ିତଙ୍କୁ ସହାୟତା ରାଶି ଦେଇଥିବା ସାମ୍ନାକୁ ଆସିଛି ।

କୁହାଯାଉଛି ଯେ, ସାଉଥ ସୁପରଷ୍ଟାର ଜୁନିୟର ଏନଟିଆର ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୦ ଲକ୍ଷ ଟଙ୍କା ଲେଖାଏ ଦାନ କରିଛନ୍ତି । ବନ୍ୟା ହଜାର ହଜାର ଲୋକଙ୍କ ଘର ଉଜାଡ଼ି ଦେଇଛି ଓ ଅନେକ ଲୋକ ବାସହରା ହୋଇଛନ୍ତି । ଏଭଳି ପରିସ୍ଥିତିକୁ ଦେଖି ଜୁନିୟର ଏନଟିଆର ୧କୋଟିର ସହାୟତା ଦେବାରୁ ତାଙ୍କର ପ୍ରଶଂସା କରାଯାଇଛି ।

ଜୁନିୟର ଏନଟିଆର ତାଙ୍କ ପ୍ରଶଂସକମାନଙ୍କୁ ଏକ୍ସ ପୋଷ୍ଟରେ ଏହି ଦାନ ବିଷୟରେ ଅବଗତ କରାଇ ବନ୍ୟା ଦ୍ୱାରା ପ୍ରଭାବିତ ଲୋକଙ୍କ ପାଇଁ ଉଦବେଗ ପ୍ରକାଶ କରିଛନ୍ତି। ସେ ଲେଖିଛନ୍ତି, ପ୍ରବଳ ବର୍ଷା ହେତୁ ଦୁଇଟି ରାଜ୍ୟ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ହୋଇଥିବା ବନ୍ୟା ଯୋଗୁଁ ମୁଁ ଗଭୀର ଦୁଃଖିତ। ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଛି ଯେ ଲୋକମାନେ ଶୀଘ୍ର ଏହି ବିପର୍ଯ୍ୟୟରୁ ମୁକ୍ତ ହୁଅନ୍ତୁ।

ଏ ଖବର ପଢ଼ନ୍ତୁ- https://sambad.in/crime/haryana-student-mistaken-for-cow-smuggler-shot-dead-after-25-km-car-chase-6945887

ଏ ଖବର ପଢ଼ନ୍ତୁ- https://sambad.in/sports/yuvraj-singhs-father-yograj-launches-verbal-attack-on-kapil-dev-says-world-would-spit-on-you-6945700

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe