ନୂଆଦିଲ୍ଲୀ: ନିଜର ଅଭିନୟ ଦ୍ୱାରା ବଲିଉଡରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ଅସୁସ୍ଥତା ତାଙ୍କ ପ୍ରଶଂସକମାନଙ୍କ ପାଇଁ ଆଦୌ ବି ଗ୍ରହଣୀୟ ନୁହେଁ। ହେଲେ ସୂତ୍ରରୁ ପ୍ରକ‌ାଶ ଯେ ଧର୍ମେନ୍ଦ୍ରଙ୍କୁ ମୁୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି

ଏହି ଖବର ପ୍ରସାରିତ ହେବା ମାତ୍ରେ ତାଙ୍କ ପ୍ରଶଂସକମାନେ ଚିନ୍ତିତ ହୋଇଯାଇଥିଲେ। ତେବେ ବ୍ୟସ୍ତ ହେବାର ସେଭଳି କୌଣସି କାରଣ ନାହିଁ। କାରଣ ତାଙ୍କ ନିକଟତର ସୂତ୍ର ସମସ୍ତଙ୍କୁ ଆଶ୍ୱସ୍ତ କରିଛନ୍ତି ଯେ ଏହା କିଛି ଗମ୍ଭୀର ନୁହେଁ। ଏହା କେବଳ ତାଙ୍କ ବୟସ ସହିତ ଜଡିତ ଏକ ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ। ଯାହାକି ପୂର୍ବରୁ ସ୍ଥିରୀକୃତ ଥିଲା। ଯେଉଁଥିପାଇଁ ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡାକ୍ତରଙ୍କ ତତ୍ତ୍ୱାବଧାନରେ ସେ ନିୟମିତ ଯାଞ୍ଚ କରୁଛନ୍ତି ଏବଂ ଶୀଘ୍ର ଘରକୁ ଫେରିବେ।

ଆହୁରି ପଢ଼ନ୍ତୁ: ପିରିୟଡ୍ସ ହୋଇଛି ବୋଲି ପ୍ରମାଣ ପାଇଁ କର୍ମଚାରୀଙ୍କ ଫଟୋ ମାଗିଲେ ସିନିୟର୍‌

ସୋସିଆଲ୍‌ ମିଡିଆରେ ଧର୍ମେନ୍ଦ୍ର ଖୁବ୍ ସକ୍ରିୟ

ଧର୍ମେନ୍ଦ୍ର ସେହି ବଲିଉଡ ଅଭିନେତାମାନଙ୍କ ମଧ୍ୟରୁ ଜଣେ ଯିଏ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଏବଂ ତାଙ୍କ ପ୍ରଶଂସକଙ୍କ ସହ ଯୋଡ଼ି ରହିବା ପାଇଁ‌ ବେଶ୍‌ ପସନ୍ଦ କରନ୍ତି। ସେ ସୋସିଆଲ୍‌ ମିଡିଆରେ ବିଶେଷ ଫଟୋ ଏବଂ ଭିଡିଓ ସେୟାର କରୁଛନ୍ତି। ସେ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକମାନଙ୍କ ସହିତ ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଅପଡେଟ୍ ମଧ୍ୟ ସେୟାର କରନ୍ତି।

ବଡ଼ ସୁପରଷ୍ଟାରମାନଙ୍କ ମଧ୍ୟରୁ ଜଣେ

ଧର୍ମେନ୍ଦ୍ର ବଲିଉଡର ସବୁଠାରୁ ବଡ଼ ସୁପରଷ୍ଟାରମାନଙ୍କ ମଧ୍ୟରୁ ଜଣେ। ସେ ତାଙ୍କ ଦୀର୍ଘ କ୍ୟାରିଅରରେ ଅନେକ ସ୍ମରଣୀୟ ଫିଲ୍ମ ଦେଇଛନ୍ତି। "ଶୋଲେ", "ଚୁପକେ ଚୁପକେ", "ଧରମ ବୀର", "ଡ୍ରିମ ଗାର୍ଲ" ଓ "ୟମଲା ପଗଲା ଦିୱାନା" ତାଙ୍କର ଉଲ୍ଲେଖନୀୟ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରୁ ଅନ୍ୟତମ।

ଆହୁରି ପଢ଼ନ୍ତୁ: ଭାରତୀୟ ରେଳବାଇ ଚାକିରି ପାଇଁ ଆଣିଛି ଏକ ସୁବର୍ଣ୍ଣ ସୁଯୋଗ!

୧୯୬୦ରେ ଆରମ୍ଭ ହୋଇଥିଲା କ୍ୟାରିୟର୍‌

ଧର୍ମେନ୍ଦ୍ରଙ୍କ ଫିଲ୍ମ କ୍ୟାରିଅର ୧୯୬୦ ମସିହାରେ ଆରମ୍ଭ ହୋଇଥିଲା। ‘ଦିଲ୍‌ ଭି ତେରା ହମ୍‌ ଭି ତେରେ’ ତାଙ୍କର ଡେବ୍ୟୁ ସିନେମା। ପରବର୍ତ୍ତୀ ସମୟରେ ସେ ଶହ ଶହ ଫିଲ୍ମରେ ଅଭିନୟ କରିଛନ୍ତି ଏବଂ ଆଜି ମଧ୍ୟ ସକ୍ରିୟ ଅଛନ୍ତି। ତାଙ୍କର ସରଳତା, କଠିନ ପରିଶ୍ରମ ଏବଂ ଫିଟନେସ୍ ସମସ୍ତଙ୍କ ପାଇଁ ପ୍ରେରଣା। ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲ ପକ୍ଷରୁ କୌଣସି ସରକାରୀ ବିବୃତ୍ତି ଦିଆଯାଇ ନଥିଲେ ମଧ୍ୟ, ଚିନ୍ତାର କୌଣସି କାରଣ ନାହିଁ ବୋଲି କୁହାଯାଉଛି।