ହରିଆଣା: ହରିଆଣାର ‌ରୋହତକର ମହର୍ଷି ଦୟାନନ୍ଦ ବିଶ୍ୱବିଦ୍ୟାଳୟରେ ତିନି ଜଣ ସଫେଇ କର୍ମଚାରୀଙ୍କୁ ସେମାନଙ୍କ ସୁପରଭାଇଜରମାନେ ପୋଷାକ ଖୋଲି ଋତୁସ୍ରାବର ପ୍ରମାଣ ଦେବାକୁ କହିଥିବା ଅଭିଯୋଗ ହୋଇଛି। ପିରିୟଡ୍ସ ହୋଇଛି ବୋଲି କହି କର୍ମଚାରୀମାନେ ଛୁଟି ମାଗିବାରୁ ସୁପରଭାଇଜରମାନେ ସେମାନଙ୍କର ଗୁପ୍ତାଙ୍ଗର ଫଟୋ ଉଠାଇବାକୁ ବାଧ୍ୟ କରିବା ପରେ ପ୍ରତିବାଦ ଆରମ୍ଭ ହୋଇଥିଲା। 

Advertisment

ଅକ୍ଟୋବର ୨୬ ତାରିଖରେ ଏହି ଅଭିଯୋଗ ଆସିବା ପରେ ବିଶ୍ୱବିଦ୍ୟାଳୟ ସୁପର୍‌ଭାଇଜର୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାର କେ କେ ଗୁପ୍ତା ଏକ ବିବୃତି ଜାରି କରି କହିଛନ୍ତି କି ‘‘ଏବେ ସୁଦ୍ଧା ଜଣେ ସୁପରଭାଇଜରଙ୍କୁ ତୁରନ୍ତ ନିଲମ୍ବନ କରାଯାଇଛି। ଆମେ ସମ୍ପୂର୍ଣ୍ଣ ଘଟଣାର ତଦନ୍ତ କରିବୁ। ଯିଏ ଦୋଷୀ ସାବ୍ୟସ୍ତ ହେବେ ତାଙ୍କୁ ଛଡ଼ାଯିବ ନାହିଁ। ଆବଶ୍ୟକ ପଡ଼ିଲେ ଅଭିଯୁକ୍ତଙ୍କ ବିରୋଧରେ ଏସସି/ଏସଟି ଆଇନ ଅନୁଯାୟୀ ମାମଲା ମଧ୍ୟ ରୁଜୁ କରାଯିବ।’’

ଆହୁରି ପଢ଼ନ୍ତୁ: ବରାଦ କଲେ ଦାମୀ ଫୋନ୍‌, ପାଇଲେ ଟାଇଲ୍‌

କ’ଣ କୁହନ୍ତି ଅଭିଯୋଗକାରିଣୀ?

ମହିଳା ସଫେଇ କର୍ମଚାରୀଙ୍କ ଅଭିଯୋଗ ଅନୁଯାୟୀ, ସମସ୍ୟା ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ସେମାନଙ୍କ ସୁପରଭାଇଜର ବିନୋଦ ଏବଂ ବିତେନ୍ଦ୍ର ସେମାନଙ୍କୁ ଛୁଟି ଦେବା ପାଇଁ ଅରାଜି ହୋଇଥିଲେ। ଯେତେବେଳେ କହିଳା କର୍ମଚାରୀମାନେ କହିଲେ ଯେ ସେମାନେ ସେମାନଙ୍କର ମାସିକ ଋତୁସ୍ରାବରେ ଅଛନ୍ତି ଏବଂ ଅସୁସ୍ଥ ଅନୁଭବ କରୁଛନ୍ତି, ତାହାକୁ ସୁପର୍‌ଭାଇଜର ବିଶ୍ବାସ କରିନଥିଲେ। ଏପରିକି ଛୁଟି ପାଇଁ ଅନ୍ୟ ସିନିୟର୍‌ମାନେ ଅନୁମତି ଦେବା ପରେ ବି ସୁପର୍‌ଭାଇଜର୍‌ ଛୁଟି ଦେବାକୁ ରାଜିନଥିଲେ। ସେମାନେ ମହିଳାମାନଙ୍କୁ ମାସିକ ଋତୁସ୍ରାବ ହେଉଥିବା ପ୍ରମାଣ କରିବା ପାଇଁ ସେମାନଙ୍କର ପୋଷାକ କାଢ଼ିବାକୁ କିମ୍ବା ସେମାନଙ୍କ ବ୍ୟକ୍ତିଗତ ଅଙ୍ଗର ଫଟୋ ଉଠାଇ ପ୍ରଦର୍ଶନ କରିବାକୁ କହିଥିଲେ। 

ଆହୁରି ପଢ଼ନ୍ତୁ: ପ୍ରଦୂଷଣ ସାଙ୍ଗକୁ ରାଜଧାନୀବାସୀଙ୍କ ଚିନ୍ତା ବଢ଼ାଉଛି ଋତୁକାଳୀନ ଭାଇରସ୍

ଫଟୋ କ୍ଲିକ୍‌ କରିବାକୁ ହୋଇଥିଲା ନି‌ର୍ଦ୍ଦେଶ

ମହିଳା କର୍ମଚାରୀମାନେ କହିଛନ୍ତି ଯେ ବିନୋଦ ଏବଂ ଜିତେନ୍ଦ୍ର ପରବର୍ତ୍ତୀ ସମୟରେ ଅନ୍ୟ ଜଣେ ମହିଳା କର୍ମଚାରୀଙ୍କୁ ସେ ତିନି ଜଣଙ୍କୁ ୱାସରୁମକୁ ନେଇଯିବା ଏବଂ ସେମାନଙ୍କ ସାନିଟାରି ପ୍ୟାଡର ଫଟୋ କ୍ଲିକ୍ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଯାହା ଦ୍ୱାରା ସେମାନେ ମାସିକ ଋତୁସ୍ରାବ ହେଉଥିବା ପ୍ରମାଣିତ ହୋଇପାରିବ।