ଓଲିଉଡ୍ର ସବୁଠାରୁ ବ୍ୟସ୍ତ ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁଙ୍କର ୨୦୨୬ରେ ‘ଗଣ୍ଡ ଭୈରବ’, ‘ମଙ୍ଗଳପୁର ଡାଏରି’, ‘ରାମରାଜ୍ୟ’ ଓ ‘ମନ୍ଷ୍ଟର୍’ ଆଦି ୪ଟି ଓଡ଼ିଆ ଛବି ରିଲିଜ୍ ହେବ। ଏହାଛଡ଼ା ତାଙ୍କର ଅନ୍ୟ ଏକ ଓଡ଼ିଆ ଛବି ‘ନାୟିକା’ ବି ବଡ଼ ପରଦାକୁ ଆସିବାର ସମ୍ଭାବନା ରହିଛି। ଠିକ୍ ସେହିପରି ନିର୍ଦ୍ଦେଶକ ଦିଲୀପ ପଣ୍ଡାଙ୍କ ‘ମୁଁ ତୁମକୁ ଭଲ ପାଏ’ ଏବଂ ‘ଆଶିକ୍ ଦିୱାନା’ ମୁକ୍ତିଲାଭ କରିପାରେ। ରମେଶ ରାଉତଙ୍କ ‘ମୁନ୍ନା ଭାଇ ବିବିଏସ୍ଆର୍’ ଓ ‘କାନତରାଟି’ ଏ ବର୍ଷ ପ୍ରେକ୍ଷାଳୟକୁ ଆସିପାରେ। ତା’ଛଡ଼ା ତାଙ୍କର ନିର୍ମାଣାଧୀନ ଥିବା ଆଉ ଏକ ଓଡ଼ିଆ ଛବି ବି ଛବିଶରେ ମୁକ୍ତିଲାଭ କରିପାରେ।
Congress: ଉପଯୁକ୍ତ ମୂଲ୍ୟରେ ଚାଷୀଙ୍କ ଠାରୁ ଧାନ କିଣା ନହେଲେ ଆନ୍ଦୋଳନ ହେବ: କଂଗ୍ରେସ
୨୦୨୬ ଉପରେ ବେଶ୍ କେତେଜଣ ନିର୍ଦ୍ଦେଶକଙ୍କ ନଜର ରହିଛି। କାରଣ ସେମାନଙ୍କ ନିର୍ଦ୍ଦେଶିତ ଏକାଧିକ ଓଡ଼ିଆ ଛବି ଏ ବର୍ଷ ପ୍ରେକ୍ଷାଳୟକୁ ଆସିବାକୁ ଯାଉଛି।
ନିରଞ୍ଜନ ବେହେରାଙ୍କ ‘ଲାଇନବାଲା’ ଓ ‘ବଦମାସିଆ ପ୍ରେମ’ ମଧ୍ୟ ମୁକ୍ତି ପ୍ରତୀକ୍ଷାରେ ରହିଛି। ତେଣେ ହିମାଂଶୁ ପରିଜାଙ୍କ ‘ପବିତ୍ର ବନ୍ଧନ’ ଓ ‘ନିଜଠୁ ଲାଗୁ ନିଜର’ ବି ପରଦାକୁ ଆସିପାରେ। ନିର୍ଦ୍ଦେଶକ ଆନନ୍ଦ କୁମାରଙ୍କ ‘ଅପେକ୍ଷା’, ‘ଲଙ୍କାଗଡ଼’ ଓ ‘ଏମିତି ପ୍ରେମ’ ଏ ବର୍ଷ ଦର୍ଶକଙ୍କ ସାମ୍ନାକୁ ଆସିବା ଥୟ। ଠିକ୍ ସେହିପରି ଚର୍ଚ୍ଚିତ ନିର୍ଦ୍ଦେଶକ ଯୋଡ଼ି ଶିଶିର ସାହୁ ଓ ପିନାକୀ ସିଂହଙ୍କର ‘ରକ୍ତ ଗୋଲାପ’ ଓ ‘ମୁରବି’ ରିଲିଜ୍ ଅପେକ୍ଷାରେ ରହିଛି।
Health: ରାଇରଙ୍ଗପୁର ସରକାରୀ ଡାକ୍ତରଖାନାରେ ବେସରକାରୀ ଔଷଧ
ସୁଧାକର ବସନ୍ତଙ୍କ ‘ହିଟଲର୍’, ‘ଶାହାଜାହାନ୍’, ‘ଓଁ ପ୍ରଜାପତୟେ ନମଃ’ ଆଦି ବି ଏହି ତାଲିକାରେ ଅଛି। ଏଣେ ନିର୍ଦ୍ଦେଶକ ବବି ଇସଲାମ୍ଙ୍କ ‘ଅପସରା’, ‘ବବି ଆଉ ବେବି’ ଓ ‘ମାୟା ମରିଚିକା’ ୨୦୨୬ରେ ପରଦାକୁ ଆସିବ ବୋଲି ଆଶା କରାଯାଉଛି। ସେହିପରି ସଂଗ୍ରାମ ମହାନ୍ତିଙ୍କ ‘ଲାଇଫ୍ ପାର୍ଟନର୍’ ଓ ‘ଅଭିଯାନ ଦି ମିସନ୍’ ବି ଏ ବର୍ଷ ମୁକ୍ତିଲାଭ କରିବ। ଏଣେ ରାଜୀବ ମହାନ୍ତିଙ୍କ ‘ଲକ୍ଷ୍ୟ’ ଓ ‘ମହାନାୟକ’ ବି ମୁକ୍ତିଲାଭ କରିବା ସମ୍ଭାବନା ରହିଛି। ତେଣେ ରାକେଶ ସାମଲଙ୍କ ନିର୍ଦ୍ଦେଶିତ ‘ଏ କେମିତି ବନ୍ଧନ’ ଓ ‘ସମ୍ଭବ’ ବି ରିଲିଜ୍ ଅପେକ୍ଷାରେ ଅଛି। ସନ୍ତୋଷ ବିଶ୍ବାଳଙ୍କ ‘ଲାଡ୍ଡୋ’ ଏବଂ ମୁରଲୀ’ ବି ଏ ବର୍ଷ ଆସିପାରେ।
-ଶିବଶଙ୍କର ଓଝା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/24/fshfsfhhf-2026-01-24-00-28-26.jpg)