ଭୁବନେଶ୍ବର: କେତେବେଳେ ମାରିଜୁଆନା ତ କେତେବେଳେ ସିଗାରେଟ୍, ଆଉ କେତେବେଳେ ସୁନା ଓ ପଶୁପକ୍ଷୀଙ୍କ ନଖ, ଛାଲ, ଶିଙ୍ଗ ଆଦି ଭୁବନେଶ୍ବର ବିମାନବନ୍ଦର ଦେଇ ଚାଲାଣ ବେଳେ ଧରାପଡ଼ୁଥିଲା। ଏବେ ଫେରାର ହୋଇ ବିଦେଶରେ ଅତ୍ମଗୋାପନ କରିଥିବା ମୋଷ୍ଟ୍ ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟର୍ ମଧ୍ୟ ଦେଶ ଭିତରକୁ ପ୍ରବେଶ ପାଇଁ ଭୁବନେଶ୍ବର ବିମାନବନ୍ଦରକୁ ସୁରକ୍ଷିତ ପ୍ରବେଶପଥ ଭାବେ ବ୍ୟବହାର କରୁଛନ୍ତି। ଅନ୍ତର୍ଜାତୀୟ ବିମାନବନ୍ଦର ମାନ୍ୟତା ପାଇ ମଧ୍ୟ କଡ଼ାକଡ଼ି ଯାଞ୍ଚ୍ ପାଇଁ ଆବଶ୍ୟକ ସ୍କାନିଂ ମେସିନ, ଇଣ୍ଟରପୋଲ ଲୁକ୍ଆଉଟ୍ ସର୍କୁଲାର ଜାରି କରିଥିବା ଅପରାଧୀଙ୍କ ମୁହଁ ସ୍କାନ୍ କରି ଚିହ୍ନଟ ଲାଗି ଅତ୍ୟାଧୁନିକ ବୈଷୟିକ ବ୍ୟବସ୍ଥା ନଥିବାରୁ ଅପରାଧୀ, ସ୍ମଗ୍ଲର୍ଙ୍କୁ ଭୁବନେଶ୍ବର ବିମାନବନ୍ଦର ଦେଇ ଦେଶରେ ପ୍ରବେଶ ସୁହାଉଛି। ପଞ୍ଜାବ ପୁଲିସର ମୋଷ୍ଟ୍ୱାଣ୍ଟେଡ୍ ଅମୃତସର ସରିଦାପୁରର କୁଖ୍ୟାତ ଗ୍ୟାଙ୍ଗ୍ଷ୍ଟର୍ ଜୀବନ ସିଂହ ଏହି ବିମାନବନ୍ଦରରୁ ଧରାପଡ଼ିଛି। କେବଳ ସେ ନୁହେଁ ଗତ ବର୍ଷ ମଧ୍ୟ ଏକାଧିକ ମୋଷ୍ଟୱାଣ୍ଟେଡ୍ କୁଖ୍ୟାତ ଅପରାଧୀ ବିମାନବନ୍ଦରରୁ ଧରାପଡ଼ିଛନ୍ତି। ଗତକାଲି ଜୀବନ ଭୁବନେଶ୍ବର ବିମାନବନ୍ଦରରେ ଧରାପଡ଼ିବା ପରେ ସେ କାହିଁକି ଆସିଥିଲା? ଭୁବନେଶ୍ବରରୁ କେଉଁ ଆଡ଼େ ଯାଇଥା’ନ୍ତା? ତାକୁ ବିମାନବନ୍ଦରରୁ ନେବା ପାଇଁ କିଏ ଆସିଥିଲା ତାହାକୁ ନେଇ ତନାଘନା ଆରମ୍ଭ ହୋଇଛି।
ମୋଷ୍ଟ ୱାଣ୍ଟେଡ୍ଙ୍କ ଗେଟ୍ୱେ ପାଲଟିଛି ଭୁବନେଶ୍ବର ବିମାନବନ୍ଦର
ଦୁବାଇରୁ ଭୁବନେଶ୍ବରକୁ ସିଗାରେଟ୍ ଚାଲାଣରେ ରହିଥିଲା ହାତ
ମୋଷ୍ଟ ୱାଣ୍ଟେଡ୍ ଜୀବନ ସିଂ ୪ ବର୍ଷ ତଳେ ଦେଶରୁ ଲୁଚି ଦୁବାଇ ପଳାଇଥିଲା। ଦୁବାଇରୁ ଆସୁଥିବା ଦାମୀ ସିଗାରେଟ୍ ଭୁବନେଶ୍ବର ବିମାନବନ୍ଦରରୁ ଜବତ ହେବା ଘଟଣାରେ ଜୀବନର ହାତ ରହିଥିବା ସନ୍ଦେହ ବଢ଼ିଛି। ବାରମ୍ବାର ବିମାନବନ୍ଦରରୁ ଦାମୀ ସିଗାରେଟ୍ ଧରାପଡ଼ିବା ପରେ ଦୁବାଇରୁ ସିଗାରେଟ ଚାଲାଣ ବନ୍ଦ ହୋଇଯାଇଥିଲା। ତେଣୁ ଓଡ଼ିଶା ପଶ୍ଚିମବଙ୍ଗ ଆଦି ରାଜ୍ୟରେ ସିଗାରେଟ୍ ନିଶା ଓ ସିଗାରେଟ୍ ବ୍ୟବସାୟ ବଢ଼ାଇବାକୁ ସେ ଭୁବନେଶ୍ବର ଆସିଥାଇପାରେ ବୋଲି ସନ୍ଦେହ କରାଯାଉଛି। ତାକୁ ରିମାଣ୍ଡରେ ନେଇଥିବା ପଞ୍ଜାବ ପୁଲିସ ସୂଚନା ଅନୁସାରେ, କିଛି ଦିନ ତଳେ ପଞ୍ଜାବର ଜଣେ ନେତାଙ୍କୁ ବଟି ମାଗିଥିଲା। ସେ ମନା କରିବାରୁ ଜୀବନ ତାଙ୍କୁ ହତ୍ୟା ଧମକ ଦେଇଥିଲା। ଏଥିପାଇଁ ମଧ୍ୟ ସେ ସୁରକ୍ଷିତ ଗଳାବାଟ ଭୁବନେଶ୍ବର ଦେଇ ଭାରତ ଫେରିଥାଇପାରେ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଛି।
ଗତବର୍ଷ ଧରା ପଡ଼ିଥିଲେ ଆଫଗାନ୍ ନାଗରିକ, ଠକ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ
ଗତବର୍ଷ ଜୁନ ମାସରେ ଇଣ୍ଟରପୋଲ ଦ୍ବାରା ଲୁକ୍ଆଉଟ୍ ସର୍କୁଲାର ଜାରି ହୋଇଥିବା ଜଣେ ଆଫଗାନ୍ ନାଗରିକଙ୍କୁ ଗିରଫ କରାଯାଇଥିଲା। ସେ ବହୁ ଦିନ ଧରି କଟକରେ ପରିଚୟ ଲୁଚାଇ ରହୁଥିଲା। ସେ ମଧ୍ୟ ଦୁବାଇରୁ ଫେରିବା ସମୟରେ ଭୁବନେଶ୍ବର ବିମାନବନ୍ଦରରୁ ତାକୁ କାବୁ କରାଯାଇଥିଲା। ସେହିଭଲି ଦୁବାଇରୁ ଭୁବନେଶ୍ବର ଆସୁଥିବା ଜଣେ ଚାଟାର୍ଡ଼ ଆକାଉଣ୍ଟାଣ୍ଟ ଠକକୁ ମଧ୍ୟ ଭୁବନେଶ୍ବର ବିମାନବନ୍ଦରରୁ ଜିଏସ୍ଟି ଟିମ୍ ଗିରଫ କରିଥିିଲା। ଏହାଛଡ଼ା ନକଲି ପାସ୍ପୋର୍ଟ ଜରିଆରେ ଭୁବନେଶ୍ବର ବିମାନବନ୍ଦରରୁ ଗତବର୍ଷ ୩ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଏଥିସହ ଏକାଧିକ ସୁନା ସ୍ମଗ୍ଲିଂ, ନିଶାଦ୍ରବ୍ୟ ଚାଲାଣ ମାମଲା ରୁଜୁ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/23/untitled-17-2026-01-23-07-05-29.jpg)