ଭୁବନେଶ୍ବର: ମହାତ୍ମା ଗାନ୍ଧୀ ମାର୍ଗରେ ଅନୁଷ୍ଠିତ ହେବ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହ। ସମାରୋହ ଅବ୍ୟବହିତ ପୂର୍ବରୁ ଆଜିଠୁ ଆରମ୍ଭ ହୋଇଛି ପରେଡ୍‌ ରିହର୍ସାଲ। ଆଜି ପ୍ରଥମ ଦିନରେ ପରେଡ୍‌ କମାଣ୍ଡାଣ୍ଟ  ତଥା ଆର୍‌ ଉଦୟଗିରିର ଏସ୍‌ଡିପିଓ ରାକେଶ ସାହୁଙ୍କ ନେତୃତ୍ବରେ ବିଏସ୍‌ଏଫ, ସିଆର୍‌ପିଏଫ୍‌, ୧୨୦ ବାଟାଲିୟନ, ଆଇଟିବିପି, ଏସ୍‌ଏସ୍‌ବିଏନ୍‌, ଏପିଆର୍‌, ଅଗ୍ନିଶମ, ଏସ୍‌ଓଜି, ଓଆଇଏସ୍‌ଏଫ୍‌ ଟିମ୍‌ ସମେତ ୫୪ଟି ଟିିମ୍‌ ଭାଗନେଇଛନ୍ତି।  ଆଜି ରିହର୍ସାଲ୍‌ ସମୟରେ ଡେୟାର ଡେଭିଲ୍ସ ଓ ଉତ୍କଳ ସ୍କେଟିଂ ଟିମ୍‌ ଚିତ୍ତାକର୍ଷକ କଳାକୌଶଳ ପ୍ରଦର୍ଶନ କରିଥିଲେ। ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ପରେଡ୍‌ ସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଥିଲେ। ସେହିପରି ସୁରକ୍ଷା ବ୍ୟବସ୍ଥାକୁ ‌ନେଇ ମଧ୍ୟ ଆଲୋଚନା କରାଯାଇଥିଲା। ବ୍ୟାରିକେଡିଂ ବ୍ୟବସ୍ଥା ସହ ସିସିଟିଭି ଉପରେ ଗୁରୁତ୍ବ ଦିଆଯାଇଛି। ସାରା ଅଞ୍ଚଳରେ ଶତାଧିକ ସିସିଟିଭି ଖଞ୍ଜାଯାଇଛି। ସେଠାରେ ଥିବା ଅସ୍ଥାୟୀ କଣ୍ଟ୍ରୋଲ୍‌ ରୁମ୍‌ର ପ୍ରତିଟି ଦିଗ ଉପରେ ନଜର ରଖାଯାଇଛି।

Advertisment

Farmers: ବନ୍ୟା ସହାୟତା ରାଶି ନମିଳିଲେ ଆନ୍ଦୋଳନକୁ ଓହ୍ଲାଇବେ ଶହଶହ ଚାଷୀ

ଡେୟାର୍‌ ଡେଭିଲ୍ସ, ଉତ୍କଳ ସ୍କେଟିଂ ଟିମ୍‌ର ଚିତ୍ତାକର୍ଷକ ପ୍ରଦର୍ଶନ
ଗାନ୍ଧୀମାର୍ଗରେ ୩ ଦିନ ଟ୍ରାଫିକ୍‌ କଟକଣା

ତିନିଦିନ ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ସ୍ବତନ୍ତ୍ର ଟ୍ରାଫିକ୍‌ ପରିଚାଳନା ମାର୍ଗଦର୍ଶିକା ଜାରି କରାଯାଇଛି। ୨୩ ତାରିଖ‌ ଅପରାହ୍‌ଣ ୧ ଟାରୁ ସାଢ଼େ ୬ଟା ଓ ୨୪ ତାରିଖ ସକାଳ ୬ଟାରୁ ୧୧ଟା ୩୦ ମଧ୍ୟରେ ପରେଡ୍‌ ଅଭ୍ୟାସ ହେବ। ସେହିପରି ୨୬ ତାରିଖ ସକାଳ ସାଢ଼େ ୬ଟାରୁ ପରେଡ୍‌ ଶେଷ ହେବା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। ଧାର୍ଯ୍ୟ ଜାଗାରେ ପାର୍କିଂ ନ କଲେ ମୋଟା ଅଙ୍କର ଜରିମାନା ଦେବାକୁ ପଡ଼ିବ। କୌଣସି ଗାଡ଼ିକୁ ମାଷ୍ଟର କ୍ୟାଣ୍ଟିନ୍‌ ଦେଇ ଗାନ୍ଧୀମାର୍ଗକୁ ପ୍ରବେଶ କରିବାକୁ ଦିଆଯିବ ନାହିଁ। ସଚିବାଳୟ ମାର୍ଗରେ ହାଉସିଂବୋର୍ଡରୁ ପିଏମ୍‌ଜି ଆଡ଼କୁ ଆସୁଥିବା ଗାଡ଼ିଗୁଡ଼ିକ ରବୀନ୍ଦ୍ର ମଣ୍ଡପ ପୂର୍ବରୁ ବାମପଟକୁ ବୁଲିଯିବେ। ଏଜିରୁ ପିଏମ୍‌ଜି ଆସୁଥିବା ଗାଡ଼ି ଇନ୍ଦିରା ଗାନ୍ଧୀ ପାର୍କ ପୂର୍ବରୁ ଡାହାଣକୁ ବୁଲିଯିବେ। ୧୨୦ ବାଟାଲିୟନରୁ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଆସୁଥିବା ଗାଡ଼ି ଏମ୍‌ଏଲ୍‌ଏ କଲୋନି ଛକରୁ କଲୋନି ଭିତରକୁ ବୁଲିଯିବେ। ପାର୍କିଂ ପାଇଁ ମଧ୍ୟ ସ୍ବତନ୍ତ୍ର ସ୍ଥାନ ଚିହ୍ନଟ ହୋଇଛି। ରେଳ ଷ୍ଟେସନ୍‌ ପାଖ ବିଡିଏ ବସ୍‌ଷ୍ଟାଣ୍ଡ ନିକଟ, କଂଗ୍ରେସ ଭବନ ପାଖ, ଇଡକଲ୍‌ ଅଡିଟୋରିୟମ, ଜୟଦେବ ଭବନ ପରିସର, ୟୁନିଟ୍‌-୩ ଏସ୍‌ବିଆଇ ପାଖ, ରବୀନ୍ଦ୍ର ମଣ୍ଡପ ପରିସର, ୟୁନିଟ୍‌-୨ ବାଳିକା ଉଚ୍ଚବିଦ୍ୟାଳୟ ପରିସରରେ ପାର୍କିଂ ହେବ।

Farmers: ବନ୍ୟା ସହାୟତା ରାଶି ନମିଳିଲେ ଆନ୍ଦୋଳନକୁ ଓହ୍ଲାଇବେ ଶହଶହ ଚାଷୀ