ଭୁବନେଶ୍ୱର: ମତ୍ସ୍ୟ ଚାଷ ଓ ପ୍ରାଣୀପାଳନ କ୍ଷେତ୍ରରେ ଓଡ଼ିଶାରେ ଅପାର ସମ୍ଭାବନା ରହିଛି। ଏହି କ୍ଷେତ୍ରର ବିକାଶ ଦ୍ବାରା ବିକଶିତ ଓଡ଼ିଶା ଗଠନର ସ୍ୱପ୍ନ ସାକାର ହୋଇପାରିବ ବୋଲି ‘ମତ୍ସ୍ୟ-ପ୍ରାଣୀସମ୍ପଦ ସମାବେଶ ଓଡ଼ିଶା-୨୦୨୬’ର ଦ୍ୱିତୀୟ ଦିବସରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି। ବିଭାଗୀୟ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ଆଗାମୀ ଦିନରେ ମାଛ,-ଦୁଗ୍ଧ, ଅଣ୍ଡା ଓ ମାଂସ ଉତ୍ପାଦନରେ ଓଡ଼ିଶା କିଭଳି ସ୍ୱାବଲମ୍ବୀ ହୋଇପାରିବ ସେଦିଗରେ ପଦକ୍ଷେପ ନିଆଯାଉଛି ବୋଲି ମତପ୍ରକାଶ କରିଥିଲେ।

Advertisment

The greenery: ବଢ଼‌ୁନି ସହରର ସବୁଜିମା

ଭୁବନେଶ୍ବର ମେୟର ସୁଲୋଚନା ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉନ୍ନତ ଜ୍ଞାନକୌଶଳ ଓ ଆଧୁନିକ ଚାଷ ପଦ୍ଧତି ମତ୍ସ୍ୟଚାଷୀ ଓ ପ୍ରାଣୀପାଳକଙ୍କ ଉତ୍ପାଦନ, ରୋଜଗାର ବୃଦ୍ଧିରେ ସହାୟକ ବୋଲି କହିଥିଲେ। ଏହି ଅବସରରେ ଉତ୍କର୍ଷତା ହାସଲ କରିଥିବା ମତ୍ସ୍ୟ ଚାଷୀ, ପ୍ରାଣୀପାଳକଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।

Odisha safe ground: ଅପରାଧୀଙ୍କ ପାଇଁ ଓଡ଼ିଶା ସୁରକ୍ଷିତ ମଇଦାନ

ବିଭାଗୀୟ ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, ମତ୍ସ୍ୟ ନିର୍ଦ୍ଦେଶକ ମହମ୍ମଦ ସାଦ୍ଦିକ ଆଲାମ, ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶକ ବିଜୟ ଅମୃତା କୁଲାଙ୍ଗେ ପ୍ରମୁଖ ଉପସ୍ଥିତ ଥିଲେ। ସମାବେଶର ଦ୍ୱିତୀୟ ଦିନରେ ‘ଡିଜିଟାଲ ଓ ଆଧୁନିକ ମାଛଚାଷ’, ‘ଓଡ଼ିଶାର ନୀଳ ବିପ୍ଲବ-ମତ୍ସ୍ୟ ପ୍ରଗତି ପଥରେ ଗୋଟିଏ ପାଦ ଆଗକୁ’, ‘ମତ୍ସ୍ୟ ପ୍ରକ୍ରିୟାକରଣ ଶିଳ୍ପ ଓ ବଜାର ଚାହିଦା’ ଶୀର୍ଷକ ବିଷୟବସ୍ତୁ ଉପରେ ଆଲୋଚନା ହୋଇଥିଲା।