‘କ୍ଷମା କରିଦେବେ ରକ୍ଷା କରି ପାରିଲି ନାହିଁ’

Advertisment

ମହିଳା ଫ୍ୟାନ୍ସଙ୍କୁ ସୁରକ୍ଷାକର୍ମୀ ଅଟକାଉଥିବା ଦେଖି ଅରିଜିତ କହିଲେ, ‘କୌଣସି ବ୍ୟକ୍ତିଙ୍କୁ ଏଭଳି ଧରିବା ଠିକ ନୁହେଁ। ମ୍ୟାଡମ ଏହି ଘଟଣା ପାଇଁ ମୋତେ କ୍ଷମା କରିଦେବେ।’

ମହିଳା ଫ୍ୟାନ୍ସଙ୍କୁ ସୁରକ୍ଷାକର୍ମୀ ଅଟକାଉଥିବା ଦେଖି ଅରିଜିତ କହିଲେ, ‘କୌଣସି ବ୍ୟକ୍ତିଙ୍କୁ ଏଭଳି ଧରିବା ଠିକ ନୁହେଁ। ମ୍ୟାଡମ ଏହି ଘଟଣା ପାଇଁ ମୋତେ କ୍ଷମା କରିଦେବେ।’

6465


ନୂଆଦିଲ୍ଲୀ: ୟୁନାଇଟେଡ କିଙ୍ଗ୍ଡମ (ୟୁକେ)ରୁ ଅରିଜିତ ସିଂହଙ୍କ ଏକ କନସର୍ଟର ଭିଡିଓ ଭାଇରାଲ ହୋଇଛି। ଏହି ଭିଡିଓରେ କଣ୍ଠଶିଳ୍ପୀ ଜଣେ ମହିଳା ପ୍ରଶଂସକଙ୍କ ପାଇଁ ହସ୍ତକ୍ଷେପ କରୁଥିବା ଦେଖିବାକୁ ମିଳୁଛି। ଉକ୍ତ ପ୍ରଶଂସକଙ୍କୁ ସୁରକ୍ଷାକର୍ମୀ ମଞ୍ଚ ନିକଟକୁ ଆସିବା ପାଇଁ ଅଟକାଇ ଦେଇଥିଲେ। 

ପ୍ରଶଂସକଙ୍କୁ ସୁରକ୍ଷାକର୍ମୀ ଏଭଳି ଅଟକାଉଥିବା ଦେଖି ଅରିଜିତ ପ୍ରତିକ୍ରିୟା ଦେଇ କହିଥିଲେ, ‘କୌଣସି ବ୍ୟକ୍ତିଙ୍କୁ ଏଭଳି ଧରିବା ଠିକ ନୁହେଁ। ମୋର ଦର୍ଶକଙ୍କୁ ଅନୁରୋଧ ଦୟାକରି ନିଜନିଜ ସ୍ଥାନରେ ବସି ଯାଆନ୍ତୁ। ମ୍ୟାଡମ ଏହି ଘଟଣା ପାଇଁ ମୋତେ କ୍ଷମା କରିଦେବେ। ବାସ୍ତବରେ ମୁଁ ଏହି ଘଟଣା ପାଇଁ ଦୁଃଖୀତ। ମୁଁ ଆପଣଙ୍କ ରକ୍ଷା କରି ପାରିଲିନାହିଁ।’
ଅରିଜିତଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଲୋକେ କଣ୍ଠଶିଳ୍ପୀଙ୍କ ଭୁରିଭୁରି ପ୍ରଶଂସା କରିଥିଲେ।

 ୟୁନାଇଟେଡ କିଙ୍ଗ୍ଡମ(ୟୁକେ)ଗସ୍ତ ସମୟରେ ଅରିଜିତଙ୍କ ଏକ ଭିଡିଓ ସାମ୍ନାକୁ ଆସିଥିଲେ। ଯେଉଁଥିରେ କଣ୍ଠଶିଳ୍ପୀଙ୍କ ଜଣେ ପ୍ରଶଂସକ ମଞ୍ଚ ଉପରେ ଖାଦ୍ୟ ରଖିଥିଲେ। ଯାହାକୁ ଦେଖି ଅରିଜିତ ଉକ୍ତ ଖାଦ୍ୟକୁ ଉଠାଇ ସୁରକ୍ଷାକର୍ମୀଙ୍କ ହାତକୁ ବଢ଼ାଇ ଦେଇଥିଲେ। ଆଉ କହିଥିଲେ, ‘ଏପରି କରିଥିବାରୁ ମୁଁ ଦୁଃଖୀତ। କିନ୍ତୁ ମଞ୍ଚ ହେଉଛି ମୋ ମନ୍ଦିର। ଏଠାରେ ଖାଦ୍ୟ ରଖି ପାରିବି ନାହିଁ।’

ଅଧିକପଢ଼ନ୍ତୁ:‘ତୁମେ କ୍ଲାନ୍ତ ହୋଇଯିବ ବସିଯାଅ, ମୁଁ ତୁମ ଉପହାର ନିଶ୍ଚୟ ଗ୍ରହଣ କରିବି’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe