ସଲମାନଙ୍କ ଘରର ବିଜୁଳି ବିଲ୍ କରିବ ଆଶ୍ଚର୍ଯ୍ୟ

Advertisment

ବଲିଉଡର ଟାଇଗର ତଥା ସଲମାନ ଖାନ୍ କୋଟି କୋଟି ଟଙ୍କାର ମାଲିକ ହୋଇଥିବା ବେଳେ ଘରର ବିଜୁଳି ବିଲ୍ କେତେ ଦିଅନ୍ତି ତାହା ସାମ୍ନାକୁ ଆସିଛି। ଅଭିନେତାଙ୍କ ବିଜୁଳି ବିଲ୍ ଜଣକ ମାସିକ ଦରମାଠୁ ଢ଼େର ଅଧିକ।

ବଲିଉଡର ଟାଇଗର ତଥା ସଲମାନ ଖାନ୍ କୋଟି କୋଟି ଟଙ୍କାର ମାଲିକ ହୋଇଥିବା ବେଳେ ଘରର ବିଜୁଳି ବିଲ୍ କେତେ ଦିଅନ୍ତି ତାହା ସାମ୍ନାକୁ ଆସିଛି। ଅଭିନେତାଙ୍କ ବିଜୁଳି ବିଲ୍ ଜଣକ ମାସିକ ଦରମାଠୁ ଢ଼େର ଅଧିକ।

salman

ମୁମ୍ବାଇ: ଗତ କିଛି ଦିନ ହେବ ହତ୍ୟା ଧମକ ମିଳୁଥିବାରୁ ଚର୍ଚ୍ଚାରେ ଅଛନ୍ତି ବଲିଉଡର ଟାଇଗର ସଲମାନ ଖାନ୍ । ତାଙ୍କ ଘର ଉପରେ ଆକ୍ରମଣ ହେବାରୁ ଏବେ ଅଭିନେତାଙ୍କ ସୁରକ୍ଷା ବଢ଼ାଇ ଦିଆଯାଇଛି। ହତ୍ୟା ଧମକ ପରେ କିିଛି ଦିନ ସୁଟିଂ ବନ୍ଦ କରିବା ପରେ ଏବେ ସୁଟିଂ ସେଟକୁ ଫେରିଛନ୍ତି ଅଭିନେତା। 

ତେବେ ଫିଲ୍ମ, ରିୟାଲିଟି ସୋ’, ବିଜ୍ଞାପନ ଓ ବ୍ୟବସାୟରୁ କୋଟି କୋଟି ଟଙ୍କା ଆୟ କରୁଥିବା ସଲମାନଙ୍କ ଘରର ବିଜୁଳି ବିଲ୍ କେତେ ଆପଣ ଜାଣନ୍ତି କି? ସଲମାନ ବାନ୍ଦ୍ରାରେ ଥିବା ଗ୍ୟାଲେକ୍ସି ଆପାର୍ଟମେଣ୍ଟରେ ରହନ୍ତି। ଏହି ଆପାର୍ଟମେଣ୍ଟର ମାସିକ ବିଜୁଳି ବିଲ୍ ୨୩-୨୫ଲକ୍ଷ ଟଙ୍କା ବୋଲି ଅନେକ ଜାତୀୟ ଗଣମାଧ୍ୟମ ଦାବି କରିଛନ୍ତି। ଏଥିରେ କେତେ ସତ୍ୟତା ରହିଛି ତାହା ସାମ୍ନାକୁ ଆସିନାହିଁ।

Kajal Aggarwal in Salman Khan starrer Sikandar?

ଏବେ ଅଭିନେତା ନିଜର ଆଗାମୀ ଫିଲ୍ମ 'ସିକନ୍ଦର'କୁ ନେଇ ଚର୍ଚ୍ଚାରେ । ଏଥି‌ରେ ତାଙ୍କ ସହ ପ୍ରଥମ କରି କାମ କରିବେ ଅଭିନେତ୍ରୀ ରଶ୍ମିକା ମନ୍ଦନା। ରଶ୍ମିକାଙ୍କ ବ୍ୟତୀତ ଅଭିନେତ୍ରୀ କାଜଲ ଅଗ୍ରୱାଲ ମଧ୍ୟ ଏହି ଫିଲ୍ମରେ ଏଣ୍ଟ୍ରି  କରିଥିବା କୁହାଯାଉଛି। ତେବେ କାଜଲଙ୍କ ଚରିତ୍ର କ’ଣ ରହିବ, ତାହା ସାମ୍ନାକୁ ଆସିନାହିଁ।

ଏ ଖବର ପଢ଼ନ୍ତୁ- https://sambad.in/entertainment/kangana-ranaut-sells-her-controversial-bungalow-for-this-amount-amid-emergency-row-7058325

ଏ ଖବର ପଢ଼ନ୍ତୁ- https://sambad.in/entertainment/kbc-16-contestant-asked-amitabh-bachchan-a-personal-question-related-to-wife-jaya-bachchan-7057923

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe