ବକ୍ସ ଅଫିସରେ ଧମାଲ କରୁଛି 'ଗୋଟ', ଆୟ କଲାଣି ଏତେ କୋଟି

ଥାଲାପାତି ବିଜୟଙ୍କ ଫିଲ୍ମ 'ଗୋଟ' ପ୍ରେକ୍ଷାଳୟରେ ଭଲ ଆୟ କରୁଥିବା ଜଣାପଡିଛି। ଫିଲ୍ମର ଆୟ ଏବେ 'ସ୍ତ୍ରୀ-୨'କୁ ଅସୁବିଧାରେ ପକାଇଛି | 'ଗୋଟ' ପାଇଁ 'ସ୍ତ୍ରୀ-୨'ର ଆୟ ଉପରେ ପ୍ରଭାବ ପକାଇଛି |

abplive

ନୂଆଦିଲ୍ଲୀ : ଦକ୍ଷିଣ ଭାରତୀୟ ସିନେମାର ସୁପରଷ୍ଟାର ଥାଲପତି ବିଜୟଙ୍କ ଚଳଚ୍ଚିତ୍ର ଗ୍ରେଟେଷ୍ଟ ଅଫ୍ ଅଲ୍ ଟାଇମ୍ (ଗୋଟ) ପ୍ରେକ୍ଷାଳୟରେ ଦର୍ଶକଙ୍କ ହୃଦୟ ଜିତିବାରେ ସଫଳ ହୋଇଥିବା ଜଣାପଡିଛି। ବଡ଼ ବଜେଟରେ ନିର୍ମିତ 'ଗୋଟ' ବକ୍ସ ଅଫିସରେ ରିଲିଜ ପରେ ପରେ ଧମାଲ କରୁଛି | ବଜେଟ ହିସାବରେ ଫିଲ୍ମଟି ଭଲ ଆୟ କରୁଥିବା ଜଣାପଡିଛି |

ଭେଙ୍କଟ ପ୍ରଭୁ ଏବଂ ବିଜୟଙ୍କ ଏହି ଚଳଚ୍ଚିତ୍ର ବକ୍ସ ଅଫିସରେ ରିଲିଜ ଦିନ ହିଁ ଭଲ ଆୟ କରିଥିଲା | ଦ୍ୱିତୀୟ ଦିନରେ ମଧ୍ୟ ଫିଲ୍ମଟି ଭଲ ରୋଜଗାର କରିଥିବା ଦେଖାଯାଇଥିଲା | ଚଳଚ୍ଚିତ୍ରଟି ରିଲିଜ ଦିନ ୪୪କୋଟି ଟଙ୍କା ଆୟ କରିଥିବା ବେଳେ ଦ୍ୱିତୀୟ ଦିନରେ ଫିଲ୍ମର ରୋଜଗାରରେ ୪୨ପ୍ରତିଶତ ହ୍ରାସ ପାଇଥିଲା। ଦ୍ୱିତୀୟ ଦିନରେ 'ଗୋଟ୍' ଭାରତୀୟ ବକ୍ସ ଅଫିସରେ ୨୫.୫କୋଟି ଟଙ୍କା ସଂଗ୍ରହ କରିଥିଲା ବୋଲି ଜଣାପଡିଛି । ବର୍ତ୍ତମାନ ତୃତୀୟ ଦିନରେ ଫିଲ୍ମଟି ୨୦.୮୬ କୋଟି ଟଙ୍କା ଆୟ କରିଥିବାବେଳେ ତିନି ଦିନ ମଧ୍ୟରେ ଭାରତରେ ଫିଲ୍ମର ମୋଟ ସଂଗ୍ରହ ୯୩.୨୭ କୋଟିରେ ପହଞ୍ଚିଛି। ଆଶା କରାଯାଉଛି ଯେ ଫିଲ୍ମଟି ଚତୁର୍ଥ ଦିନରେ ୧୦୦କୋଟି କ୍ଲବରେ ପ୍ରବେଶ କରିବ |

ଏ ଖବର ପଢନ୍ତୁ-https://sambad.in/entertainment/deepika-padukone-hospitalised-h-n-reliance-foundation-hospital-know-details-about-delivery-7048600

ଏ ଖବର ପଢନ୍ତୁ- https://sambad.in/entertainment/aradhya-bachhans-school-fee-viral-7048497

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe