୦୨୬ ନବାଗତଙ୍କ ଲାଗି ପ୍ରତିଶ୍ରୁତିର ବର୍ଷ ହେବ। ପ୍ରାରମ୍ଭିକ ଆକଳନ ଅନୁସାରେ ଏଥର ବହୁ ନୂଆ ଅଭିନେତାଅଭିନେତ୍ରୀ ବଡ଼ ପରଦାରେ ନାୟକନାୟିକା ଭାବେ ପଦାର୍ପଣ କରିବେ। ନାୟକ ଭୂମିକାରେ ବଡ଼ ପରଦାରେ ସାର୍ଥକ, ପ୍ରେମ, ଶୁଭେନ୍ଦୁ, ଶୁଭାଂଶୁ, ସୁବାସ ଓ ଶୁଭମ୍ଙ୍କୁ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି। ଏ ବର୍ଷ ସାର୍ଥକଙ୍କ ଏକାଧିକ ଓଡ଼ିଆ ଛବି ମୁକ୍ତିଲାଭ କରିବାର ସମ୍ଭାବନା ଅଛି। ଏଥିମଧ୍ୟରେ ରହିଛି ‘ଅପେକ୍ଷା’, ‘ଶାହାଜାହାନ୍’, ‘ଯୋଦ୍ଧା’ ଓ ‘ମୋହନଗିରି’। ଏଣେ ନବାଗତ ନାୟକ ପ୍ରେମଙ୍କ ଅଭିନୀତ ‘ସ୍କୁଲ୍ ଡାଏରି’, ‘ପଜଲ୍’, ‘ଜହ୍ଲାଦ’ ଓ ‘ଚୁଇଙ୍ଗମ୍’ ଆଦି ପରଦାକୁ ଆସିପାରେ। ତେଣେ ବଲିଉଡ୍ରେ କାମ କରୁଥିବା ପ୍ରେମ୍ ପରିଜା ବି ‘ରାମରାଜ୍ୟ’ରେ ନାୟକ ଭୂମିକାରେ ଆସୁଛନ୍ତି। ‘ଲଙ୍କାଗଡ଼’ରେ ନବାଗତ ଶୁଭେନ୍ଦୁ ଆସିବେ ନାୟକ ଭୂମିକାରେ। ସେହିପରି ନବାଗତ ଶୁଭମ୍ ସାଗରଙ୍କ ‘ଲାଡ୍ଡୋ’ ବି ୨୦୨୬ରେ ମୁକ୍ତିଲାଭ କରିବ। ତେଣେ ନବାଗତ ଶୁଭାଂଶୁ ‘ସମ୍ଭବ’ରେ ଏବଂ ଶୁଭମ୍ ମେହେର ‘ଲାଲ୍ମାଟି’ରେ ନଜର ଆସିବେ। ଠିକ୍ ସେହିପରି ନବାଗତ ସୁବାସ ‘ମାଷ୍ଟୂର୍’ରେ ନାୟକ ଭୂମିକାରେ ଅଛନ୍ତି।
The 'negative' : ମୋ ଚେହେରା ସହ ‘ନେଗେଟିଭ୍’ ଚରିତ୍ର ମେଳ ଖାଏନାହିଁ
ଏଣେ ନବାଗତା ଅଭିନେତ୍ରୀଙ୍କ ମଧ୍ୟରୁ ଅନେକ ନାୟିକା ଭାବେ ପରଦାକୁ ଆସିବେ। ସୂଚନା ଅନୁସାରେ, ଆଲିଆ ରାଉତ (ମିଡ୍ନାଇଟ୍’), ଦିବ୍ୟଜ୍ୟୋତି ତ୍ରିପାଠୀ (ମନ୍ଷ୍ଟର୍), ପିହୁ ମହାପାତ୍ର(ମନ୍ତ୍ରମୁଗ୍ଧ), ସପ୍ନା ନାୟକ(ମୁଁ ତୁମକୁ ଭଲପାଏ), ତନୁଶ୍ରୀ ରଣା(ପଜଲ୍’), ଅକ୍ଷିତା ଓ ଦିବ୍ୟା (ସ୍କୁଲ୍ ଡାଏରି), ନିଶିତା ପ୍ରଧାନ (‘ଚୁଇଙ୍ଗମ୍), ଗୁଞ୍ଜନ (ମାଷ୍ଟୂର ଏବଂ ଲାଇଫ୍ ପାର୍ଟନର୍), ଅୟନା (ଲାଇଫ୍ ପାର୍ଟନର୍), ବିପାଶା (ଲଙ୍କାଗଡ଼), ପ୍ରାନ୍ତିକା(ବିବାହ ଡଟ୍କମ୍) ଓ ‘ସମ୍ଭବ’ରେ ଶ୍ରେୟା ଓ ଜୁପସୀଙ୍କୁ ଦେଖିବାକୁ ମିଳିପାରେ ଏ ବର୍ଷ। ଏହାଛଡ଼ା ଯାତ୍ରା ଜଗତର ଚର୍ଚ୍ଚିତା ନୃତ୍ୟଶିଳ୍ପୀ ନିଶା ମହାରଣା ‘ଜହ୍ଲାଦ୍’ ଜରିଆରେ ଓଲିଉଡ୍ ଡେବ୍ୟୁ କରିବେ।
ନୂଆ ନିର୍ଦ୍ଦେଶକ ଓ ପ୍ରଯୋଜକ
୨୦୨୬ରେ ଅଭିଷେକ ତ୍ରିପାଠୀ (ଜୟହିନ୍ଦ୍), ମନୁ ଦ୍ବିବେଦୀ (ମିଡ୍ନାଇଟ୍), ସମ୍ବିତ୍ ବାରିକ (ସ୍କୁଲ୍ ଡାଏରି), ପ୍ରସନ୍ନ କୁମାର (ଜହ୍ଲାଦ), ଦେବାଶିଷ ମହାରଣା (ରକ୍ତଲୀଳା), ବିଶ୍ବରଞ୍ଜନ ପ୍ରଧାନ (ବରବଧୂ) ବିଶ୍ବରଂଜନ ପ୍ରଧାନ (ବରବଧୂ), ରିୟାଜ୍ ଖାନ୍ (ମୋହନଗିରି), ଅମରେଶ ଜେନା (ଲାଲ୍ମାଟି), ସୁପ୍ରୀତ (‘ପଜଲ୍’)ଙ୍କ ଭଳି ନୂଆ ନିର୍ଦ୍ଦେଶକଙ୍କ ସିନେମା ପରଦାକୁ ଆସିବାର ସମ୍ଭାବନା ରହିଛି। ତେଣେ ସୌରଭ ପାଢ଼ୀ (ଚକ୍ରାନ୍ତ), ଦେବରାଜ ବିଧାର(ମନ୍ଷ୍ଟର୍), ସୁଶାନ୍ତ ମହାନ୍ତି (ଲାଇନ୍ବାଲା), ଲଗ୍ନା ସ୍ବାଇଁ ଓ ସମ୍ବିତ୍ ବାରିକ (ସ୍କୁଲ୍ ଡାଏରି), ଧନେଶ୍ବର ପରିଡ଼ା (ସମ୍ଭବ), ଅରବିନ୍ଦ ମିଶ୍ର (ବିବାହ ଡଟ୍ କମ୍), ଶୁଭମ୍ ସାଗର (ଲାଡ୍ଡୋ), ଅଶୋକ କୁମାର ନାୟକ (ଜହ୍ଲାଦ), ରମେଶ ନାୟକ (ଲଙ୍କାଗଡ଼) ପ୍ରମୁଖଙ୍କ ଭଳି କେତେକ ନୂଆ ପ୍ରଯୋଜକ ଓଲିଉଡ୍ରେ ଏଣ୍ଟ୍ରି କରିେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2026/01/18/untitled-2-2026-01-18-04-05-01.jpg)