ଜେନେଭା: ବିଶ୍ୱ ପାଣିପାଗ ସଂଗଠନ (ଡବ୍ଲ୍ୟୁଏମ୍ଓ)ର ସୂଚନା ମୁତାବକ ୨୦୨୫ ହେଉଛି ବିଶ୍ୱର ଦ୍ୱିତୀୟ ସର୍ବାଧିକ ଉତ୍ତପ୍ତ ବର୍ଷ। ୨୦୨୫ର ହାରାହାରି ତାପମାତ୍ରା ପ୍ରାକ୍-ଶିଳ୍ପ ଯୁଗର ହାରାହାରିଠାରୁ ପ୍ରାୟ ୧.୮ ଡିଗ୍ରି ସେଲସିୟସ୍ ଅଧିକ ଥିଲା, ଯାହା ୨୦୨୪ ପରେ ଦ୍ୱିତୀୟ ସ୍ଥାନରେ ରହିଛି। ୨୦୨୪ରେ ‘ଏଲ୍ ନିନୋ’ ଜଳବାୟୁ ପର୍ଯ୍ୟାୟ ବିଶ୍ୱକୁ ଉତ୍ତପ୍ତ କରିଥିଲା। କିନ୍ତୁ ବର୍ତ୍ତମାନ ‘ଲା ନିନା’ ପର୍ଯ୍ୟାୟରେ ଅଛି, ଯେଉଁଥିରେ ପ୍ରଶାନ୍ତ ମହାସାଗରରେ ଥଣ୍ଡା ଜଳ ଉପରକୁ ଉଠିବା ଯୋଗୁଁ ବିଶ୍ୱର ତାପମାତ୍ରା ହ୍ରାସ ପାଉଛି।
Malkangiri: ମାଲକାନଗିରିରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କଲେ ପରିବହନ ସଚିବ
ଅନ୍ୟପକ୍ଷରେ ଜୀବାଶ୍ମ ଇନ୍ଧନ ନିର୍ଗମନ ୨୦୨୫ରେ ଆଉ ଏକ ରେକର୍ଡରେ ପହଞ୍ଚିଛି, ଯାହା ବିନାଶକାରୀ ଚରମ ଜଳବାୟୁ ଘଟଣାରେ ସହାୟକ ହେଉଛି। ୨୦୨୫ରେ ଅନେକ ଅଞ୍ଚଳରେ ଶକ୍ତିଶାଳୀ ଝଡ଼, ଜଙ୍ଗଲରେ ନିଆଁ ଓ ଉତ୍ତାପ ଅନୁଭବ ହୋଇଛି। ଗ୍ରୀଷ୍ମରେ ୟୁରୋପରେ ଅଧିକ ଉତ୍ତାପ ଲହରୀ ସାଙ୍ଗକୁ ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ୧୬,୫୦୦ ଜଣଙ୍କର ମୃତ୍ୟୁ ଘଟିଥିଲା। ଅକ୍ଟୋବରରେ ଜାମାଇକାକୁ ଆସିଥିବା ସବୁଠାରୁ ଶକ୍ତିଶାଳୀ ଘୂର୍ଣ୍ଣିବାତ୍ୟା ‘ମେଲିସା’ରେ ୮୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ଏଥିରେ ଆନୁମାନିକ ୮.୮ ବିଲିୟନ୍ ଡଲାର କ୍ଷତି ହୋଇଥିଲା। ନଭେମ୍ବରରେ ଶ୍ରୀଲଙ୍କା, ଇଣ୍ଡୋନେସିଆ, ଥାଇଲାଣ୍ଡ, ମାଲେସିଆ, ଭିଏତନାମରେ ବାତ୍ୟା ଏବଂ ଝଡ଼ ଯୋଗୁଁ ଭୂସ୍ଖଳନ, ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ପ୍ରାକୃତିକ ବିପର୍ଯ୍ୟୟରେ ୧୬୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ।
Education: ଶ୍ରମିକ ବଦଳରେ ସାଜିଲେ ଛାତ୍ର, କାମ କରୁଥିବା ହାତରେ ଧରିଲେ ବହି-କଲମ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/08/28/punachapruthibi-2025-08-28-02-58-26.jpg)