hansraj-raghuvanshi-death-threats-demands-rs-15-lakh Photograph: (sambad.in)
ସିମଳା: ହିମାଚଳ ପ୍ରଦେଶର ଲୋକପ୍ରିୟଗାୟକ ତଥା "ମେରା ଭୋଲା ହେ ଭଣ୍ଡାରି" ଫେମ୍ ହଂସରାଜ ରଘୁବଂଶୀ ଏବଂ ତାଙ୍କ ପରିବାରକୁ ହତ୍ୟା ଧମକ ମିଳିଛି। ଏଥିସହିତ ଦାଦାବଟି ବାବଦକୁ ୧୫ ଲକ୍ଷ ଟଙ୍କା ମଧ୍ୟ ଦାବି କରାଯାଇଛି। ଗାୟକ ରଘୁବଂଶୀଙ୍କୁ ଧମକ ଦେଇଥିବା ବ୍ୟକ୍ତି ନିଜକୁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ସହିତ ଜଡିତ ଥିବା ନେଇ ପରିଚୟ ଦେଇଥିବା ହଂସରାଜ ରଘୁବଂଶୀଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ବିଜୟ କଟାରିଆଙ୍କ ଅଭିଯୋଗ କରି କହିଛନ୍ତି। ଏହି ଅଭିଯୋଗ ଆଧାରରେ ଜିରକପୁର ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ହଂସରାଜ ରଘୁବଂଶୀଙ୍କୁ ହତ୍ୟା ଧମକ
ପ୍ରାରମ୍ଭିକ ତଦନ୍ତରେ ପୁଲିସ ହଂସରାଜ ରଘୁବଂଶୀଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତକୁ ମଧ୍ୟପ୍ରଦେଶର ଉଜ୍ଜୈନର ବାସିନ୍ଦା ରାହୁଲ କୁମାର ନାଗଡେ ଭାବରେ ଚିହ୍ନଟ କରିଛି। ଅଭିଯୋଗ ଅନୁଯାୟୀ, ରାହୁଲ କୁମାର ନାଗଡେ ପ୍ରଥମେ ୨୦୨୧-୨୨ ମସିହାରେ ଉଜ୍ଜୈନର ଶ୍ରୀ ମହାକାଳ ମନ୍ଦିରରେ ହଂସରାଜ ରଘୁବଂଶୀଙ୍କୁ ଭେଟିଥିଲା।
ଅଧିକପଢ଼ନ୍ତୁ:ସମର୍ଥକମାନେ ଭୋଟ୍ ପାଇଁ ସ୍ଲେଗାନ ଦେଉଥିବା ବେଳେ ଭୁଶୁଡ଼ି ପଡ଼ିଲା ମଞ୍ଚ
ଅଭିଯୁକ୍ତ ନିଜକୁ ଲରେନ୍ସ ବିଷ୍ନୋଇର ଜଣେ ସହଯୋଗୀର ପରିଚୟ ଦେଇଛି
ଅଭିଯୁକ୍ତ ରାହୁଲ କୁମାର ନାଗଡେ ଗାୟକଙ୍କ ପତ୍ନୀ, ମା ଏବଂ ପରିବାରର ଅନ୍ୟ ସଦସ୍ୟଙ୍କୁ ହତ୍ୟା କରିବାକୁ ଫୋନରେ କଲ କରି ହ୍ୱାଟ୍ସଆପରେ ବାର୍ତ୍ତା ପଠାଇ ଧମକ ଦେଇଛି। ସେ ନିଜକୁ ଲରେନ୍ସ ବିଷ୍ନୋଇର ଜଣେ ସହଯୋଗୀ ଭାବରେ ପରିଚୟ ଦେବା ସହିତ ଗୋଲ୍ଡୀ ବ୍ରାର ଗ୍ୟାଙ୍ଗ ସହିତ ସମ୍ପର୍କ ଥିବା ଦାବି କରିଛି।
ଅଭିଯୋଗ ଅନୁଯାୟୀ, ରାହୁଲ କୁମାର ନାଗଡେ ୧୫ଲକ୍ଷ ଟଙ୍କା ଦାବି କରିଛି। ଏହି ଟଙ୍କା ନ ଦେଲେ ସେ ହଂସରାଜ ରଘୁବଂଶୀଙ୍କ ସମଗ୍ର ପରିବାରକୁ ହତ୍ୟା କରିବ ବୋଲି ଠୋକରୋକ ଧମକ ଦେଇଛି।
ଅଧିକପଢ଼ନ୍ତୁ:ଷ୍ଟଣ୍ଟ ଦେଖାଉଥିଲେ ଯୁବକ...ସାଙ୍ଗମାନଙ୍କ ଫୋନରେ ରେକର୍ଡ ହେଲା ମୃତ୍ୟୁର ସିଧାସଳଖ ଦୃଶ୍ୟ
Lawrence Bishnoi death singer
Follow Us