Hema Malini: ଧର୍ମେନ୍ଦ୍ରଙ୍କ ଦେହାନ୍ତ ପରେ ହେମାଙ୍କ ପ୍ରଥମ ପ୍ରତିକ୍ରିୟା

ଧର୍ମେନ୍ଦ୍ରଙ୍କ ଦେହାନ୍ତ ପରେ ପ୍ରଥମ ପ୍ରତିକ୍ରିୟା ସେୟାର କରି ହେମା କହିଲେ, ‘ଧରମଜୀ ମୋର ଦୁନିଆ ଥିଲେ। ମୋ ପାଇଁ ସବୁ କିଛି ଥିଲେ। ପୁରୁଣା ସ୍ମୃତିକୁ ଧରି ବଞ୍ଚିବାକୁ ହେବ।

Untitled-9

hema-malini-first-reaction-after-dharmendra-death Photograph: (@sambad.in)

ମୁମ୍ବାଇ: ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ମୃତ୍ୟୁକୁ ନେଇ ଅନେକ ପ୍ରକାର ଗୁଜବ ଖବର ଘୁରି ବୁଲୁଥିଲା।  ଶେଷ ନଭେମ୍ବର ୨୪ ତାରିଖରେ ସବୁଦିନ ପାଇଁ ଆଖି ବୁଜିଦେଲେ ହିମ୍ୟାନ । ଧର୍ମେନ୍ଦ୍ରଙ୍କ ଦେହାନ୍ତରେ ସିନେମାଜଗତ ସମେତ ତାଙ୍କର ସମଗ୍ର ପରିବାର ମର୍ମାହତ ହୋଇପଡ଼ିଛନ୍ତି। 

ପୁରୁଣା ସ୍ମୃତିକୁ ମନେ ପକାଇଲେ ହେମା

ଧର୍ମେନ୍ଦ୍ରଙ୍କ ପରିବାରର ଅନେକ ସଦସ୍ୟ ସୋସିଆଲ ମିଡିଆରେ ଖୁବ ସକ୍ରିୟ ଥିବା ବେଳେ ହିମ୍ୟାନଙ୍କ ଦେହାନ୍ତକୁ ନେଇ ଏପର୍ଯ୍ୟନ୍ତ କୌଣସି ପୋଷ୍ଟ ସେୟାର କରିନାହାଁନ୍ତି। ଏହି କ୍ରମରେ ପତ୍ନୀ ହେମା ମାଳିନୀ ସ୍ବାମୀଙ୍କୁ ହରାଇବା ପରେ ଗଭୀର ଦୁଃଖ ପ୍ରକାଶ କରି ପୁରୁଣା ସ୍ମୃତି ସବୁକୁ ମନେପକାଇ ଅନେକ ଫଟୋ ସେୟାର କରିଛନ୍ତି। 

ଅଧିକପଢ଼ନ୍ତୁ:ପଶ୍ଚିମବଙ୍ଗରେ ମସ୍‌ଜିଦ୍-ମନ୍ଦିର ରାଜନୀତି ଉଷ୍ମ; BJP–TMC ମୁହାଁମୁହିଁ

ହେମାଙ୍କ ଦୁନିଆ ଥିଲେ ଧରମଜୀ

ଧର୍ମେନ୍ଦ୍ରଙ୍କ ଦେହାନ୍ତ ପରେ ହେମା ମାଳିନୀଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ହେମା ମାଳିନୀ ଧରମଜୀଙ୍କୁ ମନେ ପକାଇ ଲେଖିଛନ୍ତି, "ଧରମଜୀ ମୋ ପାଇଁ ସବୁ କିଛି ଥିଲେ। ସେ ଥିଲେ ପ୍ରିୟର ସ୍ୱାମୀ, ଆମର ଦୁଇ ଝିଅ ଇଶା ଏବଂ ଆହାନାଙ୍କ ପାଇଁ ପ୍ରିୟର ବାପା, ଜଣେ ବନ୍ଧୁ, ଜଣେ ଦାର୍ଶନିକ, ଜଣେ ମାର୍ଗଦର୍ଶକ, ଜଣେ କବି, ଜଣେ ଯିଏକି ସବୁବେଳେ ଆବଶ୍ୟକତା ସମୟରେ ମୋ ପାଖରେ ଥିଲେ - ପ୍ରକୃତରେ, ସେ ମୋ ପାଇଁ ସବୁକିଛି ଥିଲେ! ସେ ଉଭୟ କଷ୍ଟ ଏବଂ ଭଲ ସମୟରେ ମୋ ପାଇଁ ଥିଲେ। ତାଙ୍କର ବନ୍ଧୁତ୍ୱପୂର୍ଣ୍ଣ ଆଚରଣ ହେତୁ ସେ ମୋ ପରିବାରର ସମସ୍ତ ସଦସ୍ୟଙ୍କ ଅତି ଆପଣାର ମଣିଷଟିଏ ଥିଲେ।

ଅନେକ ସ୍ମୃତି ଛାଡ଼ି ଯାଇଛନ୍ତି ହିମ୍ୟାନ୍

ଜଣେ ଜନପ୍ରତିନିଧି ଭାବରେ, ତାଙ୍କର ପ୍ରତିଭା, ଲୋକପ୍ରିୟତା, ତାଙ୍କର ନମ୍ରତା ଏବଂ ସାର୍ବଜନୀନ ମନଭାବ ହେତୁ ଅନେକ ଭିଡ଼ ଭିତରେ ବି ସେ ଅନନ୍ୟ ହୋଇ ରହିଥିଲେ। ଚଳଚ୍ଚିତ୍ର ଶିଳ୍ପରେ ତାଙ୍କର ସ୍ଥାୟୀ ପ୍ରସିଦ୍ଧି ଏବଂ ସଫଳତା ସର୍ବଦା ରହିଛି ଓ ରହିଥିବ ମଧ୍ୟ। ଜୀବନରେ ପଡ଼ିଥିବା ଏ ଶୂନ୍ୟସ୍ଥାନ ଶେଷ ନିଶ୍ବାସ ଯାଏଁ ପୂରଣ ହୋଇ ପାରିବ ନାହିଁ। ବର୍ଷ ବର୍ଷ ଧରି ଏକାଠି ରହିବା ପରେ, ମୋ ପାଖରେ ଅନେକ ବିଶେଷ ମୁହୂର୍ତ୍ତକୁ ପୁନଃଜୀବିତ କରିବା ପାଇଁ ଅନେକ ସ୍ମୃତି ସେ ଛାଡ଼ି ଯାଇଛନ୍ତି।’ 

ଅଧିକପଢ଼ନ୍ତୁ:ଭୁବନେଶ୍ୱରରେ ରାଷ୍ଟ୍ରପତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe