ହିରଣ୍ମୟୀଙ୍କ ଅଭିନୀତ ଓଡ଼ିଆ ଛବି ‘ଦର୍ପଣ’ ୨୦୨୫ରେ ମୁକ୍ତିଲାଭ କରିଥିଲା। ଏଥିରେ ତାଙ୍କୁ ଭାରତ ପୁଷ୍ପରାଗଙ୍କ ବିପକ୍ଷରେ ଦେଖିବାକୁ ପାଇଥିଲେ ଦର୍ଶକ। ଏଣେ ତାଙ୍କୁ ଖୁବ୍ ଶୀଘ୍ର ଦର୍ଶକ ଆଉ କେ‌ତୋଟି ଓଡ଼ିଆ ଛବିରେ ମଧ୍ୟ ଦେଖିବାକୁ ପାଇବେ। ଏଥିମଧ୍ୟରୁ ଗୋଟିଏ ହେଲା ରିୟାଜ୍ ଖାନ୍‌ଙ୍କ ନିର୍ଦ୍ଦେଶିତ ‘ମୋହନ ଗିରି’। ଏହି ସିନେମାରେ ସାର୍ଥକଙ୍କ ସହ ସେ ନଜର ଆସିବେ। ତେବେ ଦୁଇଟିଯାକ ଛବି‌ରେ ହିରଣ୍ମୟୀଙ୍କ ଭୂମିକା ଗୌଣ ରହିଛି।

Advertisment

CM attend in Gopalpur Mahoschav: ଗୋପାଳପୁର ବେଳାଭୂମି ମହୋତ୍ସବର ଉଦ୍‌ଯାପନୀ ସନ୍ଧ୍ୟାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

‘ଦର୍ପଣ’ରେ ତାଙ୍କର ଭୂମିକା ସଂକ୍ଷିପ୍ତ ଥିଲା ବେଳେ ‘ମୋହନଗିରି’ରେ ମଧ୍ୟ ସେ ସେକେଣ୍ଡ ଲିଡ୍‌ରେ ଅଛନ୍ତି। ଭୂମିକା ଗୌଣ ହେଉ କି ମୁଖ୍ୟ, ସେଥିପ୍ରତି ଧ୍ୟାନ ନ ଦେଇ ଅଧିକ ସଂଖ୍ୟକ ଓଡ଼ିଆ ଛବିରେ କାମ କରିବାକୁ  ସେ ଆଗ୍ରହୀ ବୋଲି ହିରଣ୍ମୟୀ କହିଛନ୍ତି।

Hockey: ମାଗଣା ଦେଖିବେ ହକି ପ୍ରୋ-ଲିଗ୍‌: ଟିକଟ୍‌ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ