Imran Khan: ଦୀର୍ଘବର୍ଷ ପରେ ଫେରୁଛନ୍ତି ଇମ୍ରାନ୍

Advertisment

ଇମ୍ରାନ ଖାନ ତାଙ୍କ ଆଗାମୀ ଚଳଚ୍ଚିତ୍ରକୁ ଏକ ସ୍ୱାଭାବିକ ପ୍ରଗତି ବୋଲି ବର୍ଣ୍ଣନା କରି କହି କହିଛନ୍ତି, ‘ବିରତି ପରେ ଚଳଚ୍ଚିତ୍ରର ଲୋକମାନେ ସେମାନଙ୍କ ଜୀବନରେ କ'ଣ କରୁଛନ୍ତି ତାହା ଏହି ସିନେମାରେ ଦର୍ଶକ ଦେଖିବାକୁ ପାଇବେ।

ଇମ୍ରାନ ଖାନ ତାଙ୍କ ଆଗାମୀ ଚଳଚ୍ଚିତ୍ରକୁ ଏକ ସ୍ୱାଭାବିକ ପ୍ରଗତି ବୋଲି ବର୍ଣ୍ଣନା କରି କହି କହିଛନ୍ତି, ‘ବିରତି ପରେ ଚଳଚ୍ଚିତ୍ରର ଲୋକମାନେ ସେମାନଙ୍କ ଜୀବନରେ କ'ଣ କରୁଛନ୍ତି ତାହା ଏହି ସିନେମାରେ ଦର୍ଶକ ଦେଖିବାକୁ ପାଇବେ।

Untitled-33

imran khan acting comeback Photograph: (@sambad.in)

ମୁମ୍ବାଇ: ଦୀର୍ଘବର୍ଷ ହେବ ଚଳଚ୍ଚିତ୍ରରୁ ଦୂରେଇ ରହିଥିବା ଅଭିନେତା ଇମ୍ରାନ ଖାନ ଅଭିନୟ ଜଗତକୁ ପୁଣି ଫେରିବା ପାଇଁ ପ୍ରସ୍ତୁତ ହେଉଛନ୍ତି।

ଫେରୁଛନ୍ତି ଇମ୍ରାନ୍

ନିକଟରେ ଏକ ସାକ୍ଷାତକାରରେ ଯୋଗ ଦେଇ ଇମ୍ରାନ ଖାନ ତାଙ୍କ ଆଗାମୀ ଚଳଚ୍ଚିତ୍ରକୁ ଏକ ସ୍ୱାଭାବିକ ପ୍ରଗତି ବୋଲି ବର୍ଣ୍ଣନା କରି କହି କହିଛନ୍ତି, ‘ବିରତି ପରେ ଚଳଚ୍ଚିତ୍ରର ଲୋକମାନେ ସେମାନଙ୍କ ଜୀବନରେ କ'ଣ କରୁଛନ୍ତି ତାହା ଏହି ସିନେମାରେ ଦର୍ଶକ ଦେଖିବାକୁ ପାଇବେ।  ନିର୍ଦ୍ଦେଶକ ଦାନିଶ ଏବଂ ମୁଁ ଉଭୟ ବିବାହିତ । ମୋର ଛାଡ଼ପତ୍ର ମଧ୍ୟ ହୋଇସାରିଛି। ଏହି ସିନେମା ଏକ ପ୍ରକାର ପର୍ସନାଲ କ୍ରିଏସନ ହେବ। ସିନେମାର ସୁଟିଂ ଶେଷ ହୋଇସାରିଥିବା ବେଳେ ପ୍ରଯୋଜନା ସ୍ତରରେ କାମ ଚାଲିଛି। ଏହାକୁ ଷ୍ଟ୍ରିମିଂ ପ୍ଲାଟଫର୍ମରେ ରିଲିଜ କରିବାର ଯୋଜନା ରହିଛି।’

ଅଧିକପଢ଼ନ୍ତୁ:ଖୁବ୍ ଶୀଘ୍ର ବୋର୍ଡ ଓ ନିଗମ ଅଧ୍ୟକ୍ଷ ପଦ ପୂରଣ ହେବ, ଏବେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଯୋଜନା ନାହିଁ

ଇମ୍ରାନ ଖାନ ସୁପରଷ୍ଟାର ଅମିର ଖାନଙ୍କ ଭଣଜା। ୨୦୦୯ରେ ଇମ୍ରାନ ଖାନ ତାଙ୍କର ପ୍ରେମିକା ଅବନ୍ତିକାଙ୍କୁ ବିବାହ କରିଥିଲେ। କିନ୍ତୁ ଏ ବିବାହ ବେଶୀଦିନ ପର୍ଯ୍ୟନ୍ତ ତିଷ୍ଠି ପାରି ନଥିଲା।୨୦୧୯ରେ ଦୁହିଁଙ୍କ ଛାଡ଼ପତ୍ର ହୋଇଯାଇଥିଲା। 

୨୦୦୮ରେ ମୁକ୍ତିଲାଭ କରିଥିବା ସିନେମା ‘ଜାନେ ତୁ ୟା ଜାନେ ନା’ ଜରିଆରେ ଇମ୍ରାନ ଖାନ ଚର୍ଚ୍ଚାର ପରିସରକୁ ଆସିଥିଲେ। ଏହି ଫିଲ୍ମଟି ଜେନେଲିଆ ଏବଂ ପ୍ରତୀକ ପାଟିଲ ଅଭିନୀତ ଏକ ରୋମାଣ୍ଟିକ କମେଡି ଥିଲା। 

ଅଧିକପଢ଼ନ୍ତୁ:ନଭେମ୍ବର ୧୯ରେ ଇସ୍ତଫା ଦେବେ ନୀତୀଶ କୁମାର

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe