Prashant Tamang, Indian Idol Season 3 winner Photograph: (@sambad.in)
ନୂଆଦିଲ୍ଲୀ: ଗାୟକ ଏବଂ ଅଭିନେତା ପ୍ରଶାନ୍ତ ତମାଙ୍ଗଙ୍କର ୪୩ ବର୍ଷ ବୟସରେ ଦେହାନ୍ତ ହୋଇଛି। ଚଳଚ୍ଚିତ୍ର ନିର୍ମାତା ରାଜେଶ ଘଟାନି ତମାଙ୍ଗଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି। ଦାର୍ଜିଲିଂର ଗାୟକ ମହେଶ ସେୱ ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ପ୍ରଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ଗାୟକ ମହେଶ ସେୱା କହିଛନ୍ତି, ଦିଲ୍ଲୀ ସ୍ଥିତି ବାସଭବନରେ ପ୍ରଶାନ୍ତ ତମାଙ୍ଗଙ୍କ ହୃଦଘାତରେ ପରଲୋକ ଘଟିଛି। ମହେଶ ରବିବାର ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ପ୍ରଶାନ୍ତ ତମାଙ୍ଗଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ମୋର ପ୍ରିୟ ଭାଇ ପ୍ରଶାନ୍ତଙ୍କ ଦେହାନ୍ତରେ ମୁଁ ମୋର ଶୋକ ପ୍ରକାଶ କରୁଛି।
ଅଧିକପଢ଼ନ୍ତୁ:୧୦୮ ଘୋଡ଼ା ଓ ବିପୁଳ ଭିଡ଼ : ସୋମନାଥରେ ‘ଶୌର୍ଯ୍ୟ ଯାତ୍ରା’ରେ ଭାଗ ନେଲେ ପ୍ରଧାନମନ୍ତ୍ରୀ ମୋଦୀ
ଦିଲ୍ଲୀ ସ୍ଥିତି ବାସଭବନରେ ପ୍ରଶାନ୍ତ ତମାଙ୍ଗଙ୍କ ହୃଦଘାତ
ଇଣ୍ଡିଆନ୍ ଆଇଡଲ୍ ୩ର ବିଜେତା ପ୍ରଶାନ୍ତ ତମାଙ୍ଗ ଜଣେ ପୁଲିସ ଅଧିକାରୀରୁ ଗାୟକ ହେବା ଯାତ୍ରା ଆରମ୍ଭ କରିଥିଲେ। ଏହି ରିଆଲିଟି ଶୋ''ରେ ଦେଖାଯିବା ପୂର୍ବରୁ ସେ କୋଲକାତା ପୁଲିସରେ କାର୍ଯ୍ୟ କରିଥିଲେ। ସେ ପୁଲିସ ଅର୍କେଷ୍ଟ୍ରାର ସଦସ୍ୟ ଥିଲେ ଏବଂ ବେଳେବେଳେ ପୁଲିସ ବିଭାଗ କାର୍ଯ୍ୟକ୍ରମରେ ଗୀତ ମଧ୍ୟ ଗାଇଥିଲେ। ତାଙ୍କର ବରିଷ୍ଠ ଅଧିକାରୀ ତାଙ୍କୁ ଇଣ୍ଡିଆନ୍ ଆଇଡଲ୍ରେ ଅଂଶଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। ଇଣ୍ଡିଆନ୍ ଆଇଡଲ୍ ଜିତିବା ପରେ, ପ୍ରଶାନ୍ତ ସୋନି ବିଏମଜି ସହିତ ତାଙ୍କର ପ୍ରଥମ ଆଲବମ୍ ରିଲିଜ୍ କରିଥିଲେ। ଯେଉଁଥିରେ ହିନ୍ଦୀ ଏବଂ ନେପାଳୀ ଗୀତ ଅନ୍ତର୍ଭୁକ୍ତ ଥିଲା। ପରେ ସେ ନେପାଳୀ ଚଳଚ୍ଚିତ୍ରରେ ଗାୟକ ଏବଂ ଅଭିନେତା ଭାବରେ ମଧ୍ୟ କାମ କରିଥିଲେ।
ଅଭିନୟ ଦର୍ଶକଙ୍କୁ କରିଥିଲା ଆକର୍ଷିତ
ପ୍ରଶାନ୍ତ ତମାଙ୍ଗ କେବଳ ନେପାଳୀ ଚଳଚ୍ଚିତ୍ରରେ ଗାୟକ ଏବଂ ଅଭିନେତା ଭାବରେ କାମ କରି ନଥିଲେ, ସେ ଜୟଦୀପ ଆହଲାୱତଙ୍କ ଅଭିନୀତ ଧାରାବାହିକ "ପାତଲ୍ ଲୋକ୍ ୨" ରେ ମଧ୍ୟ ଅଭିନୟ କରିଥିଲେ। ଏହି ଧାରାବାହିକରେ, ସେ ଖଳନାୟକ ଡାନିଏଲ୍ ଲେଚୋ ଭୂମିକାରେ ଅଭିନୟ କରିଥିଲେ। ତାଙ୍କ ଅଭିନୟ ଦର୍ଶକଙ୍କୁ ଆକର୍ଷିତ କରିଥିଲା।
ଅଧିକପଢ଼ନ୍ତୁ:ପରିଚୟପତ୍ର ଆଉ ମନର ଭୟ ପାଲଟିଛି ପାକିସ୍ତାନୀ ମହିଳାଙ୍କ ଚିକିତ୍ସାରେ ବାଧକ
Follow Us