Advertisment

‘ଦେବରା’ ପାଇଁ କାହାକୁ ମିଳିଛି କେତେ ପାରିଶ୍ରମିକ?

Advertisment

ସାଉଥ ସୁପରଷ୍ଟାର ଜୁନିଅର ଏନଟିଆର ଏବେ ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଦେବରା’ ପାଇଁ ଚର୍ଚ୍ଚାରେ ଅଛନ୍ତି। ତେବେ ଏହି ଫିଲ୍ମ ପାଇଁ କାହାକୁ କେତେ ପାରିଶ୍ରମିକ ମିଳିଛି, ତାହା ସାମ୍ନାକୁ ଆସିଛି |

ସାଉଥ ସୁପରଷ୍ଟାର ଜୁନିଅର ଏନଟିଆର ଏବେ ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଦେବରା’ ପାଇଁ ଚର୍ଚ୍ଚାରେ ଅଛନ୍ତି। ତେବେ ଏହି ଫିଲ୍ମ ପାଇଁ କାହାକୁ କେତେ ପାରିଶ୍ରମିକ ମିଳିଛି, ତାହା ସାମ୍ନାକୁ ଆସିଛି |

rrwq

ମୁମ୍ବାଇ: ସାଉଥ ସୁପରଷ୍ଟାର ଜୁନିଅର ଏନଟିଆର ଏବେ ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଦେବରା’ ପାଇଁ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଏହି ଚଳଚ୍ଚିତ୍ରର ଟିଜର ଓ ଟ୍ରେଲର ରିଲିଜ ହୋଇଥିଲା, ଯାହା ପରେ ଚଳଚ୍ଚିତ୍ରର ରିଲିଜକୁ ନେଇ ପ୍ରଶଂସକମାନଙ୍କ ଉତ୍ସାହ ବଢ଼ିଥିଲା। ଦର୍ଶକଙ୍କ ଉତ୍ସାହ ବଢ଼ାଇ ଦେଇଥିବା ଟିଜର ଓ ଟ୍ରେଲରରେ ଉତ୍କୃଷ୍ଟ ଭିଏଫଏକ୍ସ ଦେଖିବାକୁ ମିଳିଥିବା ବେଳେ ଏବେ ଫିଲ୍ମରେ କାମ କରିଥିବା କଳାକାରଙ୍କ ପାରିଶ୍ରମିକ ସାମ୍ନାକୁ ଆସିଛି |

ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ, ଜୁନିଅର ଏନଟିଆର, ଜାହ୍ନବୀ କପୁର ଓ ସୈଫ ଅଲି ଖାନ | ଜୁନିଅର ଏନଟିଆର ସାଉଥ ସିନେମାରେ ଅଧିକ ପାରିଶ୍ରମିକ ନେଉଥିବା ସୁପରଷ୍ଟାରଙ୍କ ମଧ୍ୟରୁ ଜଣେ | କୁହାଯାଉଛି ଯେ, ଜୁନିଅର ଏନଟିଆର ଚଳଚ୍ଚିତ୍ର ‘ଦେବରା’ ପାଇଁ ୬୦କୋଟି ଟଙ୍କା ନେଇଛନ୍ତି , ଯାହା ତାଙ୍କର ବ୍ଲକବଷ୍ଟର ଫିଲ୍ମ 'ଆରଆରଆର'ର ପାରିଶ୍ରମିକଠାରୁ ବି ଅଧିକ |

ତାଙ୍କ ପଛକୁ ରହିଛନ୍ତି ବଲିଉଡର ଆଗ ଧାଡିର ଅଭିନେତା ସୈଫ ଅଲି ଖାନ | ସେ ଫିଲ୍ମରେ ହିରୋ ବଦଳରେ ଭିଲେନ୍ ଭୂମିକାରେ ନଜର ଆସିଛନ୍ତି। ଏହି ଚଳଚ୍ଚିତ୍ର ପାଇଁ ସୈଫଙ୍କୁ ୧୦କୋଟି ଟଙ୍କା ମିଳିଥିବା ଜଣାଯାଇଛି | ଯଦି ଆମେ ଜାହ୍ନବୀ କପୁରଙ୍କ କଥା କହିବା ତେବେ ସେ ଏହି ଫିଲ୍ମରେ ମୁଖ୍ୟ ଅଭିନେତ୍ରୀ ଭାବରେ ନଜର ଆସିବେ | ତାଙ୍କୁ ଏହି ଫିଲ୍ମ ପାଇଁ ୫କୋଟି ଟଙ୍କାର ପାରିଶ୍ରମିକ ଦିଆଯାଇଥିବା ଜଣାଯାଇଛି |

ତେବେ ଫିଲ୍ମଟି ଆସନ୍ତାକାଲି ରିଲିଜ ହେବାକୁ ଥିବା ବେଳେ ଏହା ସୁପରହିଟ ହେବ ବୋଲି ସିନେ ସମୀକ୍ଷକ ମତ ଦେବା ଆରମ୍ଭ କଲେଣି |

ଏ ଖବର ପଢନ୍ତୁ- https://sambad.in/crime/tamil-nadu-familys-suicide-pact-in-car-200-km-away-from-home-7095370

ଏ ଖବର ପଢନ୍ତୁ-

https://sambad.in/crime/bengaluru-mahalakshmi-murder-case-accused-mukti-ranjan-confessed-in-suicide-note-7095464

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe