Advertisment

ନୂଆଦିଲ୍ଲୀ: କିଛିଦିନ ହେବ ମଲୟାଲମ ସିନେମା ଇଣ୍ଡଷ୍ଟ୍ରି ବିବାଦରେ ରହିଛି। ମଲୟାଲମ ସିନେମା ଇଣ୍ଡଷ୍ଟ୍ରିରେ ମହିଳାଙ୍କୁ ହେଉଥିବା ସମସ୍ୟାକୁ ନେଇ  ଜଷ୍ଟିସ ହେମା କମେଟିଙ୍କ ରିପୋର୍ଟ ସାମ୍ନାକୁ ଆସିଛି।

ଏହି ରିପୋର୍ଟ ସାମ୍ନାକୁ ଆସିବା ପରେ ଇଣ୍ଡଷ୍ଟ୍ରି ବିବାଦ ଘେରରେ ରହିଛି। ‌ଯୌନ ନିର୍ଯାତନା ଦେବା ଅଭିଯୋଗ ପରେ ସିନେମା ଦୁନିଆର ନାମୀ ଅଭିନେତା ଓ ସିନେମା ନିର୍ମାତା ନିଜନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏଥିରେ  ବରିଷ୍ଠ ଅଭିନେତା  ତଥା ଆସୋସିଏସନ ଅଫ ମଲୟାଲମ ମୁଭି ଆର୍ଟିଷ୍ଟର ମହାସଚିବ ସିଦ୍ଦିକି ଓ ସିନେମା ନିର୍ମାତା ରଞ୍ଜିତ ନିଜନିଜ ପଦରୁ ଇସ୍ତଫା ‌ଦେଇଛନ୍ତି। 

12


ମଲୟାଲମ ଅଭିନେତ୍ରୀ ରେୱତି ସମ୍ପତ ବରିଷ୍ଠ ଅଭିନେତା  ତଥା ଆସୋସିଏସନ ଅଫ ମଲୟାଲମ ମୁଭି ଆର୍ଟିଷ୍ଟର ମହାସଚିବ ସିଦ୍ଦିକିଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ଏହି କ୍ରମରେ ଆଉ ଜଣେ ମଲୟାଲମ ଅଭିନେତ୍ରୀ ମିନୁ କୁରିୟନ ଇଣ୍ଡିଷ୍ଟ୍ରିର ଅଭିନେତା, ସିନେ ନିର୍ମାତା ଓ ଟେକ୍ନିସିୟାନ୍ସଙ୍କ ବିରୋଧରେ ଫେସବୁକ ପୋଷ୍ଟ ଜରିଆରେ ସଙ୍ଗୀନ ଅଭିଯୋଗ ଆଣି ଲେଖିଛନ୍ତି, ‘ମଲାୟାଲମ ଇଣ୍ଡଷ୍ଟ୍ରିର କିଛି ଲୋକ ମୋତେ ଶାରୀରିକ ନିର୍ଯାତନା ଦେଇଛନ୍ତି। ଏଥିରେ ମୁକେଶ, ମନିୟନ ପିଲ୍ଲା ରାଜୁ, ଇଦାବେଲା ବାବୁ, ଜୟସୂର୍ଯା, ଏଡବୋକେଟ ଚନ୍ଦ୍ରଶେଖରନ ଓ ପ୍ରଡକସନ କଣ୍ଟ୍ରୋଲର ନୋବଲ ଓ ବିଚୁ ସାମିଲ ଅଛନ୍ତି। ୨୦୧୩ରେ ଏମାନଙ୍କ ଦ୍ବାରା ମୁଁ ଶାରୀରିକ ଓ ମୌଖିକ ଭାବେ ନିର୍ଯାତନା ପାଇଛି ତଥାପି ମୁଁ ସବୁ ସହିତ କାମ କରି ଚାଲିଥିଲି। ଏହି ଶୋଷଣ ଏତେ ଅସହ୍ୟ ହୋଇଥିଲା କି ମୋତେ ମଲୟାଲମ ସିନେମା ଇଣ୍ଡଷ୍ଟ୍ରି ଛାଡ଼ି ଚେନ୍ନାଇ ଚାଲି ଆସିବାକୁ ପଡ଼ିଥିଲା। ତେଣୁ ମୋ ନ୍ୟାୟ ଦରକାର।’  

ଅଧିକପଢ଼ନ୍ତୁ ମଲୟାଲମ ଅଭିନେତ୍ରୀ ବରିଷ୍ଠ ଅଭିନେତାଙ୍କ ବିରୋଧର ଆଣିଲେ ସଙ୍ଗୀନ ଅଭିଯୋଗ

ଅଧିକପଢ଼ନ୍ତୁରାସ୍ତାରେ ଟଙ୍କା ଉଡ଼ାଉଛନ୍ତି ୟୁଟ୍ୟୁବର; କାର୍ଯ୍ୟାନୁଷ୍ଠାନ ଦାବି କଲେ ଲୋ‌କେ 

ଅଧିକପଢ଼ନ୍ତୁଜେଲରେ ହତ୍ୟାକାରୀ କନ୍ନଡ଼ ଅଭିନେତାଙ୍କୁ ମିଳୁଛି ଭିଭିଆଇପି ସୁବିଧାା 

ଅଧିକପଢ଼ନ୍ତୁଆମିର ତୃତୀୟ ବିବାହ କରିବେ !: କଲେ ବଡ଼ ଖୁଲାସା...