ନୂଆଦିଲ୍ଲୀ: ମାଲାୟଲମ ଚଳଚ୍ଚିତ୍ର ନିର୍ମାତା ଶଫିଙ୍କ ପରଲୋକ ହୋଇଛି। ଶଫିଙ୍କ ପ୍ରକୃତ ନାମ ରସିଦ ଏମ ଏଚ୍ ବୟସ ୫୬ ବର୍ଷ। ଶଫି ଷ୍ଟୋକର ଶିକାର ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଗତଶନିବାର ମଧ୍ୟରାତ୍ରିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଅଭିନେତା ବିଷ୍ଣୁ ଉନ୍ନିକୃଷ୍ଣନ ତାଙ୍କ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଶଫିଙ୍କ ମୃତ୍ୟୁ ବିଷୟରେ ସୂଚନା ଦେଇଛନ୍ତି।
ଅଧିକପଢ଼ନ୍ତୁ:ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଡକାୟତି: ଘଣ୍ଟାଏ ଧରି ଘରେ ଲୁଟ୍ କଲେ
ହସ୍ପିଟାଲ ସୂତ୍ର ପ୍ରକାଶ, ଶଫି ଜାନୁଆରି ୧୬ ତାରିଖରେ ଷ୍ଟ୍ରୋକର ଶିକାର ହୋଇଥିଲେ । ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲା। ୯ ଦିନର ଚିକିତ୍ସା ପରେ ଶଫି ଜାନୁଆରି ୨୫ ତାରିଖ ଦିନ ୧୨:୨୫ ରେ ଏହି ଦୁନିଆରୁ ବିଦାୟ ନେଇଥିଲେ।
ବିଷ୍ଣୁ ଉନ୍ନିକୃଷ୍ଣନ୍ ଇନଷ୍ଟାଗ୍ରାମରେ ପୋଷ୍ଟ ସେୟାର କରି ଶଫିଙ୍କ ମୃତ୍ୟୁ ବିଷୟରେ ସୂଚନା ଦେବା ସହିତ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଶଫିଙ୍କ ଫଟୋ ସେୟାର କରି ସେ ଲେଖିଛନ୍ତି - ଶଫି ସାର୍ ହସ ଏବଂ ସ୍ମରଣୀୟ କାହାଣୀ ଛାଡିଯାଇଛନ୍ତି, ଯାହା ସର୍ବଦା ମନେ ରହିବ। ଶ୍ରଦ୍ଧାଞ୍ଜଳି।’
ପରିବାର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଶଫିଙ୍କ ପାର୍ଥିବ ଶରୀରକୁ କୋଚିର ଏଡାପାଲ୍ଲିରେ ଥିବା ତାଙ୍କ ବାସଭବନରେ ରଖାଯାଇଛି। ରବିବାର ସକାଳ ୯ଟାରୁ ମଧ୍ୟାହ୍ନ ୧୨ଟା ଭିତରେ ତାଙ୍କ ମରଶରୀରକୁ କୋଚିନ୍ ସେବାର କୋ-ଅପରେଟିଭ ବ୍ୟାଙ୍କ ହଲର କଲୁରରେ ରଖାଯିବ। ଯେଉଁଠାରେ ଲୋକମାନେ ତାଙ୍କର ଶେଷ ଦର୍ଶନ କରିବେ। ରବିବାର ଅପରାହ୍ନ ୪ଟାରେ କଲୁର ମୁସଲିମ ଜୁମା ମସଜିଦରେ ନମାଜ ପାଠ କରାଯାଇ ଶଫିଙ୍କୁ କବର ଦିଆଯିବ।
ଅଧିକପଢ଼ନ୍ତୁ:ଲୋକମାନେ ଅଧିକାର ହରାଇଦେଲେ: ଉଦ୍ଧବ
ଶଫି ୨୦୦୧ ମସିହାରେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ୱାନ୍ ମ୍ୟାନ୍ ଶୋ ସହିତ ମାଲାୟଲମ ଚଳଚ୍ଚିତ୍ର ଶିଳ୍ପରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିଲେ। ୨୦ ବର୍ଷରୁ ଅଧିକ ସମୟ ଧରି ତାଙ୍କ ଚଳଚ୍ଚିତ୍ର କ୍ୟାରିୟରରେ ସେ ଦଶରୁ ଅଧିକ ଚଳଚ୍ଚିତ୍ର ନିର୍ଦ୍ଦେଶନା ଦେଇଛନ୍ତି। ସେ ଅଭିନେତା ଦିଲୀପଙ୍କ ସହିତ ଅନେକ ବ୍ଲକବଷ୍ଟର ଫିଲ୍ମ ଦେଇଥିଲେ।
Follow Us