'I’m not converting her': Zaheer Iqbal gives cheeky clarification as Sonakshi Sinha enters a mosque Photograph: (Sambad.in)
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଏବଂ ତାଙ୍କ ସ୍ୱାମୀ ଜାହିର ଇକବାଲ ସୋସିଆଲ ମିଡିଆରେ ସବୁବେଳେ କିଛି ନା କିଛି ପୋଷ୍ଟ କରିଥାନ୍ତି। ସେମାନେ ପ୍ରାୟତଃ ବାହାରକୁ ବୁଲିବାକୁ ଯିବା ସମୟର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ସେୟାର କରନ୍ତି। ସୋନାକ୍ଷୀ ଏବେ ନିଜର ବ୍ଲୋଗ ମଧ୍ୟ ଆରମ୍ଭ କରିଛନ୍ତି। ନିକଟରେ ସୋନାକ୍ଷୀ ଏକ ବ୍ଲୋଗ ସେୟାର କରିଛନ୍ତି ଯେଉଁଥିରେ ସେ ଏକ ମସଜିଦ ବୁଲିବାକୁ ଯାଉଛନ୍ତି। କିଛି ସମୟ ପୂର୍ବରୁ ସୋନାକ୍ଷୀ ଓ ଜାହିର ଏକ ମସଜିଦ ପରିଦର୍ଶନ କରିଥିଲେ, ଯାହାପରେ ସେମାନଙ୍କୁ ବହୁତ ଟ୍ରୋଲ କରାଯାଇଥିଲା। ଏହି ବ୍ଲୋଗ ମାଧ୍ୟମରେ ଜାହିର ଟ୍ରୋଲମାନଙ୍କୁ ଏକ ଉପଯୁକ୍ତ ଜବାବ ଦେଇଛନ୍ତି ଯାହା ସମସ୍ତଙ୍କୁ ଚକିତ କରିଦେଇଛି।
ନିକଟରେ ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ଏକ ପ୍ରମୋସନାଲ୍ ଟ୍ରିପ୍ ପାଇଁ ଆବୁଧାବି ଯାଇଥିଲେ। ସେମାନେ ଏହି ଟ୍ରିପ୍ ର ଏକ ବ୍ଲୋଗ ମଧ୍ୟ ସେୟାର କରିଛନ୍ତି, ଯେଉଁଥିରେ ସୋନାକ୍ଷୀ ମସଜିଦ ପରିଦର୍ଶନ କରିବାକୁ ବହୁତ ଉତ୍ସାହିତ ଦେଖାଯାଉଛନ୍ତି। ଆଉ ସେହି ସମୟରେ ଜାହିର ଟ୍ରୋଲମାନଙ୍କୁ ଜବାବ ଦେଇ କହିଛନ୍ତି, ମୁଁ ସୋନାକ୍ଷୀଙ୍କୁ ତାଙ୍କ ଧର୍ମ ପରିବର୍ତ୍ତନ କରିବାକୁ ନେଉନାହିଁ।
ଅଧିକ ପଢ଼ନ୍ତୁ: ବିହାରରେ ସରକାର ଗଠନ କରିବାକୁ ନିତୀଶଙ୍କୁ ଖୋଲା ଅଫର ଦେଲେ ଓୱାଇସି
ସୋନାକ୍ଷୀ ସିହ୍ନା ୨୩ ଜୁନ୍, ୨୦୨୪ରେ ମୁମ୍ବାଇରେ ଜାହିର ଇକବାଲଙ୍କୁ ବିବାହ କରିଥିଲେ। ଜାହିର ଅଲଗା ଧର୍ମର ହୋଇଥିବାରୁ ତାଙ୍କ ବିବାହରେ ତାଙ୍କ ଦୁଇଭାଇ ଲଭ ଏବଂ କୁଶ ଯୋଗଦେଇ ନଥିଲେ। ଏହି ବିବାହରେ ସେମାନେ ଖୁସି ନଥିଲେ। ପରେ ସମୟ ଅନୁସାରେ ସବୁକିଛି ଠିକ୍ ହୋଇ ଯାଇଥିଲା। ଲଭ ଏବଂ ସୋନାକ୍ଷୀ ଏକ ସମ୍ପୂର୍ଣ୍ଣ ଫିଲ୍ମରେ ଏକାଠି କାମ କରିଥିଲେ। ଏହାର କିଛି ଦିନ ପରେ ପୂରା ପରିବାର 'ଦି ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶର୍ମା ସୋ'ରେ ଏକାଠି ନଜର ଆସିଥିଲେ ।
ଅଧିକ ପଢ଼ନ୍ତୁ: ଦୁବାଇରେ ଶାହରୁଖଙ୍କ ନାମରେ ନିର୍ମାଣ ହେବ ୪ହଜାର କୋଟିର ଟାୱାର
Follow Us