ମାଲକାନଗିରି: ମାଲକାନଗିରି ଜିଲ୍ଲା ମହୋତ୍ସବ ମାଲ୍ୟବନ୍ତ ଉତ୍ସବରେ ନୂଆ ଓଡ଼ିଆ ସିନେମା ସନାତିନୀ- କର୍ମ ହିଁ ଧର୍ମର ପ୍ରଚାର କରାଯାଇଛି। ଉଦିଶା କ୍ରାଫ୍ଟ ତରଫରୁ ନିର୍ମିତ ଏହି ସିନେମାର ପ୍ରଯୋଜକ ହେଲେ ବିଜୟ କାଣ୍ଡୋଲ, ନିର୍ଦ୍ଦେଶକ ହେଲେ ବାସୁଦେବ ବରାଡ଼।
ଏହି ଖବର ପଢ଼ନ୍ତୁ: ହିନ୍ଦୀରେ ୬୦୦ କୋଟିରୁ ଅଧିକ ଆୟ ତାଲିକାରେ ପୁଷ୍ପା-୨ ଆଗରେ!
ଏହି ସିନେମାରେ ଅଭିନୟରେ ସମ୍ବିତ ଆଚାର୍ଯ୍ୟ, ଆର୍ଲିନ ଅଙ୍କିତା, ପପୁ ସନ୍ତୁକା, ଜଗା ସେଠ୍ ସମେତ ଅବିଭକ୍ତ କୋରାପୁଟ ଜିଲ୍ଲାର ପ୍ରକାଶ ମହାନ୍ତି, ଜୟନ୍ତ ସାନ୍ତ୍ରା, ଏମଡି ବବଲୁ, ସୁଜାତା ଆଚାରୀ, ରବି ପାତ୍ର ପ୍ରମୁଖ ଅଭିନୟ କରିଛନ୍ତି।
ଏହି ଖବର ପଢ଼ନ୍ତୁ: ନକ୍ସଲ ନେତା ଦେବା ଘରକୁ ବି ଭାଙ୍ଗିଦେଲେ
ସନାତନୀ ଧର୍ମକୁ ରକ୍ଷା କରିବା ନେଇ ବଷୟବସ୍ତ ଉପରେ ଆଧାରିତ ଏହି ସିନେମା ଲୋକଙ୍କୁ ନିଶ୍ଚୟ ଆକୃଟ କରିବ ବୋଲି ପ୍ରଯୋଜକ ଏବଂ ଟିମ ଆଶା ପ୍ରକଟ କରିଛନ୍ତି। ମାଲ୍ୟବନ୍ତ ମହୋତ୍ସବରେ ଏହି ସିନେମାର ଟ୍ରେଲର ପ୍ରଦର୍ଶନ ହେବା ପରେ ଲୋକଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଥିଲା।
ଏହି ଖବର ପଢ଼ନ୍ତୁ: ଟ୍ରକ୍ ଧକ୍କାରେ ଚାଲିଗଲା ମା’-ପୁଅଙ୍କ ଜୀବନ, ବାପା ଗୁରୁତର
ମାଲକାନଗିରି ଜିଲ୍ଲା ମହୋତ୍ସବ ମାଲ୍ୟବନ୍ତ ଉତ୍ସବରେ ନୂଆ ଓଡ଼ିଆ ସିନେମା ସନାତିନୀ- କର୍ମ ହିଁ ଧର୍ମର ପ୍ରଚାର କରାଯାଇଛି। ସନାତନୀ ଧର୍ମକୁ ରକ୍ଷା କରିବା ନେଇ ବଷୟବସ୍ତ ଉପରେ ଆଧାରିତ ଏହି ସିନେମା ଲୋକଙ୍କୁ ନିଶ୍ଚୟ ଆକୃଟ କରିବ ବୋଲି ପ୍ରଯୋଜକ ଏବଂ ଟିମ ଆଶା ପ୍ରକଟ କରିଛନ୍ତି।
ଆସନ୍ତା ଜାନୁଆରିରେ ଏହି ସିନେମା ରିଲିଜ ହେବାକୁ ଥିବା ବେଳେ ଏବେ ଠାରୁ ଲୋକେ ଉତ୍କଣ୍ଠାର ସହ ଅପେକ୍ଷା କରିଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ କଳାକାରଙ୍କର ନିଖୁଣ ଅଭିନୟ ନିଶ୍ଚିତ ଲୋକଙ୍କୁ ଆହୁରି ବାନ୍ଧି ରଖିବ ବୋଲି କୁହାଯାଇଛି। ସମସ୍ତ ସନାତନୀ ଧର୍ମର ଲୋକେ ଏହି ସିନେମାକୁ ଥରେ ଦେଖିବା ଉଚିତ ବୋଲି କୁହାଯାଇଛି।
ଏହି ଖବର ପଢ଼ନ୍ତୁ: ଭୁବନେଶ୍ବରରେ ବିଜେପି ଯୁବମୋର୍ଚ୍ଚାର ବିରୋଧ