୨୦୨୬ରେ କେତେଜଣ ପ୍ରଯୋଜକଙ୍କର ଏକାଧିକ ଓଡ଼ିଆ ଛବି ମୁକ୍ତିଲାଭ କରିବା ସମ୍ଭାବନା ରହିଛି। ଓଲିଉଡ୍ର ଜଣାଶୁଣା ପ୍ରଯୋଜକ ବିଜୟ କାନ୍ଦୋଇଙ୍କର ୪ଟି ସିନେମା ଏ ବର୍ଷ ରିଲିଜ୍ ପାଇଁ ପ୍ରସ୍ତୁତ ହେଉଛି। ଏ ଗୁଡ଼ିକ ହେଲା ‘ଅପସରା’, ‘ଲାଇଫ୍ ପାର୍ଟନର୍’, ‘ବବି ଆଉ ବେବି’ ଏବଂ ‘ମାୟା ମରୀଚିକା’। ଏଣେ ଯୁବ ପ୍ରଯୋଜକ କୁମାର ପ୍ରୀତମ୍ ସାହୁଙ୍କର ଦୁଇଟି ସିନେମା ‘ରାମରାଜ୍ୟ’ ଓ ‘ମାଷ୍ଟୂର’ ବି ୨୦୨୬ର ଆକର୍ଷଣ ହୋଇପାରେ। ତେଣେ ପ୍ରଯୋଜକ ସୀତାରାମ ଅଗ୍ରୱାଲ୍ ଓ ନମିତା ଅଗ୍ରୱାଲ୍ଙ୍କ ‘ପବିତ୍ରବନ୍ଧନ’ ଓ ‘ସିଂହାସନ’ ମୁକ୍ତି ପ୍ରତୀକ୍ଷାରେ ରହିଛି। ଏହାଛଡ଼ା ସେମାନଙ୍କର ନୂଆ ସିନେମା ବି ପରଦାକୁ ଆସିପାରେ ଏ ବର୍ଷ।
Horoscope 2026 January 31: ଜାଣନ୍ତୁ ଆଜିର ରାଶିଫଳ
ଏଣେ ଜଣାଶୁଣା ପ୍ରଯୋଜକ ପ୍ରମୋଦ ସ୍ବାଇଁ ୨୦୨୬ରେ ଦୁଇଟି ଓଡ଼ିଆ ଛବି ‘ମଙ୍ଗଳପୁର ଡାଏରି’ ଏବଂ ‘ଆଶିକ୍ ଦିୱାନା’ ଦର୍ଶକଙ୍କୁ ଭେଟି ଦେବେ। ପ୍ରଯୋଜକ ସଚିକାନ୍ତ ଜେନା ବି ପଛରେ ନାହାନ୍ତି। ତାଙ୍କ ପ୍ରଯୋଜିତ ‘ଏ କେମିତି ବନ୍ଧନ’ ଓ ‘ଶିକାର’ ମୁକ୍ତିଲାଭ କରିବ। ଏଣେ ପ୍ରଯୋଜିକା ଜାଗ୍ରତି ଏ ମହାନ୍ତିଙ୍କ ‘ଛକିଶୂନ’ ଓ ‘ରାବଣ’ ୨୦୨୬ର ଆକର୍ଷଣ ହୋଇପାରେ। ପ୍ରଯୋଜକ ଶୁଭମ୍ ମହାନ୍ତିଙ୍କ ଦୁଇଟି ଛବି ମୁକ୍ତିଲାଭ କରିବ। ଏଥିମଧ୍ୟରୁ ଗୋଟିଏ ହେଲା ‘ଛକିଶୂନ’ ଓ ଅନ୍ୟଟି ରମେଶ ରାଉତଙ୍କ ନିର୍ଦ୍ଦେଶିତ ନାମକରଣ ହୋଇ ନଥିବା ସିନେମା।
Hockey: ମାଗଣା ଦେଖିବେ ହକି ପ୍ରୋ-ଲିଗ୍: ଟିକଟ୍ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ
Follow Us