ସଲମାନଙ୍କ ମାମଲାରୁ ଦୂରେଇ ରୁହନ୍ତି ନଚେତ ହତ୍ୟା କରିବୁ

ବିହାରର ପୂର୍ଣ୍ଣିୟା ସାଂସଦ ପପୁ ଯାଦବଙ୍କୁ ଗତ ରବିବାର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ ହତ୍ୟା ଧମକ ମିଳିଛି। ସଲମାନ ଖାନଙ୍କ ମାମଲାରୁ ଦୂରେଇ ଯିବାକୁ ଚେତବାନୀ ଦିଆଯାଇଛି।

ଅଦ୍ୟତନ ହୋଇଛି
ପବନ


ନୂଆଦିଲ୍ଲୀ: ମୁମ୍ବାଇରେ ଅକ୍ଟୋବର ୧୨ ତାରିଖରେ ଏନସିପି ନେତା ତଥା ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। 

ଏହି ହତ୍ୟା ଘଟଣା ପ‌ରେ ବିହାରର ପୂର୍ଣ୍ଣିୟା ସାଂସଦ ପପୁ ଯାଦବ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କୁ ଚ୍ୟାଲେଞ୍ଜ କରି କହିଥିଲେ,‘ ଯଦି ଆଇନ ଅନୁମତି ଦିଏ ତେବେ ସେ ୨୪ ଘଣ୍ଟା ମଧ୍ୟରେ ଲରେନ୍ସ ବିଷ୍ଣୋଇ ପରି ଏକ ଛୋଟ ଅପରାଧୀର ସମ୍ପୂର୍ଣ୍ଣ ନେଟୱାର୍କକୁ ନଷ୍ଟ କରିଦେବେ।’
 
ଏହି ଧମକ ପରେ ବିହାରର ପୂର୍ଣ୍ଣିୟା ସାଂସଦ ପପୁ ଯାଦବଙ୍କୁ ଗତ ରବିବାର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପକ୍ଷରୁ ହତ୍ୟା ଧମକ ମିଳିଛି।

ଧମକ ପୂର୍ଣ୍ଣ କଲ୍‌ କରିଥିବା ବ୍ୟକ୍ତି ଦାବି କରି କହିଛନ୍ତି, ‘କ୍ରମାଗତ ଭାବେ ପପୁ ଯାଦବଙ୍କ ଗୋଟିଏ ନୁହେଁ ଅନେକ ଠିକଣାଗୁଡିକର ରେକି କରାଯାଉଛି। ପପୁ ଯାଦବ ସଲମାନ ଖାନ ମାମଲାରୁ ଦୂରେଇ ରୁହନ୍ତୁ ଏଥିରେ ତାଙ୍କର କୌଣସି ହସ୍ତକ୍ଷେପ କରିବା ଠିକ ହେବନାହିଁ।’

ପପୁ ଯାଦବ ଏହି ଧମକପୂର୍ଣ୍ଣ କଲ ପାଇବା ପରେ ବିହାର ଡିଜିପିଙ୍କୁ ଘଟଣାବିଷୟରେ ଜଣାଇଥି‌ଲେ।
ପପୁ ଯାଦବଙ୍କୁ ଧମକ ଦେଇଥିବା ବ୍ୟକ୍ତିଜଣକ ଦାବି କରି କହିଛନ୍ତି, ‘ଲରେନ୍ସ ବିଷ୍ନୋଇ ପାପୁ ଯାଦବଙ୍କ ସହ ଘଣ୍ଟା ପ୍ରତି ୧ ଲକ୍ଷ ଟଙ୍କା ଦେଇ ଜେଲରେ ଜାମର ବନ୍ଦ କରି କଥା ହେବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ପପୁ ଯାଦବ ଫୋନ୍ ଉଠାଉ ନାହାନ୍ତି।’

ଅଧିକପଢ଼ନ୍ତୁ:https://sambad.in/crime/denied-8-crore-telangana-woman-kills-husband-drives-800-km-to-dump-body-7367905

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe